ETV Bharat / state

ଭୀମଭୋଇ ସମାଧୀପୀଠରେ ବୈଶାଖ ପୂର୍ଣ୍ଣମୀ ପାଳିତ - purnima

କବି ଭୀମଭୋଇଙ୍କ ଜୟନ୍ତୀ କବିଙ୍କ ସାଧନା,ସିଦ୍ଧି ଓ ସମାଧିପୀଠ ଖଲିଆପାଲି ଗାଁର ଶୂନ୍ୟ ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଛି । ଏହି ଉତ୍ସବରେ ମହିମାଧର୍ମୀ ସାଧୁ ସନ୍ଥ, ଭୀମଭୋଇ ପ୍ରେମୀ, ସାହିତ୍ୟିକ, ପର୍ଯ୍ୟଟକ ସାମିଲ ହୋଇ ଶୂନ୍ୟ ମନ୍ଦିର ଦର୍ଶନର ସୁଯୋଗ ନେଇଥିଲେ।

ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର
author img

By

Published : May 18, 2019, 8:31 PM IST

ସୁବର୍ଣ୍ଣପୁର: ଆଜି ପବିତ୍ର ବୈଶାଖ ପୂର୍ଣ୍ଣମୀ। ଏହି ଅବସରରେ ମାନବବାଦୀ କବି ଭୀମଭୋଇଙ୍କ ଜୟନ୍ତୀ କବିଙ୍କ ସାଧନା,ସିଦ୍ଧି ଓ ସମାଧିପୀଠ ଖଲିଆପାଲି ଗାଁର ଶୂନ୍ୟ ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଭୀମଭୋଇ ସମାଧିପୀଠ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସାରସ୍ବତ ସମାରୋହରେ ପଦ୍ମଶ୍ରୀ ଡ.ଶ୍ରୀନିବାସ ଉଦଗାତା,ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ସମେତ ବହୁ ଜ୍ଞାନୀଗୁଣି ବ୍ୟକ୍ତି ସାମିଲ ହୋଇଥିଲେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ବିଶେଷକରି କବିଙ୍କ କାଳଜୟୀ ସର୍ଜନାର ଅନେକ ପାଣ୍ଡୁଲିପିର ପ୍ରକାଶନ ଆଜିର ଦିନରେ ଅଧିକ ଗୁରୁତ୍ବ ରଖେ ବୋଲି ଅତିଥି ମତ ପ୍ରକାଶ କରିଥିଲେ । ସମାଧିପୀଠ ଟ୍ରଷ୍ଟର ସଂପାଦକ ଛତ୍ରଧାରୀ ଅଗ୍ରୱାଲାଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ବହୁ ମହିମାଧର୍ମୀ ବାବାମାତା, ଶ୍ରଦ୍ଧାଳୁ ଭକ୍ତ ଓ ସାହିତ୍ୟିକଙ୍କ ସହ ବୁଦ୍ଧିଜୀବି ଯୋଗ ଦେଇଥିଲେ ।

ଏହି ଅବସରରେ ସମବେତ ମହିମାଧର୍ମୀ ସାଧୁ ସନ୍ଥ ,ଭୀମଭୋଇ ପ୍ରେମୀ ,ସାହିତ୍ୟିକ,ପର୍ଯ୍ୟଟକ ଶୂନ୍ୟ ମନ୍ଦିର ଦର୍ଶନର ସୁଯୋଗ ନେଇଥିଲେ। ଠିକ ସେହିପରି କବିଙ୍କ ଜନ୍ମଗ୍ରାମ ଜଟେସିଂହାଠାରେ ଓ ସୁବର୍ଣ୍ଣପୁର ସହରରେ ଥିବା କବିଙ୍କ ପ୍ରତିମୂର୍ତ୍ତିରେ ଶୂନ୍ୟସ୍ବରୂପ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

()  ଓଡ଼ିଶାରେ ହେବକି ବିଜେପି ବିଜେଡି ମେଣ୍ଟ !  ଏନେଇ ଇଙ୍ଗିତ ମିଳିଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜେବେଠୁ ଓଡିଶା ଗସ୍ତରେ ଆସିଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ସେବେଠୁ କିଛି ନୂଆ ବାର୍ତା ଦେଇଗଲେ। ଓଡ଼ିଶାରେ ବିଜେପି ବିଜେଡି ମେଣ୍ଟ କୁଛି ନୂଆ କଥା ନୁହେଁ। ଏହାରି ଭିତରେ କେନ୍ଦ୍ର ସରକାରଙ୍କୁ ନବୀନ ଧନ୍ୟବାଦ ଦେବା ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ପ୍ରସଂସା କରିବା ପରେ ଏବେ ଏହାକୁ ନେଇ ରାଜ୍ୟ ବ୍ୟାପି ଚର୍ଚ୍ଚା। 

ବିଜେଡି କହିଛି ଆମେ ସମ ଦୁରତ୍ୱ ବଜାୟ ରଖି ଆସିଛ ବୋଲି କହିଛନ୍ତି ପ୍ରତାପ ଦେବ। ତାଙ୍କର କହିବାର କଥା ବିପର୍ଯ୍ୟୟ ସମୟରେ କେନ୍ଦ୍ର ସହଯୋଗ କରିବା କଥା। ଏହା ତବକର ଦାୟିତ୍ବ। ଯଦି ସେମେନେ ଏବେ ଏହି ଦାୟିତ୍ବ ତୁଲାଉଛନ୍ତି ତେଣୁ ଧନ୍ୟବାଦ ଦେବାରେ ଅସୁବିଧା କୋଉଠି। ବିଜେପି ନେତା ସମୀର ମହାନ୍ତି କହିଛନ୍ତି, ବିଜେପି ଫୋକ୍ସରେ ଓଡିଶା ରହିଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.