ETV Bharat / state

ସମ୍ବଲପୁରରେ ବ୍ୟାପୁଛି ନିଶା କାରବାର, ମୁଖ୍ୟ ଗ୍ରାହକ ଯୁବପିଢି

ବେଆଇନ କଫ ସିରଫ, ନାଇଟ୍ରୋଜେନ୍ ଟାବଲେଟ ଓ ନିଶା ଇଞ୍ଜେକ୍ସନ କମ୍ ମୂଲ୍ୟରେ ଯୋଗାଇ ଦେଉଛନ୍ତି ବେପାରୀ । ଯାହାକୁ ନେଇ ସମ୍ବଲପୁର ଜିଲ୍ଲାରେ ସକ୍ରିୟ ବେଆଇନ କଫ ସିରପ ଓ ମାଦକ ଦ୍ରବ୍ୟ ରାକେଟ୍‌ ।

author img

By

Published : May 6, 2019, 9:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଜିଲ୍ଲାରେ ସକ୍ରିୟ ବେଆଇନ କଫ ସିରପ ଓ ମାଦକ ଦ୍ରବ୍ୟ ରାକେଟ୍‌ । ସମ୍ବଲପୁର ପୋଲିସ ଦ୍ବାରା ନିରନ୍ତର ଅନ୍ତରାଳରେ ବ୍ୟାପକ ପରିମାଣର ମାଦକ ଦ୍ରବ୍ୟ ଜବତ ଏହାର ପ୍ରମାଣ ଦେଇଛି । ତେବେ ସବୁଠାରୁ ଚିନ୍ତାର ବିଷୟ ହେଲା ଏହି ନିଶା ଓ ମାଦକ ଦ୍ରବ୍ୟର ବେପାରୀଙ୍କ ପାଇଁ ମୁଖ୍ୟ ଗ୍ରାହକ ସାଜିଛନ୍ତି ଯୁବ ସମାଜ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ବେଆଇନ କଫ ସିରପ, ନାଇଟ୍ରୋଜେନ୍ ଟାବଲେଟ ଓ ନିଶା ଇଜେକ୍ସନକୁ କମ୍ ମୂଲ୍ୟରେ ଯୋଗାଇ ଦେଉଛନ୍ତି ବେପାରୀ । କମ୍ ମୂଲ୍ୟ ଏବଂ ହାତପାହାନ୍ତାରେ ମିଳୁ ଥିବାରୁ ଦିନକୁ ଦିନ ଏଥି ପ୍ରତି ଆକୃଷ୍ଟ ହେଉଛନ୍ତି ଯୁବସମାଜ । କାଶ, ଥଣ୍ଡା ସହ କେତେକ ସ୍ଥାନରେ ଅସ୍ତ୍ରୋପଚାର ପାଇଁ ବ୍ୟବହାର ହେଉଥିବା ସିରଫକୁ ମଧ୍ୟ ମାଦକ ଦ୍ରବ୍ୟ ରୂପେ ବ୍ୟବହାର କରୁଛନ୍ତି ଯୁବପିଢି । ପୋଲିସ ଆଖିରେ ଧୂଳି ଦେଇ ମାର୍କେଟରେ ଖୁଲମଖୁଲା ଏହାର କଳାବଜାରୀ କରାଯାଉଛି ।

ପୋଲିସ ବାରମ୍ବାର ଏ ପ୍ରକାର ନିଶାଦ୍ରବ୍ୟ ଜବତ କରିବା ସହ ଅଭିଯୁକ୍ତକୁ ମଧ୍ୟ ଗିରଫ କରୁଛି । ମାତ୍ର ଆଇନର ଗଳବାଟ ଦେଇ ଅଭିଯୁକ୍ତମାନେ ବାରମ୍ବାର ଖସିଯାଉଛନ୍ତି । । ଏହାକୁ ରୋକିବା ପାଇଁ ଏବେ ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ ମଧ୍ୟ ଗଠନ ହୋଇଛି ।

ସମ୍ବଲପୁରରୁ ବାଦଶାହା ଜୁସମନ ରଣା, ଇଟିଭି ଭାରତ

Intro:Body:

HNM H

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.