ETV Bharat / state

ଭିଜିଲାନ୍ସ ଜାଲରେ ବିଜେପୁର ବିଡ଼ିଓ

ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଠିକାଦାର ମାନଙ୍କ ପାଖରୁ ପିସି ବାବଦକୁ ସଂଗ୍ରହ କରିଥିଲେ ଟଙ୍କା । ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

author img

By

Published : Aug 29, 2021, 12:47 PM IST

ଭିଜିଲାନ୍ସ ଜାଲରେ ବିଜେପୁର ବିଡ଼ିଓ
ଭିଜିଲାନ୍ସ ଜାଲରେ ବିଜେପୁର ବିଡ଼ିଓ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଠିକାଦାରମାନଙ୍କ ପାଖରୁ ପିସି ବାବଦକୁ ସଂଗ୍ରହ କରିଥିଲେ ଟଙ୍କା । ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଏହାସହ ଟଙ୍କା ମଧ୍ୟ ଜବତ କରିଛି ।

ଭିଜିଲାନ୍ସ ଜାଲରେ ବିଜେପୁର ବିଡ଼ିଓ

ସୂଚନା ଅନୁସାରେ, ବରଗଡ ଜିଲ୍ଲା ବିଜେପରୁ ବିଡିଓ ପଦ୍ମନାଭ ସାମନ୍ତରାୟ ନିଜ କାର୍ଯ୍ୟାଳୟରୁ ଲାଞ୍ଚ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ମାଡି ବସିଥିଲେ । ତାଙ୍କ ଠାରୁ ତିନି ଲକ୍ଷ ଏକାବନ ହଜାର ତିନିଶହ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏବେ ବିଡିଓଙ୍କୁ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟରେ ରଖି ପଚରାଉଚରା କରାଯାଇଛି ।

ତେବେ ଦୀର୍ଘ ଦିନରୁ ବିଜେପୁର ବ୍ଳକରେ ପିସି କାରବାର ଓ ଠିକା କାର୍ଯ୍ୟରେ ବ୍ୟାପକ ଦୁର୍ନିତି ହେଉଥିବା ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ପାଖରେ ଅଭିଯୋଗ ହୋଇ ଆସୁଥିଲା । ଅନେକ ଠିକାଦାର ଓ ହିତାଧିକାରୀ ବିଡିଓ ପଦ୍ନନାଭ ସାମନ୍ତରାୟଙ୍କ କାର୍ଯ୍ୟ ଓ ପିସି କାରବାରରେ ଅତିଷ୍ଠ ହୋଇ ଏସପିଙ୍କ ଦ୍ବାରସ୍ଥ ହୋଇଥିବା ଜଣା ପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.