ETV Bharat / state

ସଫଳ ଛତୁ ଚାଷୀ ସୀତାରାମ, ଦୈନିକ 15 କେଜିରୁ ଅଧିକ ଉତ୍ପାଦନ - ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ

ସୁବର୍ଣ୍ଣପୁରର ସହରର ନିକଟରେ ଥିବା ପାଲି ଗାଁରେ ରହୁଥିବା ସଫଳ ଛତୁ ଚାଷୀ ସୀତାରାମ ସାହୁ । ତାଙ୍କର ଉଦ୍ୟମ ଓ କଠିନ ପରିଶ୍ରମ ତାଙ୍କୁ ଏହି ସଫଳତା ଆଣି ଦେଇଛି। ମାତ୍ର ଗୋଟିଏ ଡ଼ିସିମିଲ ବା 450 ବର୍ଗ ଫୁଟ ଜାଗାରେ ଛତୁ ଚାଷ କରି ନିଜକୁ ଜଣେ ସଫଳ ଛତୁଚାଷୀ ହୋଇପାରିଛନ୍ତି।

subarnpur
ଦୈନିକ 15 କେଜିରୁ ଅଧିକ ଉତ୍ପାଦନ
author img

By

Published : Jul 1, 2020, 2:58 PM IST

Updated : Jul 1, 2020, 3:30 PM IST

ସୁବର୍ଣ୍ଣପୁର: ଦାରିଦ୍ର୍ୟତା ଦୂର ପାଇଁ ଅନେକ ଚାକିରୀ କରିବା ପ୍ରଥମ ପସନ୍ଦ ଥିବାବେଳେ ଚାଷ କରି ମଧ୍ୟ ଜଣେ ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ହୋଇପାରିବ । ଯାହାକୁ ପ୍ରମାଣିତ କରିଛନ୍ତି ସୁବର୍ଣ୍ଣପୁର ସହରର ନିକଟରେ ଥିବା ପାଲି ଗାଁରେ ରହୁଥିବା ସଫଳ ଛତୁ ଚାଷୀ ସୀତାରାମ ସାହୁ । ତାଙ୍କର ଉଦ୍ୟମ ଓ କଠିନ ପରିଶ୍ରମ ତାଙ୍କୁ ଏହି ସଫଳତା ଆଣି ଦେଇଛି। ମାତ୍ର ଗୋଟିଏ ଡ଼ିସିମିଲ ବା 450 ବର୍ଗ ଫୁଟ ଜାଗାରେ ଛତୁ ଚାଷ କରି ନିଜକୁ ଜଣେ ସଫଳ ଛତୁଚାଷୀ ହୋଇପାରିଛନ୍ତି।

ଦିନେ ଦାରିଦ୍ର୍ୟତା ତାଙ୍କ ପିଛା ଛାଡୁ ନଥିଲା। କେମିତି ଦୁଇ ପୁଅ ଝିଅଙ୍କ ପାଠପଢା ସାଙ୍ଗକୁ ପାଞ୍ଚ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ ପାଇଁ ବାଟ ପାଉ ନଥିଲେ। ହେଲେ ଏବେ ଛତୁ ଚାଷ କରି ସେ ନିଜ ଆର୍ଥିକ ଅବସ୍ଥା ସୁଧୁରି ଯାଇଛି ।

ଜିଲ୍ଲାର କୃଷି ବିଜ୍ଞାନକେନ୍ଦ୍ରରୁ ତାଲିମ ନେବା ପରେ ଆଜିକୁ 5 ବର୍ଷ ହେଲା ଛତୁ ଚାଷ କରୁଛନ୍ତି। ତେବେ ସକାଳ ହେଲେ ସ୍ବାମୀ ସ୍ତ୍ରୀ ଲାଗି ପଡନ୍ତି ଛତୁ ଚାଷରେ। ଏବେ ମାତ୍ର ଗୋଟିଏ ଡ଼ିସିମିଲ ଯାଗାରେ କୁଇଣ୍ଟାଲ କୁଇଣ୍ଟାଲ ଛତୁ ଉତ୍ପାଦନ କରିବାରେ ସକ୍ଷମ ହୋଇଛନ୍ତି। ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟ ସମୟରେ ଛତୁ ପାଇଁ ଖୋଜାପଡେ ସୀତାରାମଙ୍କୁ।

ସଫଳ ଛତୁ ଚାଷୀ ସୀତାରାମ, ଦୈନିକ 15 କେଜିରୁ ଅଧିକ ଉତ୍ପାଦନ

ତେବେ ଦୈନିକ ପ୍ରାୟ 15 କେଜିରୁ ଅଧିକ ଛତୁ ଉତ୍ପାଦନ କରୁଥିବା ବେଳେ କେଜି 300 ଟଙ୍କାରେ ପରିବା ବ୍ୟବସାୟୀ ମାନଙ୍କ ପାଖରେ ବିକ୍ରି କରିଥାନ୍ତି। ବେପାରୀମାନେ 400ରୁ 450 ଟଙ୍କାରେ ଦୈନିକ ବଜାରରେ ବିକ୍ରି କରୁଛନ୍ତି। ସୀତାରାମ ଜଣେ ସଫଳ ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ପାରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Jul 1, 2020, 3:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.