ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି ଅଭିଯୋଗ - PMAY scam in subarnapur

ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଆଜି ଆଇନଜୀବୀ ବଳଦେବ ବେଦବାଗଙ୍କ ନେତୃତ୍ୱରେ ଗରିବ ହିତାଧିକାରୀ ମାନେ ଦୁର୍ନୀତିର ନିଆରା ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହା ଦୁର୍ନୀତି ଅଭିଯୋଗ

author img

By

Published : Feb 24, 2021, 9:49 PM IST

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଆଜି ଆଇନଜୀବୀ ବଳଦେବ ବେଦବାଗଙ୍କ ନେତୃତ୍ୱରେ ଗରୀବ ହିତାଧିକାରୀ ମାନେ ଦୁର୍ନୀତିର ନିଆରା ପ୍ରତିବାଦ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହା ଦୁର୍ନୀତି ଅଭିଯୋଗ

ସ୍ଥାନୀୟ କଚେରୀ ଛକରୁ ଏକ ଘଣ୍ଟ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧନୀକ ଶ୍ରେଣୀର ପରିବାର ଲୋକେ ଏକରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ପାଉଥିବା ବେଳେ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ନଥିବା ଅଭିଯୋଗ ହେଉଛି । ଏପରିକି ଟ୍ରାକ୍ଟର ଓ ବୋଲେରୋ ଗାଡି ମାଲିକ ମାନଙ୍କୁ ଏହି ଯୋଜନାରେ ଭଣ୍ଡାର ଗାଁରେ ଘର ଯୋଗାଇ ଦିଆଯାଉଥିବା ପ୍ରମାଣ ସହିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ସଂଯୋଜକଙ୍କ ପାଖରେ ଉପସ୍ଥାପନ କରିଛନ୍ତି ।

ଯୋଗ୍ୟ ହିତାଧିକାରୀଙ୍କୁ ଏସଇସିସି ତାଲିକାରୁ ଚଞ୍ଚକତାର ସହିତ ବାଦ ଦେଇ ସରକାରୀ କର୍ମଚାରୀ ମାନେ ଲାଞ୍ଚ ନେଇ ଧନୀକ ଶ୍ରେଣୀର ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । କାର୍ଯ୍ୟାଳୟ ଆଗରେ ଘଣ୍ଟ ଓ ଟିଣ ବଜାଇ ଏହାର ପ୍ରତିବାଦ କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଆବାସ 2 ଯୋଜନାରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସ୍ଥାନୀୟ ପ୍ରକଳ୍ପ ନିର୍ଦେଶକଙ୍କୁ ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.