ସୁବର୍ଣ୍ଣପୁର: ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଘରେ ନିଆଁ ଲାଗି ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ସହରର ପଟାଭାଡି ଗ୍ରାମରେ । ଘର ମାଲିକ ଅକ୍ରୁର ମେହେରଙ୍କ ପରିବାର ଘରେ ନଥିବା ବେଳେ ଘର ଭିତରେ ନିଆଁ ଲାଗିଥିଲା । ଏନେଇ ପଡାର ଜଣେ ସ୍ବେଚ୍ଛାସେବୀ ସଦର ଅଗ୍ନିଶମ ବିଭାଗରେ ଖବର ଦେବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ତେବେ ଘର ମାଲିକ ନଥିବାରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ । ତେବେ ଘର ଭିତର ଧୂଆଁମୟ ହୋଇଯାଇଥିବା ବେଳେ ଜଣେ ଅଗ୍ନିଶମ ବିଭାଗର କର୍ମଚାରୀ ଆବଶ୍ୟକ ଉପକରଣ ସହିତ ଘର ଭିତରକୁ ପ୍ରବେଶ କରି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଭକ୍ତଚରଣ ତାଣ୍ଡିଆଙ୍କ ନେତୃତ୍ବରେ ଏହି କାର୍ଯ୍ୟ ସମ୍ପାଦନ ହୋଇଥିଲା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ