ETV Bharat / state

କଂଗ୍ରେସ କର୍ମୀଙ୍କୁ ମାଡକୁ ବିରୋଧ: ଯୁବ କଂଗ୍ରେସର ଏସପି ଅଫିସ ଘେରାଉ - ଯୁବ କଂଗ୍ରେସର ଏସପି ଅଫିସ ଘେରାଉ

ଭୁବନେଶ୍ୱରରେ କଂଗ୍ରେସ ଭବନରେ ପଶି କଂଗ୍ରେସ କର୍ମୀଙ୍କ ବିରୁଦ୍ଧରେ ପୋଲିସ ବେଆଇନ ଭାବେ କାର୍ଯ୍ୟାନୁଷ୍ଠାନକୁ ସମ୍ବଲପୁର ଯୁବ କଂଗ୍ରେସ ବିରୋଧ କରିଛି । ସମ୍ବଲପୁର ଏସପି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏସପି ଅଫିସ ଘେରାଉ କରାଯାଇଛି । ଅଧିକ ପଢନ୍ତୁ

କଂଗ୍ରେସ କର୍ମୀଙ୍କୁ ମାଡକୁ ବିରୋଧ: ଯୁବ କଂଗ୍ରେସର ଏସପି ଅଫିସ ଘେରାଉ

author img

By

Published : Dec 13, 2021, 7:32 PM IST

ସମ୍ବଲପୁର: ଭୁବନେଶ୍ୱରରେ କଂଗ୍ରେସ ଭବନରେ ପଶି କଂଗ୍ରେସ କର୍ମୀଙ୍କ ବିରୁଦ୍ଧରେ ପୋଲିସ ବେଆଇନ ଭାବେ କାର୍ଯ୍ୟାନୁଷ୍ଠାନକୁ ସମ୍ବଲପୁର ଯୁବ କଂଗ୍ରେସ ବିରୋଧ କରିଛି । ସମ୍ବଲପୁର ଏସପି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏସପି ଅଫିସ ଘେରାଉ କରାଯାଇଛି ।

କଂଗ୍ରେସ କର୍ମୀଙ୍କୁ ମାଡକୁ ବିରୋଧ: ଯୁବ କଂଗ୍ରେସର ଏସପି ଅଫିସ ଘେରାଉ

ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାରଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଆଶୁତୋଷ ସ୍ୱାଇଁ, ସମ୍ବଲପୁର ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ନିଖତ ପରବିନ ପ୍ରମୁଖ ସମିଲ ହୋଇଥିଲେ । ସମ୍ବଲପୁର ବିଧାନସଭାର ଯୁବ କଂଗ୍ରେସ ସଭାପତି ଶେଖ ଆସିଫଙ୍କୁ ମିଥ୍ୟା କେସରେ ଫସାଯାଇ ଗିରଫ କରାଯାଇଛି ବୋଲି ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଅଭିଯୋଗ କରିଛନ୍ତି । ତେଣୁ ଯଥାଶୀଘ୍ର ତାଙ୍କୁ ମୁକ୍ତ କରାଯାଉ ବୋଲି ରାଜ୍ୟ ଯୁବ କଂଗ୍ରେସ ସଭାପତି କହିଛନ୍ତି । ଭୁବନେଶ୍ୱରରେ କଂଗ୍ରେସ କାର୍ଯ୍ୟାଳୟରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନ ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଯୁବ କଂଗ୍ରେସ ଦାବି କରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.