ETV Bharat / state

ତରଭା ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ବିଙ୍ଗ୍ ହ୍ୟୁମାନର ଦାବିପତ୍ର - ତରଭା ଅଞ୍ଚଳର ବିଭିନ୍ନ ସମସ୍ୟା

ତରଭା ଅଞ୍ଚଳରେ ରାସ୍ତାଘାଟର ଉନ୍ନତି କରଣ, କିଡନି ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ପ୍ରଦାନ, ପିଇବା ପାଣି ସମସ୍ୟାର ସମାଧାନ, ରୋଜଗାର ସହ ଅନ୍ୟାନ୍ୟ ସମସ୍ୟା ନେଇ ୭ ଦଫା ଦାବି ଏକ ଦାବି ପତ୍ର ଦିଆଯାଇଛି । ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନର ଆନ୍ତରିକତା ନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ତରଭା ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ବିଇଙ୍ଗ ହ୍ୟୁମାନର ଦାବି ପତ୍ର

author img

By

Published : Sep 15, 2020, 7:38 AM IST

Updated : Sep 15, 2020, 12:11 PM IST

ସୁବର୍ଣ୍ଣପୁର: ଜିଲ୍ଲା ତରଭା ବିଙ୍ଗ୍ ହ୍ୟୁମାନ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ତରଭା ଅଞ୍ଚଳରେ ରାସ୍ତାଘାଟର ଉନ୍ନତି କରଣ, କିଡନି ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ପ୍ରଦାନ, ପିଇବା ପାଣି ସମସ୍ୟାର ସମାଧାନ, ରୋଜଗାର ସହ ଅନ୍ୟାନ୍ୟ ୭ ଦଫା ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏନେଇ ବାରମ୍ବାର ଅନେକ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଥିଲା ।

ତରଭା ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ବିଙ୍ଗ୍ ହ୍ୟୁମାନର ଦାବିପତ୍ର

ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ସମାଧାନ କରିବାକୁ କୌଣସି ପ୍ରଶାସନିକ ଆନ୍ତରିକତା ନ ଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ସ୍ଥାଣୁତାର ପ୍ରତିବାଦ କରି ଦାବି ପତ୍ର ପ୍ରଦାନ କରାଯାଇଛି । ତେବେ ଯଦି ଆଗାମୀ ଦିନରେ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେଲେ ତୀବ୍ର ଆନ୍ଦୋଳନ କରିବାକୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Sep 15, 2020, 12:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.