ETV Bharat / state

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଜାମିନ ନାମଞ୍ଜୁର ପରେ ଜେଲରେ 2 ଅଭିଯୁକ୍ତ

ସୁବର୍ଣ୍ଣପୁର ଜିଲ୍ଲା ସିଂହୀଯୁବା ଗାଁର ସାମ୍ବାଦିକ ବିପ୍ଳବ ରଞ୍ଜନ ଦାସଙ୍କୁ 2 ଜଣ ଯୁବକ ଆକ୍ରମଣ କରିଥିଲେ । ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ବିନିକା କୋର୍ଟ ଉଭୟଙ୍କ ଜାମିନ ନାମଞ୍ଜୁର କରିବା ପରେ ପୋଲିସ ସେମାନଙ୍କୁ ଜେଲକୁ ପଠାଇଛି ।

Attack on journalist: Two accused in jail after bail denied
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଜାମିନ ନାମଞ୍ଜୁର ପରେ ଜେଲରେ 2 ଅଭିଯୁକ୍ତ
author img

By

Published : Jun 1, 2020, 5:14 PM IST

ସୁବର୍ଣ୍ଣପୁର: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ 2 ଯୁବକ ଗିରଫ । ସୁବର୍ଣ୍ଣପୁର ଜିଲ୍ଲା ସିଂହୀଯୁବା ଗାଁର ସାମ୍ବାଦିକ ବିପ୍ଳବ ରଞ୍ଜନ ଦାସଙ୍କୁ 2 ଜଣ ଯୁବକ ଆକ୍ରମଣ କରିଥିଲେ । ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ଅଭିଯୁକ୍ତ ହେଲେ ଅଶୋକ ପଣ୍ଡା ଓ ଶ୍ରୀକର ମେସୁଆ । ହେଲେ ବିନିକା କୋର୍ଟ ଉଭୟଙ୍କ ଜାମିନ ନାମଞ୍ଜୁର କରିବା ପରେ ପୋଲିସ ସେମାନଙ୍କୁ ଜେଲକୁ ପଠାଇଛି ।

ସୂଚନାନୁଯାୟୀ, ସାମ୍ବାଦିକ ବିପ୍ଳବ ରଞ୍ଜନ ଦାସଙ୍କ ବଡଭାଇ ଆଶିଷ ସହିତ ସିଂହୀଯୁବା ସମଲେଇ ମନ୍ଦିର ଆଗରେ ଅଶୋକ ଓ ଶ୍ରୀକର ପାଟିତୁଣ୍ଡ କରୁଥିଲେ । ବିପ୍ଳବ ଆସି ପଚାରିବାରୁ ଉଭୟ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି କ୍ଷତାକ୍ତ କରିଥିଲେ । ଏବେ ବିପ୍ଳବଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବାବେଳେ ଆସାମୀ ଦ୍ବୟ ଜେଲ ହାଜତରେ ଅଛନ୍ତି ।

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଜାମିନ ନାମଞ୍ଜୁର ପରେ ଜେଲରେ 2 ଅଭିଯୁକ୍ତ

ସେପଟେ ସାମ୍ବାଦିକ ବିପ୍ଳବ ରଞ୍ଜନ ଦାସଙ୍କୁ ଆକ୍ରମଣ ଘଟଣାକୁ ବିନିକା, ବୀରମହାରାଜପୁର ଓ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.