ETV Bharat / state

କୋରୋନାରେ ସୁବର୍ଣ୍ଣପୁରର ବରିଷ୍ଠ ଆଇନଜୀବୀଙ୍କ ଦେହାନ୍ତ

ସୁବର୍ଣ୍ଣପୁର ସହର ବରିଷ୍ଠ ଆଇନଜୀବୀଙର 61ବର୍ଷ ବୟସରେ କୋରୋନାରେ ମୃତ୍ୟୁ ହୋଇଛି । ତାଙ୍କର ଅକାଳ ବିୟୋଗରେ ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ଦିନକ ପାଇଁ କୋର୍ଟ କାର୍ଯ୍ୟକୁ ବନ୍ଦ ରଖାଯାଇଛି । ଅଧିକ ପଢନ୍ଚୁ...

ସୁବର୍ଣ୍ଣପୁରର ବରିଷ୍ଠ ଆଇନଜୀବୀଙ୍କ କୋରୋନାରେ ଦେହାନ୍ତ

author img

By

Published : Oct 16, 2020, 1:05 PM IST

ସୁବର୍ଣ୍ଣପୁର: କୋରୋନା ସାରା ଦେଶରେ ଆତଙ୍କ ଖୋଳାଇବାରେ ଲାଗିଛି । ସୁବର୍ଣ୍ଣପୁର ସହରର ବରିଷ୍ଠ ଆଇନଜୀବୀ ତଥା ଏପିଜି ପ୍ରଦୀପ କୁମାର ହୋତା କୋରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 61ବର୍ଷ ବୟସ ହୋଇଥିଲା ।

ସୁବର୍ଣ୍ଣପୁରର ବରିଷ୍ଠ ଆଇନଜୀବୀଙ୍କ କୋରୋନାରେ ଦେହାନ୍ତ

କିଛି ଦିନ ତଳେ ପ୍ରଦୀପ କୁମାର କୋରୋନାରେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା । ଏହା ପରେ ତାଙ୍କୁ ଜିଲ୍ଲା କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଥିଲା । ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଥିଲା । ବହୁତ ଦିନ ଯାଏଁ ତାଙ୍କ ସ୍ବାସ୍ଥବସ୍ଥାରେ ସୁଧାର ଆସି ନଥିଲା । ନିଶ୍ବାସ ନେବାରେ କଷ୍ଟ ହେବା ସହ ଦେହ ଦିନକୁ ଦିନ ଖରାପ ହୋଇ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ଅନ୍ତିମ ସଂସ୍କାର କର୍ଯ୍ୟ ଭୁବନେଶ୍ବରରେ ଶେଷ ହୋଇଛି । 2010ରୁ ପ୍ରଦୀପ କୁମାର ହୋତା ସରକାରୀ ଓକିଲ ଭାବେ କାର୍ଯ୍ୟ କରି ଆସୁଥିଲେ । ତାଙ୍କର ଦେହାନ୍ତରେ ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ଦିନକ ପାଇଁ ସହରର ସମସ୍ତ କୋର୍ଟ କାର୍ଯ୍ୟକୁ ମୁଲତବୀ ରଖାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.