ETV Bharat / state

ଆମ୍ବୁଲାନ୍ସରେ ରୋଗୀ ନୁହେଁ ସେବା ପାଉଛି ଟିଭି - ଆମ୍ବୁଲାନ୍ସ ଦୁର୍ଘଟଣା

ସୁବର୍ଣ୍ଣପୁର ସହରର କସ୍ତୁରୀ ହୋଟେଲ ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣାକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ବଲପୁର ପରିବହନ ବିଭାଗର ନମ୍ବର ଥିବା ଏକ ଆମ୍ବୁଲାନ୍ସରେ ଡ୍ରାଇଭର ଟେଲିଭିଜନ ମରାମତି କରିବାକୁ ନେଉଥିବା ବେଳେ ଏକ ହୋଣ୍ଡା ସିଟି ଗାଡ଼ିରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 8, 2019, 10:47 PM IST

ସୁବର୍ଣ୍ଣପୁର: ସହରର କସ୍ତୁରୀ ହୋଟେଲ ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣାକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ବଲପୁର ପରିବହନ ବିଭାଗର ନମ୍ବର ଥିବା ଏକ ଆମ୍ବୁଲାନ୍ସରେ ଡ୍ରାଇଭର ଟେଲିଭିଜନ ମରାମତି କରିବାକୁ ନେଉଥିବା ବେଳେ ଏକ ହୋଣ୍ଡା ସିଟି ଗାଡ଼ିରେ ମୁହାଁମୁହିଁ ଧକ୍କା ହୋଇଥିଲା । ଆମ୍ବୁଲାନ୍ସ ଡ୍ରାଇଭର ହୋଣ୍ଡା ଗାଡିକୁ ପିଟିବା ପରେ ସେଠାରୁ ଫେରାର ହୋଇଯାଇଥିଲା ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଜିଲ୍ଲାର ମେଣ୍ଡା ଗାଁର ସନ୍ତୋଷ ସାହାକୁ ଆମ୍ବୁଲାନ୍ସ ଡ୍ରାଇଭର ସନ୍ଦେହରେ ପଚରାଉଚରା କରୁଛି । ଅଟକ ସନ୍ତୋଷ ନିଜେ ଆମ୍ବୁଲାନ୍ସର ଡ୍ରାଇଭର ନୁହେଁ ବୋଲି ପୋଲିସ ଆଗରେ କହିଛି । ହୋଣ୍ଡା ଗାଡିଟି ସହରର ସିଣ୍ଡିକେଟ ବ୍ୟାଙ୍କର ମ୍ୟାନେଜରଙ୍କ ବୋଲି ଜଣାପଡିଛି ।

ଆମ୍ବୁଲାନ୍ସ କାହିଁକି ମାଲ ପରିବହନ ପାଇଁ ବ୍ୟବହାର ହେଉଛି ତାହା ଲୋକଙ୍କ ଭିତରେ ଉତ୍ସୁକତା ସହ କ୍ରୋଧ ମଧ୍ୟ ସୃଷ୍ଟି କରିଛି । ଆମ୍ବୁଲାନ୍ସ କେଉଁ ଡାକ୍ତରଖାନାର ଓ କାହିଁକି ପୁରୁଣା ଟେଲିଭିଜନ ନେଇ ସହରରେ ବୁଲୁଥିଲା ତାହା ସଠିକ ଭାବରେ ଜଣା ପଡ଼ିନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର କସ୍ତୁରୀ ହୋଟେଲ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।ସମ୍ବଲପୁର ପରିବହନ ବିଭାଗର ନମ୍ବର ଥିବା ଏକ ଆମ୍ବୁଲାନ୍ସରେ ଡ୍ରାଇଭର ଟେଲିଭିଜନ ମରାମତି କରିବାକୁ ନେଉଥିବା ବେଳେ ଏକ ହୋଣ୍ଡା ସିଟି ଗାଡ଼ିରେ ମୁହାଁମୁହିଁ ଧକ୍କା ହୋଇଥିଲା।ଆମ୍ବୁଲାନ୍ସ ଡ୍ରାଇଭର ହୋଣ୍ଡା ଗାଡିକୁ ପିଟିବା ପରେ ସେଠାରୁ ଫେରାର ମାରିଥିଲା।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ପୋଲିସ ଜିଲ୍ଲାର ମେଣ୍ଡା ଗାଁର ସନ୍ତୋଷ ସାହାକୁ ଆମ୍ବୁଲାନ୍ସ ଡ୍ରାଇଭର ବୋଲି ଆଣି ପଚରା ଉଚୁରା କରୁଛି।

Body:ଅଟକ ସନ୍ତୋଷ ନିଜେ ଆମ୍ବୁଲାନ୍ସର ଡ୍ରାଇଭର ନୁହେଁ ବୋଲି ପୋଲିସ ଆଗରେ କହିଛି।ହୋଣ୍ଡା ଗାଡିଟି ସହରର ସିଣ୍ଡିକେଟ ବେଙ୍କର ମେନେଜରଙ୍କ ବୋଲି ଜଣାପଡିଛି।ଆମ୍ବୁଲାନ୍ସ କାହିଁକି ମାଲ ପରିବହନ ପାଇଁ ବ୍ୟବହାର ହେଉଛି ତାହା ଲୋକଙ୍କ ଭିତରେ ଉତ୍ସୁକତା ସୃଷ୍ଟି କରିଛି।

Conclusion:ଆମ୍ବୁଲାନ୍ସ କେଉଁ ଡାକ୍ତରଖାନାର ଓ କାହିଁକି ପୁରୁଣା ଟେଲିଭିଜନ ନେଇ ସହରରେ ବୁଲୁଥିଲା ତାହା ସଠିକ ଭାବରେ ଜଣା ପଡ଼ିନାହିଁ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ଭିଜୁଆଲ ଏଡିଟିଙ୍ଗ ଓ ଭଏସଓଭର ଦିଆଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.