ETV Bharat / state

ସୁରେଶ୍ୱରୀଙ୍କ ବଗଳାମୁଖୀ ବେଶ - subarnapur sureswari

ବଗଳାମୁଖୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମା ସୁରେଶ୍ବରୀ । ତେବେ ଆଜି ମା ଜୟଦୁର୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ । ଅଧିକ ପଢନ୍ତୁ..

ଇଷ୍ଟଦେବୀ ମା ସୁରେଶ୍ବରୀ
ଇଷ୍ଟଦେବୀ ମା ସୁରେଶ୍ବରୀ
author img

By

Published : Oct 23, 2020, 9:24 AM IST

ସୁବର୍ଣ୍ଣପୁର: କୋରୋନା କଟକଣା ମଧ୍ୟରେ ପାରମ୍ପରିକ ରୀତିନୀତିରେ ଦେବୀଙ୍କ ପୂଜା ଆରାଧନା କରାଯାଉଛି । ଗୁରୁବାର ବଗଳାମୁଖୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମା ସୁରେଶ୍ବରୀ । ତେବେ ଆଜି ମା ଜୟଦୁର୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ ।

ଇଷ୍ଟଦେବୀ ମା ସୁରେଶ୍ବରୀ

ସେବାୟତ ମାନେ ପ୍ରତ୍ୟହ ବିଭିନ୍ନ ବେଶ କରୁଛନ୍ତି । କେବଳ ସକାଳେ ଓ ସଞ୍ଜରେ ଦେବୀ ପୀଠ ଖୋଲା ରହୁଥିବାବେଳେ ମଧ୍ୟାହ୍ନରେ ମନ୍ଦିରର ମୁଖ୍ୟ ଫାଟକ ବନ୍ଦ କରି ଦିଆଯାଉଛି । ଦେବୋତ୍ତର ବିଭାଗ ପକ୍ଷରୁ ଜନ ସମାଗମକୁ ବାରଣ କରାଯାଇଛି । ସେବାୟତମାନେ କୋଭିଡ ନିୟମ ପାଳନ କରି ଦେବୀଙ୍କ ପୂଜା ଆରାଧନା କରୁଛନ୍ତି । ସନ୍ଧ୍ୟା ଆରତୀ ସମୟରେ ବ୍ୟବହାର ହେଉଥିବା ଲୋକବାଦ୍ୟକୁ ବି ବାରଣ କରାଯାଇଛି ।

ସେପଟେ ପୀଠରେ କିପରି ଶ୍ରଦ୍ଧାଳୁମାନେ ନିୟମ ପାଳନ କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବେ ସେଥିପାଇଁ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.