ETV Bharat / state

ପାତାଳୀ ଶୀକ୍ଷେତ୍ର: 144 ବର୍ଷ ଧରି ଲୁଚି ରହିଥିଲେ ମହାପ୍ରଭୁ - Mahaprabhu Jagannath

କଳା, ସଂସ୍କୃତି, ଭାସ୍କର୍ଯ୍ୟ ଓ ପର୍ଯ୍ୟଟନର ଜିଲ୍ଲା ସୁବର୍ଣ୍ଣପୁର। ଜିଲ୍ଲାରେ ଭରି ରହିଛି ବହୁ ପ୍ରାଚୀନ ଶକ୍ତିପୀଠ ସହ ଶହଶହ ମନ୍ଦିର। ପୁଣି ଦାରୁବ୍ରହ୍ମଙ୍କ ପାତାଳୀ ଶ୍ରୀକ୍ଷେତ୍ର। ପଢନ୍ତୁ ଅଧିକ...

PHOTO
ପାତାଳୀ ଶୀକ୍ଷେତ୍ର
author img

By

Published : Dec 20, 2019, 7:03 AM IST

Updated : Dec 20, 2019, 8:40 AM IST

ସୁବର୍ଣ୍ଣପୁର: ଜିଲ୍ଲାର ସଂସ୍କୃତି ଯେତିକି ପ୍ରାଚୀନ ତାର ଐତିହ୍ୟ ସେତିକି ବଳିଷ୍ଠ। ନଦୀ, ପାହାଡ, ଝରଣା ତଥା ସବୁଜ ବନାନୀରେ ଐତିହାସିକ ଗଡଜାତର ଅଧ୍ୟାତ୍ମିକ ଇତିହାସ ବି ବେଶ ପ୍ରାଚୀନ ଓ ମହାନ। ଜିଲ୍ଲାରେ ଭରି ରହିଛି ଅନେକ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ। ଯାହାକୁ ନେଇ ସାରା ଦେଶରେ ଜିଲ୍ଲାର ରହିଛି ଅନନ୍ୟ ସ୍ବତନ୍ତ୍ରତା।

ସଦର ମହକୁମାର ଅଷ୍ଟତ୍ତର 108 ମନ୍ଦିରକୁ ବାଦ ଦେଲେ ଚାରିଆଡେ ବିଛାଇ ହୋଇ ରହିଛି ଅନେକ ଶୈବ, ବୈଷ୍ଣବ ଓ ଶକ୍ତି ପୀଠ। ଆଉ ଏହି ପ୍ରାଚୀନ ପୀଠକୁ ଦେଖିବା ସହିତ ଭଗବାନଙ୍କ କୃପା ଲାଭ କରିବା ପାଇଁ ବର୍ଷର ସବୁ ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ ଛୁଟେ ଏହି ଅଞ୍ଚଳକୁ । ଏମିତି ଏକ ଶକ୍ତି ଓ ବୈଷ୍ଣବ ପୀଠର ମିଳନ ହୋଇଛି ଜିଲ୍ଲାର ଉଲୁଣ୍ଡା ଅଞ୍ଚଳରେ। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରୁ 21 କିଲୋମିଟର ଦୂରରେ ରହିଛି ଏକ ପ୍ରାଚୀନ ଶକ୍ତି ପୀଠ।

ଦେବୀ ମେଟାକାନୀଙ୍କ ଲୀଳା କ୍ଷେତ୍ର । ସୁବର୍ଣ୍ଣପୁର - ସମ୍ବଲପୁର ରାଜ୍ୟ ରାଜପଥରେ ଗଲେ ଉଲୁଣ୍ଡା ସହରର ଅନତି ଦୂରରେ ରହିଛି ଏହି ଶକ୍ତି ପୀଠ। ରାସ୍ତା କଡରେ ଦେବୀ ମା ମେଟାକାନୀଙ୍କ ବିଜୟ ପ୍ରତିମା ଏକ ଛୋଟ ମନ୍ଦିରରେ କାହିଁ କେତେ ଦିନରୁ ପୂଜା ପାଉଛନ୍ତି। ହେଲେ ସିଂହାସନ ଜଙ୍ଗଲ ଭିତରେ ରହିଛି ଦେବୀ ମାଙ୍କ ମୂଖ୍ୟ ମନ୍ଦିର । ରାସ୍ତା କଡରେ ଥିବା ମନ୍ଦିରରୁ ପ୍ରାୟ 1 କିଲୋମିଟର ଘଞ୍ଚ ଜଙ୍ଗଲ ଭିତରେ ଦେବୀ ପୂଜା ପାଇ ଆସୁଛନ୍ତି। ସବୁଜ ବନାନୀରେ ପରି ପୂର୍ଣ୍ଣ ଏହି ଶକ୍ତି ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ଦର୍ଶନ କରିବା ପାଇଁ ଆସୁଥିବା ବେଳେ ଦେବୀଙ୍କ ପୂଣ୍ୟ ତିଥୀ ଗୁଡିକରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ ଏହି ପୀଠରେ । ମା ମେଟାକାନୀଙ୍କ ପୀଠ ଉପରେ ରହିଛି ଏକ ଅନନ୍ୟ ଜନସ୍ମୃତି । ମେଟ ଲୁହୁରାଙ୍କ କନ୍ୟା ପିଲାଦିନେ ଖେଳୁଥିବା କଣ୍ଢେଇରେ ବିରାଜିତ ହୋଇଛନ୍ତି ମା ମେଟାକାନୀ। ମେଟ କନ୍ୟା ବାହା ହୋଇ ଶାଶୁ ଘରକୁ ଯିବାବେଳେ କଣ୍ଢେଇଟିକୁ ସାଙ୍ଗରେ ନେଇ ଯାଇଥିଲା। ହେଲେ ଶାଶୁ ଘର ଲୋକେ କଣ ଭାବିବେ ବୋଲି କଣ୍ଢେଇଟିକୁ ଘଞ୍ଚ ଜଙ୍ଗଲ ଭିତରକୁ ଫିଙ୍ଗି ଦେଇଥିଲା।

144 ବର୍ଷ ଧରି ଲୁଚି ରହିଥିଲେ ମହାପ୍ରଭୁ

ରାତିରେ ମେଟକୁ ସ୍ବପ୍ନ ହେବାରୁ ଏକ ସିମୁଲି ଗଛ ମୂଳରେ ଛୋଟିଆ କୁଡିଆ ତିଆରି କରି ଦେବୀଙ୍କୁ ପୂଜା କରୁଥିଲା। କାହିଁ କେତ ଦିନରୁ ଦେବୀ ସେଠାରେ ପୂଜା ପାଇ ଆସୁଥିବା ବେଳେ ପ୍ରାୟ ଦୁଇ ଦଶନ୍ଧି ତଳେ ତିଆରି ହୋଇଛି ଦେବୀଙ୍କ ଭବ୍ୟ ମନ୍ଦିର। ପ୍ରାକୃତିକ ଶୋଭରାଜିର ନିଜକୁ ହଜାଇ ଦେବା ସହିତ ଦେବୀକୃପା ଲାଭ କରିବାକୁ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହେଉଛି ଏହି ପୀଠରେ ।

ଏହି ଶକ୍ତି ପୀଠରୁ ଜଙ୍ଗଲିଆ ରାସ୍ତା ଦେଇ ପ୍ରାୟ 15 କିଲୋମିଟର ଗଲେ ରହିଛି ପାତଳୀ ଶ୍ରୀକ୍ଷେତ୍ର। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠରେ ପୂଜାଛନ୍ତି ପୁରୀ ଶ୍ରୀମନ୍ଦିର ପ୍ରଦତ୍ତ ଚତୁର୍ଦ୍ଧାମୂର୍ତ୍ତି। ଇତିହାସ କୁହେ ରକ୍ତବାହୁର ଆକ୍ରମଣ ସମୟରେ ଶ୍ରୀବଳଭଦ୍ର ଭାଇ ଶ୍ରୀଜଗନ୍ନାଥ ଓ ଦେବୀ ଭଉଣୀ ସୁଭଦ୍ରାଙ୍କ ସହିତ 144 ବର୍ଷ ଧରି ଏଠାରେ ତାଙ୍କର ଲୀଳା କରିବା ସହିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏଠାରେ ଥିବା ପ୍ରାକୃତିକ ଗୁମ୍ଫା ସମୂହ , ମେଘନାଦ ପାଚେରୀ , ଦାରୁକୋଣ , କଳ୍ପବଟ ଆଦି ଦର୍ଶନ କରିବା ପାଇଁ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। କିଛି ସମୟ ପ୍ରକୃତି କୋଳରେ ସମୟ ଅତିବାହିତ କରିବା ସହିତ ତିନି ଠାକୁରଙ୍କ ଦର୍ଶନ ଲୋଭରେ ହଜାର ହଜାର ପର୍ଯ୍ୟଟକ ଛୁଟି ଆସୁଛନ୍ତି ଏହି ପାବନ କ୍ଷେତ୍ରକୁ।

ସେହିପରି ଅନତି ଦୂରରେ ରହିଛି ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ। ଘଞ୍ଚ ଜଙ୍ଗଲ ଭିତରେ ପ୍ରକଳ୍ପ ନିକଟରେ ବଣଭୋଜି ପାଇଁ ଏକ ପ୍ରକୃଷ୍ଟ ସ୍ଥାନ । ଏହି ତିନୋଟି ପର୍ଯ୍ୟଟନ କ୍ଷେତ୍ରକୁ ଦିନ ତମାମ ବୁଲି ଦେଖି ବଣଭୋଜିର ମଜା ନେବାକୁ ଲକ୍ଷାଧିକ ଜନସାଧାରଣଙ୍କ ଗହଳି ଲାଗି ରହିଥାଏ। ଦେଵାଦେବୀଙ୍କ ଦର୍ଶନ କରି ପ୍ରକୃତିର କୋଳରେ କିଛି ସମୟ ଅତିବାହିତ କରି ଘରକୁ ଫେରୁଥିବା ସମୟରେ ଅସ୍ତଗାମୀ ସୂର୍ଯ୍ୟଙ୍କ ସୁନେଲି କିରଣରେ ଚତୁର୍ଦିଗ ବେଶ ମନଲୋଭା ହୋଇଥାଏ। କିଛି ସମୟପରେ ସନ୍ଧ୍ୟାରେ ବନ୍ୟଜନ୍ତୁଙ୍କ କୋଳାହଳ ରାବରେ ଭୟ ଓ ଆଶଙ୍କା ଭିତରେ ଘରକୁ ଫେରି ଯାଇଥାନ୍ତି ପର୍ଯ୍ୟଟକ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

blank

Conclusion:
Last Updated : Dec 20, 2019, 8:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.