ETV Bharat / state

ଖବର ପ୍ରସାରଣ ପରେ ଅନୁଷ୍ଠିତ ହେଲା ସମଲେଶ୍ବରୀଙ୍କ ବଳିଯାତ୍ରା

ସୋମବାର ଇଟିଭି ଭାରତରେ ଦଶମୀ ବଳି ପାଳନ କରାଯାଇନଥିବା ଖବର ପ୍ରସାରିତ ହୋଇଥିଲା । ଯାହାପରେ ସୁବର୍ଣ୍ଣପୁର ସମଲେଶ୍ବରୀ ମନ୍ଦିରରେ ବନ୍ଦ ହୋଇଥିବା ବଳିଯାତ୍ରା ଅନୁଷ୍ଠିତ ହୋଇଥିଲା । ଅଧିକ ପଢ଼ନ୍ତୁ...

ଅନୁଷ୍ଠିତ ହେଲା ସମଲେଶ୍ବରୀଙ୍କ ବଳିଯାତ୍ରା
author img

By

Published : Oct 8, 2019, 11:23 PM IST

ସୁବର୍ଣ୍ଣପୁର: ସହରର ସମଲେଶ୍ବରୀ ପୀଠରେ ଦେବୋତ୍ତର ବିଭାଗର ନିର୍ଦ୍ଦେଶରେ ଦଶମୀ ବଳୀ ଆୟୋଜିତ ହୋଇ ଯାଇଛି । ସୋମବାର ଇଟିଭି ଭାରତରେ ଦଶମୀ ବଳି ପାଳନ କରାଯାଇନଥିବା ଖବର ପ୍ରସାରିତ ହୋଇଥିଲା। ଦଶମୀ ବଳୀ ବନ୍ଦ ହେବା ସହିତ ବଳିଯାତ୍ରାର ପରମ୍ପରା ଭାଙ୍ଗିଥିବା ନେଇ ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ବଳରାମ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଦେବୋତ୍ତର ଅଧିକାରୀ ଏହାର ତଦନ୍ତ କରିବା ସହିତ ବରୁଆର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ବଳି ପାଳନ ନହେବା ଜାଣିବାକୁ ପାଇଥିଲେ।

ଅନୁଷ୍ଠିତ ହେଲା ସମଲେଶ୍ବରୀଙ୍କ ବଳିଯାତ୍ରା

ତେବେ ଦେବୋତ୍ତର ଅଧିକାରୀଙ୍କ ନିର୍ଦ୍ଦେଶରେ ପୁଣି ଦଶହରା ବଳି କାର୍ଯ୍ୟ ଦେବୀ ମା ସମଲେଶ୍ବରୀଙ୍କ ପୀଠରେ ପାଳନ କରାଯାଇଥିଲା। ଦେବୋତ୍ତର ଅଧିକାରୀଙ୍କ ନିର୍ଦ୍ଦେଶରେ ସେବାୟତ ମାନେ ସମଲେଶ୍ବରୀ ମନ୍ଦିରକୁ ପହଞ୍ଚି ବଳିଯାତ୍ରା ପାଳନ କରିଥିଲେ । ହେଲେ ସୋମବାର ରାତିରେ ଦଶହରା ବଳି ପାଳନ ହୋଇ ନଥିବାରୁ ଶ୍ରଦ୍ଧାଳୁ ମାନେ ବଳି ଦର୍ଶନ କରିବାର ସୌଭାଗ୍ୟରୁ ବଞ୍ଚିତ ହୋଇଥିଲେ । ସେପଟେ ଦେବୋତ୍ତର ଅଧିକାରୀ ବଳରାମ ମଲ୍ଲିକ ଏହି ଐତିହାସିକ ବଳିଯାତ୍ରାର ସମସ୍ତ କାର୍ଯ୍ୟ ଯଥା ସମ୍ଭବ ରୀତିରେ ପାଳନ କରିବା ପାଇଁ ଚେଷ୍ଟା କରୁଥିବା କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ସମଲେଇ ପୀଠରେ ଆଜି ଦେବୋତ୍ତର ବିଭାଗର ନିର୍ଦେଶରେ ଦଶମୀ ବଳୀ ଆୟୋଜିତ ହୋଇ ଯାଇଛି ।ଆମେ ଦଶମୀ ବଳୀ ଗତକାଲି ପାଳନ କରାଯାଇ ନ ଥିବା ଖବର ପ୍ରସାରଣ କରିଥିଲୁ ।ଦଶମୀ ବଳୀ ବନ୍ଦ ହେବା ସହିତ ବଳିଯାତ୍ରାର ପରମ୍ପରା ଭାଙ୍ଗିଥିବା ଖବର ଆମ ଇ ଟିଭିରେ ପ୍ରକାଶିତ ହେବା ପରେ ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ବଳରାମ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ।ଦେବୋତ୍ତର ଅଧିକାରୀ ଏହାର ତଦନ୍ତ କରିବା ସହିତ ବରୁଆର ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ବଳୀ ପାଳନ ନ ହେବା ଜାଣିବାକୁ ପାଇଥିଲେ।

Body:ଦେବୋତ୍ତର ଅଧିକାରୀଙ୍କ ନିର୍ଦେଶରେ ପୁଣି ଦଶରା ବଳୀକାର୍ଯ୍ୟ ଦେବୀ ମା ସମଲେଇଙ୍କ ପୀଠରେ ପାଳନ କରାଯାଇଥିଲା।ଦେବୋତ୍ତର ଅଧିକାରୀଙ୍କ ନିର୍ଦେଶରେ ସେବାୟତମାନେ ସମଲେଇ ମନ୍ଦିରକୁ ପହଂଚି ବଳୀ ପାଳନ କରିଥିଲେ । ହେଲେ ଗତକାଲି ରାତିରେ ଦଶରା ବଳୀ ପାଳନ ହୋଇ ନ ଥିବାରୁ ଶ୍ରଦ୍ଧାଳୁମାନେ ବଳୀ ଦର୍ଶନ କରିବାର ସୌଭାଗ୍ୟରୁ ବଂଚିତ ହୋଇଥିଲେ ।ସେପଟେ ଦେବୋତ୍ତର ଅଧିକାରୀ ବଳରାମ ମଲ୍ଲିକ ଏହି ଐତିହାସିକ ବଳୀଯାତ୍ରର ସମସ୍ତ କାର୍ଯ୍ୟ ଯଥା ସମ୍ଭବ ପାଳନ କରିବା ପାଇଁ ଚେଷ୍ଟା କରୁଥିବା କହିଛନ୍ତି ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.