ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ନୀରବ ବିକ୍ଷୋଭ ପ୍ରଦର୍ଶନ

author img

By

Published : May 24, 2021, 3:17 PM IST

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ନୀରବ ବିକ୍ଷୋଭ ପ୍ରଦର୍ଶନ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ନୀରବ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ କମିଟିର ସଦସ୍ୟମାନେ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସଙ୍କ ଆଗରେ ନିଜ ଦାବି ରଖିଛନ୍ତି । ରାଜ୍ୟ ସରକାର ମଦ ଦୋକାନର ଲାଇସେନ୍ସ ଫି ଛାଡ କରୁଥିବା ବେଳେ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ଲାଇସେନ୍ସ ଫି ଛାଡ କରିବା ପାଇଁ ଦାବି କରିଛନ୍ତି ।

ଗତ 21 ତାରିଖରେ ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଅନୁଯାୟୀ ଗତ ଜୁନ 2020ରୁ ଡିସେମ୍ବର 2020 ପର୍ଯ୍ୟନ୍ତ ମଦ ଦୋକାନ ଗୁଡିକର ଲାଇସେନ୍ସ ଫି ଛାଡ କରିଛନ୍ତି । ତେବେ ରନ୍ଧନ ଗ୍ୟାସ ,ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଭାଟ ଛାଡ କରିବା ସହିତ ଡାଲି ,ଖାଇବା ତେଲ ଆଦି ଉପରେ ଲାଗୁଥିବା ଜିଏସଟି ଛାଡ କରିବା ପାଇଁ ଦାବୀ କରିଛନ୍ତି । ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରୁ ତିର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.