ETV Bharat / state

ସୁବର୍ଣ୍ଣପୁରରେ ଆରମ୍ଭ ହୋଇ ପାରୁନି କୃଷି କାର୍ଯ୍ୟ, ବର୍ଷା ଅପେକ୍ଷାରେ ଚାଷୀ

ସୁବର୍ଣ୍ଣପୁରରେ ସ୍ବଳ୍ପ ବୃଷ୍ଟି ଚାଷୀ ମୁଣ୍ଡବ୍ୟଥାର କାରଣ ହୋଇଛି । ଚଳିତ ଋତୁରେ ଚାଷ କାର୍ଯ୍ୟ ପାଇଁ ପ୍ରାୟ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ବିଳମ୍ବ ହୋଇଥିବା ଚାଷୀ କହିଛନ୍ତି । ଆବଶ୍ୟକ ପରିମାଣର ବର୍ଷା ନହେଲେ ମରୁଡି ଭଳି ପରିସ୍ଥିତି ସୃଷ୍ଟି ହେବା ସ୍ବାଭାବିକ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁରରେ ଆରମ୍ଭ ହୋଇ ପାରୁନି କୃଷି କାର୍ଯ୍ୟ, ବର୍ଷା ଅପେକ୍ଷାରେ ଚାଷୀ
ସୁବର୍ଣ୍ଣପୁରରେ ଆରମ୍ଭ ହୋଇ ପାରୁନି କୃଷି କାର୍ଯ୍ୟ, ବର୍ଷା ଅପେକ୍ଷାରେ ଚାଷୀ
author img

By

Published : Jun 28, 2022, 7:01 PM IST

ସୁବର୍ଣ୍ଣପୁର: ଚଳିତ ଖରିଫ ଋତୁରେ ଚାଷ କାର୍ଯ୍ୟ ବେଶ ବିଳମ୍ବ ହୋଇଛି । ଦୁର୍ବଳ ମୌସୁମୀ ଓ ସ୍ବଳ୍ପ ବର୍ଷା ଯୋଗୁଁ ଚାଷୀମାନେ କାର୍ଯ୍ୟ ଆରମ୍ଭ କରି ପାରି ନାହାନ୍ତି । ତେବେ ବାହାଲ କିସମ ଜମିରେ ପାଣି ମାଡିଥିବାରୁ ଚାଷୀ ପହ୍ଲା ପକା ଆରମ୍ଭ କରିଛନ୍ତି । ଆବଶ୍ୟକ ପରିମାଣର ବର୍ଷା ନହେଲେ ମରୁଡି ଭଳି ପରିସ୍ଥିତି ସୃଷ୍ଟି ହେବା ନିଶ୍ଚିତ ।

ସୁବର୍ଣ୍ଣପୁରରେ ଆରମ୍ଭ ହୋଇ ପାରୁନି କୃଷି କାର୍ଯ୍ୟ, ବର୍ଷା ଅପେକ୍ଷାରେ ଚାଷୀ

ଅକ୍ଷୟ ତୃତୀୟା ଠାରୁ ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଚାଷୀ ଅନେକ ବୁଣାବୁଣି କାର୍ଯ୍ୟ କରିଥିବା ବେଳେ ଖର୍ଡି ବୁଣା ଚାଷଜମିକୁ ପାଣି ମାଡି ପାରୁନାହିଁ । ଅନିୟମିତ ଓ ସ୍ବଳ୍ପ ବୃଷ୍ଟି ଚାଷୀ ମୁଣ୍ଡବ୍ୟଥାର କାରଣ ହୋଇଛି । ଏବେ ଯାଏଁ ଆଟ, ବେର୍ଣ୍ଣା ଓ ମାଲ କିସମ ଜମିରେ ଚିରା ଦୋହରା କରାଯାଇ ପାରିନାହିଁ । ପାଣି ମାଡୁଥିବା ଚାଷଜମିରେ କେବଳ ପହ୍ଲା ପକା କାର୍ଯ୍ୟ ଚାଲିଛି । ତେବେ ଚଳିତ ଋତୁରେ ଚାଷ କାର୍ଯ୍ୟ ପାଇଁ ପ୍ରାୟ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ବିଳମ୍ବ ହୋଇଥିବା ଚାଷୀ କହିଛନ୍ତି । ସେହିପରି ସ୍ବଳ୍ପ ବୃଷ୍ଟି ଯୋଗୁଁ କୃଷି ବିଭାଗ ଓ ଜଳସେଚନ ବିଭାଗ ପକ୍ଷରୁ ୮୦ ରୁ ୧୨୦ ଦିନିଆ ବିହନ ଚାଷ କରିବା ପାଇଁ ପରାମର୍ଶ ଦିଆଯାଉଛି । ହେଲେ ଚାଷୀ ଅଧିକ ଅମଳ ଆଶାରେ ୧୪୦ ରୁ ୧୫୦ ଦିନିଆ ଧାନ ବିହନ ଚାଷ କରୁଛି । ଯଦି ସ୍ବଳ୍ପ ବୃଷ୍ଟି ହୁଏ ତେବେ ଚାଷୀ ମରୁଡିର ସମ୍ମୁଖୀନ ହେବା ସ୍ବାଭାବିକ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.