ସୁବର୍ଣ୍ଣପୁର: ସହରର ଚମାର ପଡା ଲାଲପକ୍କା ପାଖରେ ଜଣେ ବୃଦ୍ଧାଙ୍କ ସନ୍ଦେହ ଜନକ ମୃତ୍ୟୁ । ଘରେ କେହି ନ ଥିବା ସମୟରେ ଜେଶ ଦିଶରୀଙ୍କ ପତ୍ନୀଙ୍କ ଘରୋଇ ଶୌଚାଳୟ ଭିତରେ ମୃତ୍ୟୁ ହୋଇଛି। ମହିଳାଙ୍କ ସର୍ବାଙ୍ଗ ଶରୀର ନିଆଁରେ ପୋଡି ଯାଇଛି ।
ସେପଟେ, ମହିଳା ଜଣକ ଘରୋଇ କଳିରୁ ନିଜ ଦେହରେ କିରାସିନି ଢାଳି ନିଆଁ ଲଗେଇ ଥିବା ଅନୁମାନ କରାଯାଉଛି। ହେଲେ ଏଯାଏଁ ତାଙ୍କ ମୃତ୍ୟୁର ସଠିକ କାରଣ ଜଣା ପଡିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୁବର୍ଣ୍ଣପୁରରୁ ତାର୍ଥବାସୀ ପଣ୍ଡା, ଇଟିଭି ଭାରତ