ETV Bharat / state

ହେଲମେଟ ପିନ୍ଧିବାକୁ ଅମଙ୍ଗ ଚାଳକ, 9 ମାସରେ ଗଲାଣି 62 ଜଣଙ୍କ ପ୍ରାଣ

ମୋଟର ସାଇକେଲ ଆରୋହୀଙ୍କ ପାଇଁ ମରଣଯନ୍ତା ପାଲଟିଛି ସୁବର୍ଣ୍ଣପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ । ଚଳିତ 9 ମାସ ଭିତରେ 87ଟି ଦୁର୍ଘଟଣା ହୋଇଥିବା ବେଳେ 62 ଜଣଙ୍କ ମୃତ୍ୟୁ ହେଲାଣି । ହେଲେ ବି ହେଲମେଟ ପିନ୍ଧିବାକୁ ନାରାଜ ଚାଳକ । ଅଧିକ ପଢନ୍ତୁ:

ହେଲମେଟ ପିନ୍ଧିବାକୁ ଅମଙ୍ଗ ଚାଳକ, 9 ମାସରେ ଗଲାଣି 62 ଜଣଙ୍କ ପ୍ରାଣ
ହେଲମେଟ ପିନ୍ଧିବାକୁ ଅମଙ୍ଗ ଚାଳକ, 9 ମାସରେ ଗଲାଣି 62 ଜଣଙ୍କ ପ୍ରାଣ
author img

By

Published : Jan 15, 2021, 2:05 PM IST

ସୁବର୍ଣ୍ଣପୁର: ବାଇକ ଆରୋହୀଙ୍କୁ ଅଡୁଆ ହେଲମେଟ । ଫଳରେ ମୋଟର ସାଇକେଲ ଆରୋହୀଙ୍କ ପାଇଁ ମରଣଯନ୍ତା ପାଲଟିଛି ସୁବର୍ଣ୍ଣପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ । ଚକ ଚକିଆ ମସୃଣ ଜାତୀୟ ରାଜପଥରେ ଗାଡି ଦୌଡାଇବାକୁ ଭଲ ପାଉଥିବା ବାଇକ ଆରୋହୀଙ୍କ ପାଇଁ କିନ୍ତୁ ଏଇ ରାସ୍ତା ଏବେ ମହଙ୍ଗା ପଡିଛି । କାହିଁ ନା ଏଥିରୁ ଅଧିକାଂଶ ବିନା ହେଲମେଟରେ ଗାଡି ଚଳାଇ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ଜୀବନ ମଧ୍ୟ ହାରୁଛନ୍ତି । ସେପଟେ ଏହି ଅମାନିଆଙ୍କୁ ସଜାଡିବାକୁ ପରିବହନ ବିଭାଗ ଫାଇନର ବ୍ୟବସ୍ଥା କରିଥିଲେ ବି ଅନେକ ସରକାରୀ କର୍ମଚାରୀଙ୍କ ସହିତ ପାଟି ତୁଣ୍ଡ କରିବାକୁ ବି ପଛାଉ ନାହାନ୍ତି । ହେଲେ ବିନା ସୁରକ୍ଷା ଉପକରଣରେ ଗାଡି ଦୌଡାଇ ଜୀବନ ହାରୁଛନ୍ତି।

ହେଲମେଟ ପିନ୍ଧିବାକୁ ଅମଙ୍ଗ ଚାଳକ, 9 ମାସରେ ଗଲାଣି 62 ଜଣଙ୍କ ପ୍ରାଣ
ଗତବର୍ଷ ଜିଲ୍ଲାରେ 111 ଗୋଟି ସଡକ ଦୁର୍ଘଟଣା ହୋଇଥିବା ବେଳେ 57 ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଚଳିତ ଆର୍ଥିକ ବର୍ଷରେ 9 ମାସ ଭିତରେ 87ଟି ଦୁର୍ଘଟଣା ହୋଇଥିବା ବେଳେ 62 ଜଣଙ୍କ ମୃତ୍ୟୁ ହେଲାଣି । ଆଉ ଏଥିମଧ୍ୟରୁ ଅଧିକାଂଶ ମୋଟର ସାଇକେଲ ଆରୋହୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରିପୋର୍ଟ କହୁଛି । ସେପଟେ ପରିବହନ ବିଭାଗ 9 ମାସ ଭିତରେ ପ୍ରାୟ 7 କୋଟି ଟଙ୍କା ଫାଇନ ଆଦାୟ କରିଥିବାବେଳେ ଅଧିକାଂଶ ବାଇକ ଆରୋହୀ ହେଲମେଟ ପରିଧାନ ନକରି ଫାଇନ ଗଣିଛନ୍ତି ।ଖାଲି ହେଲମେଟ ନୁହେଁ, ସୁବର୍ଣ୍ଣପୁର-ବଲାଙ୍ଗୀର ଜାତୀୟ ରାଜପଥ ପ୍ରତି ଗୁରୁତ୍ବ ଦିଆଗଲେ ଦୁର୍ଘଟଣା ହ୍ରାସ ପାଇବ ବୋଲି ସ୍ବଚ୍ଛାସେବୀମାନେ ମତ ପ୍ରକାଶ କରିଛନ୍ତି ।ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.