ETV Bharat / state

ଇଟିଭି ଭାରତର ଅନୁସନ୍ଧାନ: ବିକାଶ ନାଁରେ ଅର୍ଥ ହେରଫେର, 3 କର୍ମଚାରୀ ନିଲମ୍ବିତ

ବିକାଶ ନାଁରେ ଅର୍ଥ ଲୁଟ ଅଭିଯୋଗରେ ସୋନପୁର ମହାବିଦ୍ୟାଳୟର ତିନି ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ତନ୍ମଧ୍ୟରୁ ଜଣେ କର୍ମଚାରୀଙ୍କ ନିଲମ୍ବନକୁ ଉଚ୍ଚ ଶିକ୍ଷାବିଭାଗ ଅନୁମୋଦନ କରିଥିବାବେଳେ ଅନ୍ୟ 2 ଜଣଙ୍କ ନିଲମ୍ବନକୁ ଅନୁମୋଦନ କରାଯାଇନାହିଁ ।

ଫଟୋ ସୌଜନ୍ୟ : ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 11, 2019, 3:26 PM IST

ସୁବର୍ଣ୍ଣପୁର: ବିକାଶ ନାଁରେ ଅର୍ଥ ଲୁଟ ଅଭିଯୋଗରେ ମହାବିଦ୍ୟାଳୟର ତିନି ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ମହାବିଦ୍ୟାଳୟର ପରିଚାଳନା ପରିଷଦ ତଥା ଉପଜିଲ୍ଲାପାଳ ସେମାନଙ୍କୁ ନିଲମ୍ବିତ କରିଛନ୍ତି ।

ସୂଚନାନୁସାରେ, ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ନାଁରେ ଅର୍ଥ ଲୁଟ ହେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଟିଚର୍‌ କାଉନସିଲ ଏହାର ଆଭ୍ୟନ୍ତରୀଣ ତଦନ୍ତ କରିଥିଲେ । ତଦନ୍ତ ବେଳେ ବ୍ୟାପକ ଅର୍ଥକୁ ମିଥ୍ୟା ବିଲ ଦେଇ ବାଟମାରଣା ହୋଇଥିବା ଜଣାପଡିଥିଲା । ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା କାଗଜପତ୍ର 'ଇଟିଭି ଭାରତ' ଟିମ୍‌ ହାତରେ ଲାଗିଥିଲା । ଯାହାର ତଦନ୍ତ ପରେ ଅର୍ଥ ହେରଫେର ହୋଇଥିବା ନେଇ ପ୍ରମାଣିତ ହୋଇଥିଲା ।

ଅଗଷ୍ଟ 2 ତାରିଖରେ ଏନେଇ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ହୋଇଥିଲା । ଯଦ୍ବାରା ସବୁ ଜାଣି ଚୁପ୍‌ ବସିପଡିଥିବା ମହାବିଦ୍ୟାଳୟର ପରିଚାଳନା ପରିଷଦ କାର୍ଯ୍ୟାନୁଷ୍ଠାନ ନେବାରେ ତତ୍ପର ହୋଇଉଠିଛି । ଅର୍ଥ ହେରଫେରରେ ସମ୍ପୃକ୍ତ ଥିବା ପୂର୍ବତନ ଅଧ୍ୟକ୍ଷା ପ୍ରିୟଲତା ଜେନା, ରସାୟନ ବିଭାଗ ଡେମୋନଷ୍ଟ୍ରେଟର ରବି ନାରାୟଣ ମିଶ୍ର ଓ ଆକାଉଣ୍ଟାଣ୍ଟ ପ୍ରମୋଦ କୁମାର ବାଘଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ସୁବର୍ଣ୍ଣପୁର

ତେବେ ଆକାଉଣ୍ଟାଣ୍ଟ ପ୍ରମୋଦ କୁମାର ବାଘଙ୍କ ନିଲମ୍ବନକୁ ଉଚ୍ଚ ଶିକ୍ଷା ବିଭାଗ ଅନୁମୋଦନ କରିଥିବାବେଳେ ପୂର୍ବତନ ଅଧ୍ୟକ୍ଷା ପ୍ରିୟଲତା ଜେନା ଓ ରସାୟନ ବିଭାଗ ଡେମୋନଷ୍ଟ୍ରେଟର ରବି ନାରାୟଣ ମିଶ୍ରଙ୍କ ନିଲମ୍ବନ ଆଦେଶକୁ ବର୍ତ୍ତମାନ ସୁଦ୍ଧା ଅନୁମୋଦନ କରାଯାଇନାହିଁ ବୋଲ ପରିଚାଳନା ପରିଷଦର ସଭାପତି ତଥା ଉପଜିଲ୍ଲାପାଳ କହିଛନ୍ତି ।

ଅପରପକ୍ଷରେ ନିଲମ୍ବନ ଆଦେଶ ଉପରେ ପୂର୍ବତନ ଅଧ୍ୟକ୍ଷା ପ୍ରିୟଲତା ଜେନାଙ୍କୁ ମିଛରେ ଫସାଯାଉଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ମହାବିଦ୍ୟାଳୟର ତିନି ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।ମହାବିଦ୍ୟାଳୟରେ ଭିତ୍ତିଭୂମୀ ବିକାଶରେ ହୋଇଥିବା ଦୁର୍ନିତିରେ ସଂପୃକ୍ତ ଥିବା ଅଭିଯୋଗରେ ପରିଚାଳନା ପରିଷଦ ନିଲମ୍ବିତ କରିଛି ।ପୂର୍ବତନ ଅଧ୍ୟକ୍ଷା ପ୍ରିୟଲତା ଜେନା ,ରସାୟନ ବିଭାଗ ଡେମୋନଷ୍ଟ୍ରେଟର ରବି ନାରାୟଣ ମିଶ୍ର ଓ ଏକାଉଣ୍ଟାଣ୍ଟ ପ୍ରମୋଦ କୁମାର ବାଘଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ମହାବିଦ୍ୟାଳୟରେ ଭିତ୍ତିଭୂମୀର ବିକାଶ ନାଁରେ ଅର୍ଥ ହରିଲୁଟ କରିଥିବା ଅଭିଯୋଗ ହୋଇଥିଲା ।ଅଭିଯୋଗ ଉପରେ ଟିଚର କାଉନସିଲ ଏହାର ଅଭ୍ୟନ୍ତରୀଣ ତଦନ୍ତ କରିଥିଲେ ।ତଦନ୍ତରେ ବ୍ୟାପକ ଅର୍ଥ ମିଥ୍ୟା ବିଲ ଦେଇ ବାଟମାରଣା କରିଥିବା ପ୍ରମାଣିତ ହୋଇଥିଲା ।ଆମ ଇ ଟିଭି ଟିମକୁ ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା କାଗଜପତ୍ରର ତଦନ୍ତ କରିବା ପରେ ବ୍ୟାପକ ଅର୍ଥ ବାଟମାରଣା ହୋଇଥିବା ପ୍ରମାଣିତ କରିଥିଲୁ ।ଏହା ଉପରେ ଗତ 2 ଅଗଷ୍ଟରେ ଆମେ ଏକ ଅନୁସଂଧାନ ମୂଳକ ରିପୋର୍ଟ ପ୍ରକାଶ କରିଥିଲୁ ।ଏବେ ଚୁପ ପଡି ବସିଥିବା ପରିଚାଳନା ପରିଷଦ କାର୍ଯ୍ୟାନୁଷ୍ଠାନ ନେବାରେ ତତ୍ପର ହୋଇ ଉଠିଛି ।ସଂପୃକ୍ତ କର୍ମଚାରୀମାନଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ ପରିଚାଳନା ପରିଷଦ ପକ୍ଷରୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗକୁ ନିଲମ୍ବନ ଆଦେଶ ଅନୁମୋଦନ ପାଇଁ ପଠାଯାଇଛି ।ଏକାଉଣ୍ଟାଣ୍ଟ ପ୍ରମୋଦ କୁମାର ବାଘଙ୍କ ନିଲମ୍ବନ ଉଚ୍ଚ ଶିକ୍ଷା ବିଭାଗ ଅନୁମୋଦନ କରିଥିବା ବେଳେ ପୂର୍ବତନ ଅଧ୍ୟକ୍ଷା ପ୍ରିୟଲତା ଜେନା ଓ ରସାୟନ ବିଭାଗ ଡେମୋନଷ୍ଟ୍ରେଟର ରବି ନାରାୟଣ ମିଶ୍ରଙ୍କ ନିଲମ୍ବନ ଆଦେଶ ଅନୁମୋଦନ ଏଯାଏଁ ଉଚ୍ଚ ଶିକ୍ଷା ବିଭାଗ କରିନାହିଁ ବୋଲି ପରିଚାଳନା ପରିଷଦର ସଭାପତି ତଥା ଉପ ଜିଲ୍ଲାପାଳ କହିଛନ୍ତି ।Body:ଅପରପକ୍ଷରେ ନିଲମ୍ବନ ଆଦେଶ ଉପରେ ପୂର୍ବତନ ଅଧ୍ୟକ୍ଷା ପ୍ରିୟଲତା ଜେନା ତାଙ୍କୁ ଏହି ଘଟଣାରେ ମିଛଟାରେ ଛନ୍ଦି ଦିଆଯାଇଛି ବୋଲି ଆମ ପ୍ରତିନିଧୀ ତୀର୍ଥବାସୀ ପଣ୍ଡାଙ୍କୁ ଫୋନ ଯୋଗେ ପ୍ରତିକ୍ରୀୟା ଦେଇଛନ୍ତି ।Conclusion:ବାଇଟ-1-ତରୁଣ କୁମାର ମିଶ୍ର ,ଅଧ୍ୟକ୍ଷ ,ସୋନପୁର ମହାବିଦ୍ୟାଳୟ ।
ବାଇଟ-2-ବଳରାମ ମଲ୍ଲିକ ,ପରିଚାଳନା ପରିଷଦ ସଭାପତି ତଥା ଉପ ଜିଲ୍ଲାପାଳ ,ସୋନପୁର ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.