ସୁବର୍ଣ୍ଣପୁର: ଜିଲ୍ଲା ବିନିକା ବ୍ଲକ ଗୁଲୁଣ୍ଡା ଗାଁରେ ପରସ୍ପରକୁ ଏସିଡ୍ ଫିଙ୍ଗି ଗୁରୁତର ହେଲେ ଦୁଇ ଯୁବକ । ପୂର୍ବ ଶତୃତାକୁ ଗାଁର ଦୁଇଜଣ ବ୍ୟକ୍ତି ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିବା ସନ୍ଦେହ କରାଯାଉଛି । ଶେଷରେ ଦୁହେଁ ଦୁହିଁଙ୍କ ଉପରକୁ ଏସିଡ ଫିଙ୍ଗି ଥିଲେ । ଫଳରେ ଉଭୟ ଯୁବକ ଗୁରୁତର ହୋଇ ପଡିଛନ୍ତି । ଯୁବକ ଦୁଇଜଣ ହେଲେ ଗୁଲୁଣ୍ଡା ଗାଁର ବିକ୍ରମ ହରିପାଲ ଓ ବୃନ୍ଦାବନ ଛତ୍ରିଆ ।
ଗୁରୁବାର କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଉଭୟ ଉଭୟଙ୍କ ଉପରକୁ ଏସିଡ ମାଡ କରିଥିଲେ । ଗୁରୁତର ଅବସ୍ଥାରୁ ଦୁହିଁଙ୍କୁ ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ବିନିକା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ତେବେ କେଉଁ କାରଣରୁ ଉଭୟେ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେପଟେ ବିନିକା ପୋଲିସ ଡାକ୍ତରଖାନାରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ