ETV Bharat / state

ପଇଁରୀ ତିହାରର ଦ୍ବିତୀୟ ସନ୍ଧ୍ୟା, ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ - ସୁବର୍ଣ୍ଣପୁର ଖବର

ସୁବର୍ଣ୍ଣପୁର ଜିଲ୍ଲା ଭୀମ ଭୋଇ କଳା ମଣ୍ଡପରେ ପଇଁରୀ ତିହାରର ଦ୍ବିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

painri tihar 2023
ପଇଁରୀ ତିହାର 2023
author img

By

Published : Jan 3, 2023, 11:14 AM IST

ପଇଁରୀ ତିହାରର ଦ୍ବିତୀୟ ସନ୍ଧ୍ୟା

ସୁବର୍ଣ୍ଣପୁର: ପଇଁରୀ ତିହାରର (Painri Tihar-2023) ଦ୍ବିତୀୟ ସନ୍ଧ୍ୟା ଥିଲା ଅତ୍ୟନ୍ତ ଚିତ୍ତାକର୍ଷକ । ବର୍ଷର ପହିଲାରୁ ଆରମ୍ଭ ହୋଇଥିବା ଏହି ସାଂସ୍କୃତିକ ମହାକୁମ୍ଭରେ ପଶ୍ଚିମ ଓଡିଶାର ଲୋକ ନୃତ୍ୟରେ ଦୁଲୁକି ଉଠିଥିଲା ସହରର ଭୀମଭୋଇ କଳା ମଣ୍ଡପ । ଦ୍ବିତୀୟ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବାହାର ରାଜ୍ୟରୁ ଆସିଥିବା କଳାକାରମାନେ ନିଜ ନିଜର ଲୋକ ନୃତ୍ୟ ପରିବେଷଣ କରିଥିଲେ । ରସରକେଲି ,ଡାଲଖାଇ ,ମାଏଲାଜଡ, ଚୁଟୁକୁଚୁଟା ,ବଜାସାଲ ଆଦି ଲୋକନୃତ୍ୟ ଗୀତରେ ବିମୋହିତ ହୋଇଥିଲେ ଦେଖଣାହାରୀ ।

ଏହା ମଧ୍ୟ ପଢ଼ନ୍ତୁ: ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ, ରାୟଗଡ଼ା ଆସିବେ ଆଉ ଗୋଟିଏ ଟିମ୍

ସନ୍ଧ୍ୟାରେ ନିମନ୍ତ୍ରିତ ଅତିଥିଙ୍କ ସାଂସ୍କୃତିକ ବାର୍ତ୍ତା ପ୍ରଦାନ ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ପଶ୍ଚିମ ଓଡ଼ିଶାର ଲୋକବାଦ୍ୟ ଢୋଲ, ନିଶାନ, ତାସା, ମହୁରୀ ଆଦିର ଗୁରୁ ଗମ୍ଭୀର ଧ୍ୱନି ଭିତରେ ଦେବୀ ମା' ସୁରେଶ୍ୱରୀଙ୍କ ଉପରେ ଆଧାରିତ ମାଲେଶ୍ରୀ ରାଗର ସୁମଧୁର ଭଜନ ପରିବେଷଣ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଲୋକ ନୃତ୍ୟର ଆସର । ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଂସ୍କୃତିକ ଦଳ ଭଳିକିଭଳି ଲୋକ ନୃତ୍ୟ ପରିବେଷଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Dhanu Yatra: ମଥୁରାରେ ରଙ୍ଗସଭା, ଗୋପପୁରରେ ଗୋପୀଙ୍କ ବସ୍ତ୍ରହରଣ

ସେହିପରି ସୁଦୂର ପଞ୍ଜାବରୁ ଆସିଥିବା କଳାକାରମାନେ ଭାଙ୍ଗଡା ଓ ପଶ୍ଚିମବଙ୍ଗ କଳାକାର ଛଉ ଲୋକ ନୃତ୍ୟ ପରିବେଷଣ କରିଥିଲେ । ତିନି ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସାଂସ୍କୃତିକ ମହାକୁମ୍ଭରେ ଶହଶହ କଳାକାର ସାମିଲ ହୋଇ ନିଜ ନିଜର ଲୋକନୃତ୍ୟ ପରିବେଷଣ କରିଥିବା ବେଳେ ଦେଖଣାହାରୀ ବି ଭରପୁର ମନୋରଞ୍ଜନ ନେଇଥିଲେ । ଆଜି(ମଙ୍ଗଳବାର) ଅନ୍ତିମ ସନ୍ଧ୍ୟାରେ ପଇଁରୀ ନିଜ ଅନୁଷ୍ଠାନର ଲୋକ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.