ସୁବର୍ଣ୍ଣପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ ସମାରୋହରେ ସନ୍ଥକବି ଭୀମଭୋଇଙ୍କ ବାଣୀକୁ ଉଚ୍ଚାରଣ କରିଥିଲେ । ଏହି ମହତ ବାଣୀ ଆବୃତ୍ତି କରିବା ପରେ ରାଷ୍ଟ୍ରପତି ଭୀମ ଭୋଇ କଳା ପରିଷଦ ସମେତ ବିଭିନ୍ନ ଅନୁଷ୍ଠାନ ସଭା ସମିତି ଆୟୋଜନ କରି କୃତଜ୍ଞତା ଜଣାଇଛନ୍ତି । ରାଷ୍ଟ୍ରପତି ମୁର୍ମୁ ନିଜ ଅଭିଭାଷଣରେ ସନ୍ଥ କବି ଭୀମଭୋଇଙ୍କ ଅମୃତ ବାଣୀ 'ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ' ପଂକ୍ତିଟି ସଂସଦର ସେଣ୍ଟ୍ରାଲ ହଲରେ ଶପଥ ଗ୍ରହଣ ସମାରୋହରେ ଉଲ୍ଲେଖ କରିଥିଲେ ।
ସନ୍ଥଙ୍କ ଏହି ବାଣୀ ଆବୃତ୍ତି ପରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ସାଂସଦ, ମନ୍ତ୍ରୀ ପରିଷଦର ସଦସ୍ୟ, ମୁଖ୍ୟମନ୍ତ୍ରୀ, ଅତିଥି ଓ ସଜ୍ଜନ ମଣ୍ଡଳୀଙ୍କ କରତାଳିରେ ମୁଖରିତ ହୋଇଥିଲା ସଂସଦର ସେଣ୍ଟ୍ରାଲ ହଲ୍ । ଏହା ଭୀମଭୋଇ ପ୍ରେମୀଙ୍କୁ ବେଶ ପ୍ରଭାବିତ କରିଛି । ସନ୍ଥକବିଙ୍କ ନାମରେ ନାମିତ ଏହି ସାଂସ୍କୃତିକ ଅନୁଷ୍ଠାନ ସାରା ଭାରତରେ ବିଭିନ୍ନ ମଞ୍ଚରେ କବିଙ୍କର ମାନବବାଦୀ ବାର୍ତ୍ତାର ପ୍ରଚାର ପ୍ରସାର କରିଛି ।
ସଂସଦ ଭିତରେ ରାଷ୍ଟ୍ରପତିଙ୍କ କଣ୍ଠରେ ସନ୍ଥ କବିଙ୍କର ଅମୃତ ବାଣୀ ଝଙ୍କୃତ ହେବା ପରେ ଭୀମ ଭୋଇ ପ୍ରେମୀ, ସାହିତ୍ୟ ରସିକ, ମହିମାଧର୍ମୀ ସାଧୁ ସନ୍ୟାସୀଙ୍କ ଭିତରେ ଖୁସିର ଲହରୀ ଖେଳି ଯାଇଛି । ରାଷ୍ଟ୍ରପତିଙ୍କୁ ଭୀମ ଭୋଇ କଳା ପରିଷଦ ସମେତ ବିଭିନ୍ନ ଅନୁଷ୍ଠାନ ସଭା ସମିତି ଆୟୋଜନ କରି କୃତଜ୍ଞତା ଜଣାଇଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର