ETV Bharat / state

ଅଙ୍ଗନବାଡିରେ ଗରମ ପାଣି ପଡି ଶିଶୁ ଗୁରୁତର ଘଟଣା, ପାଚିକା ଗିରଫ

ଅଙ୍ଗନବାଡି଼ ପାଚିକାର ଗରମ ପାଣିରେ ପୋଡିଗଲା 3 ବର୍ଷୀୟ ଶିଶୁ କନ୍ୟା । ଘଟଣାରେ ପାଚିକାକୁ ଗିରଫ କଲା ପୋଲିସ ।

author img

By

Published : May 15, 2019, 2:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି,ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଅଙ୍ଗନବାଡ଼ିରେ ଘଟିଥିଲା ଅଘଟଣ । ପାଚିକାର ଗରମ ପାଣିରେ ପୋଡ଼ି ଯାଇଥିଲା 3 ବର୍ଷୀୟ ଶିଶୁ କନ୍ୟା ପ୍ରୀତିମୟୀ । ବୀରମହାରାଜପୁର ବ୍ଲକର ଜଟିଆପାଲି ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ସୁବର୍ଣ୍ଣପୁର

ଅଙ୍ଗନବାଡ଼ିର ପାଚିକା ବେଦମତୀ ମହାକୁର ସବୁଦିନ ଭଳି ରୋଷେଇ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ । କିନ୍ତୁ ଅନ୍ୟମନସ୍କ ସାଜିଛି ତାଙ୍କ ପାଇଁ କାଳ । ମଙ୍ଗଳବାର କେନ୍ଦ୍ରରେ ଅଣ୍ଡା ସିଝାଇବା ପରେ ଗରମ ପାଣିକୁ ଫୋପାଡି ଦେଇଥିଲା । ଗରମପାଣି ତଳେ ନପଡି ଅଙ୍ଗନବାଡ଼ି ପଢିବାକୁ ଆସିଥିବା ଗାଁର ତିନି ବର୍ଷୀୟ ଶିଶୁ କନ୍ୟା ଦେହରେ ପଡିଥିଲା । ଫଳରେ ପିଲାଟିର 40 ପ୍ରତିଶତ ଶରୀର ପୋଡିଯାଇଥିଲା । ତାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ପରିବାର ଲୋକେ ପାଚିକାର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଏହା ସହିତ କେନ୍ଦ୍ରର ସହାୟିକାଙ୍କୁ ଘଟଣା ପାଇଁ ଦାୟୀ କରି ପୋଲିସ ପାଖରେ ଏକ ଏତଲା ଦେଇଛନ୍ତି । ପ୍ରୀତିମୟୀର ବଡବାପା ଗଣେଷ ମହାକୁରଙ୍କ ଲିଖିତ ଏତଲାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ବେଦମତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୁବର୍ଣ୍ଣପୁର ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

prabir 1

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.