ETV Bharat / state

ପୂର୍ବ ଶତୃତାରୁ ଆକ୍ରମଣ, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ଅଭିଯୋଗକାରୀ - attack in subarnapur

ପୂର୍ବ ଶତୃତାରୁ ସୁବର୍ଣ୍ଣପୁର ଜିଲ୍ଲା କମଲପୁର ଗାଁରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏନେଇ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରୀ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

attack in subarnapur,  plaintiff at the door of the SP for justice
ପୂର୍ବ ଶତ୍ରୃତାରୁ ଆକ୍ରମଣ, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ଅଭିଯୋଗକାରୀ
author img

By

Published : Mar 13, 2020, 11:56 PM IST

ସୁବର୍ଣ୍ଣପୁର: ପଞ୍ଚାୟତ ଅଧିକାରୀ ପ୍ରିୟବ୍ରତ ସାହୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା କମଲପୁର ଗାଁର ଶତ୍ରୃଘ୍ନ ମେହେର ନାମକ ଏକ ବ୍ୟକ୍ତିଙ୍କୁ ଅଶ୍ଲିଳ ଭାଷା ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ଏସପିଙ୍କ ନିକଟ ଦ୍ବାରସ୍ଥ ହୋଇ ନ୍ୟାୟ ଦାବି କରିଛନ୍ତି ।

ପୂର୍ବ ଶତ୍ରୃତାରୁ ଆକ୍ରମଣ, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ଅଭିଯୋଗକାରୀ

ସୂଚନା ଅନୁସାରେ, ଗତ ଗୁରୁବାର ବୀରମହାରାଜପୁର ବ୍ଳକ କାର୍ଯ୍ୟାଳୟ ଆଗରେ ପ୍ରିୟବ୍ରତ ଓ ଗଗନ ନାମକ ବ୍ୟକ୍ତି ଶତ୍ରୃଘ୍ନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଳଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ । ଶତ୍ରୁଘ୍ନ ଉଭୟଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ ଜିଲ୍ଲା ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ପୂର୍ବରୁ 3 ଲକ୍ଷ ଟଙ୍କାର ଠିକା କାର୍ଯ୍ୟକୁ ନେଇ ଦୁହିଁଙ୍କ ଭିତରେ ପୂର୍ବରୁ ବଚସା ହୋଇଥିଲା । ହେଲେ ପୂର୍ବରୁ ମଧ୍ୟ ଶତ୍ରୃତାକୁ ଆଧାର କରି ପ୍ରିୟବ୍ରତ ଶତ୍ରୁଘ୍ନଙ୍କୁ ଅଶ୍ଳିଳ ଭାଷା ପ୍ରୟୋଗ କରି ଆକ୍ରମଣ କରିଥିଲେ । ଏହି ଘଟଣାରେ ପ୍ରିୟବ୍ରତ ଏକ ପାଲଟା ଅଭିଯୋଗ କରିଥିଲେ । ଅପରପକ୍ଷରେ ଘଟଣାର ତର୍ଜମା କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.