ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟା - ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା

ସୁବର୍ଣ୍ଣପୁର ତରଭା ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ । ମୃତକଙ୍କ ଦୁଇ ପାପୁଲି କାଟି ଦିଆଯାଇଥିବା ଦେଖିବାକୁ ମିଳିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅନୁମାନ କରୁଛି । ଅଧିକ ପଢନ୍ତୁ...

allegations of Murder centered on previous hostilities
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ
author img

By

Published : Nov 21, 2020, 2:32 PM IST

ସୁବର୍ଣ୍ଣପୁର: ତରଭା ଥାନା ଅନ୍ତର୍ଗତ ଝାରତରଭା ଗ୍ରାମ ପଞ୍ଚାୟତର ଅରଖ ପଦର ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ସେହି ଗ୍ରାମର 50 ବର୍ଷୀୟ ପିତାମ୍ବର ମହାକୁରଙ୍କୁ କେହି ଜଣେ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ଅରଖ ପଦର -ଦଇତପୁର ରାସ୍ତା ମଝିରେ ଏକ ବିଲରେ ପିତାମ୍ବରଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଶରୀରର ଦୁଇ ପାପୁଲି କାଟି ଦିଆଯାଇଥିବା ବେଳେ ଗୋଟିଏ ପାପୁଲି ଶବର ଅନତିଦୂରରେ ପଡିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ଘଟଣାସ୍ଥଳରୁ ଗୋଟିଏ ଲୁହା ରଡ, ଦୁଇଟି ଠେଙ୍ଗା ପୋଲିସ ଜବତ କରିଛି। ଏ ସମ୍ପର୍କରେ ପୋଲିସ ଗାଁର ଯୁଧିଷ୍ଠିର ନାଗକୁ ଗିରଫ କରିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅନୁମାନ କରୁଛି। ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରୁଛନ୍ତି। ଏପଟେ ଘଟଣାସ୍ଥଳରେ ଆଇଆଇସି ଡୋଲାମଣି ଭୋଇ ,ଏସଡ଼ିପିଓ ମିହିର ପଣ୍ଡା ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.