ETV Bharat / state

ପ୍ରାଥମିକ ଆକଳନ: ରବିଋତୁରେ 15 ପ୍ରତିଶତ ଫସଲ କ୍ଷତିଗ୍ରସ୍ତ

ରବିଋତୁରେ ପ୍ରାଥମିକ ଆକଳନରେ 15 ପ୍ରତିଶତ ଫସଲ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

author img

By

Published : Jun 14, 2021, 4:30 PM IST

ପ୍ରାଥମିକ ଆକଳନ: ରବିଋତୁରେ 15 ପ୍ରତିଶତ ଫସଲ କ୍ଷତିଗ୍ରସ୍ତ
ପ୍ରାଥମିକ ଆକଳନ: ରବିଋତୁରେ 15 ପ୍ରତିଶତ ଫସଲ କ୍ଷତିଗ୍ରସ୍ତ

ସୁବର୍ଣ୍ଣପୁର: ରବି ଋତୁରେ ପ୍ରାଥମିକ ଆକଳନରୁ ପ୍ରାୟ 15 ପ୍ରତିଶତ ଧାନ ଫସଲ ନଷ୍ଟ ହୋଇଥିବା ଜିଲ୍ଲା କୃଷି ବିଭାଗ ସୂଚନା ଦେଇଛି । ପ୍ରକୃତ କ୍ଷୟକ୍ଷତିର ଆକଳନ କରିବା ପରେ ଚାଷୀଙ୍କ କ୍ଷତିପୂରଣ ପାଇଁ ରାଜ୍ୟ କୃଷି ବିଭାଗକୁ ଆବଶ୍ୟକ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ।

ଆଗାମୀ ଖରିଫ ଋତୁ ଚାଷ ଆରମ୍ଭ ହୋଇଯାଇଥିବାବେଳେ ଜିଲ୍ଲାର ଅନେକ ଚାଷୀ ଗତ ରବି ଋତୁରେ ଉତ୍ପାଦିତ ଶସ୍ୟ ସଂପୂର୍ଣ୍ଣ ଭାବେ ବିକ୍ରି କରିପାରିନଥିଲେ । କିଛି ଧାନ ପେଟା ଚାଷଜମିରେ ହିଁ ପଡିଥିବାବେଳେ କିଛି ଚାଷୀ ଖଳାକୁ ଆଣି ଅମଳ କରିବାକୁ ରଖିଥିବା ବେଳେ ଅଦିନିଆ ବର୍ଷା ଓ ପ୍ରାକ ମୌସୁମୀ ବର୍ଷାରେ ଧାନ କ୍ଷତିଗ୍ରସ୍ତ ହୋଇଛି । ତେବେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମ ଓ କୃଷି ବିଭାଗର କର୍ମଚାରୀମାନେ ଚାଷୀଙ୍କୁ ଆବଶ୍ୟକ କୃଷି ପରାମର୍ଶ ଦେଇଥିବାରୁ ପ୍ରାୟ 85 ପ୍ରତିଶତ ଧାନ ଅମଳ ହୋଇଥିବା ବେଳେ ବିକ୍ରି ହୋଇପାରିଥିବା ସୂଚନା ଦେଇଛି ।

ତେବେ ଜିଲ୍ଲାର ରାଜସ୍ବ କର୍ମଚାରୀଙ୍କ ସହିତ କୃଷି କର୍ମଚାରୀମାନେ ମିଳିତ ଭାବେ ତଦନ୍ତ କରିବା ପରେ ପ୍ରକୃତ କ୍ଷୟକ୍ଷତିର ପରିମାଣ ଜଣାପଡିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି । ତେବେ କ୍ଷୟକ୍ଷତିର ଆକଳନ ପାଇଁ କୃଷି କର୍ମଚାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରାଜସ୍ବ ବିଭାଗକୁ ମଧ୍ୟ ଅନୁରୋଧ କରାଯାଇଛି । ପ୍ରକୃତ କ୍ଷୟକ୍ଷତିର ଆକଳନ କରିବା ପରେ ଚାଷୀଙ୍କ କ୍ଷତିପୂରଣ ପାଇଁ ରାଜ୍ୟ କୃଷି ବିଭାଗକୁ ଆବଶ୍ୟକ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.