ସମ୍ବଲପୁର: ବିବାହ କଲେ ସମ୍ବଲପୁରର ଯୁବ ବୈଜ୍ଞାନିକ ଶେଷ କିଷାନ । ଗୁରୁବାର ଦିନ ବିଧିବଦ୍ଧ ଭାବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଶେଷ କିଷାନ । କିଷାନଙ୍କ ଜୀବନକୁ ଆସିଛନ୍ତି ତାଙ୍କର ଜୀଵନ ସାଥୀ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡର ସବ ରେଜିଷ୍ଟର ଅଫିସ ରେ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି ଶେଷ କିଷାନ । ଜୟଶ୍ରୀ ଜେନାଙ୍କୁ ବିବାହ କରିଛନ୍ତି କିଷାନ । ବିବାହ ପରେ ନବଦମ୍ପତିଙ୍କୁ ବିଭିନ୍ନ ମହଲରୁ ଏବେ ଶୁଭକାମନାର ସୁଅ ଛୁଟୁଛି ।
ଏହା ମଧ୍ୟ ପଢନ୍ତୁ: ଯୁବକଙ୍କ ନାକ କାଟିଦେଲେ ଲିଭ୍ ଇନ୍ ପାର୍ଟନରଙ୍କ ପରିବାର ସଦସ୍ୟ
ଆସନ୍ତା ୨୨ ତାରିଖରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ବଲାସିଂଘା ଗାଁରେ ନିଜ ସମାଜ ପାରମ୍ପରିକ ରୀତିନୀତିରେ ଶେଷଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ପିଲାବେଳୁ ଦରିଦ୍ରତା ସହ ବହୁ ସଂଷର୍ଷ ପରେ ଶେଷ କିଷାନ ସଫଳାତାର ସ୍ବାଦ ଚାଖିଥିଲେ । ଏକ ଗରିବ ପରିବାରରୁ ବିପରୀତ ପରିସ୍ଥିତି ରେ ମଧ୍ୟ ସେ ବୈଜ୍ଞାନିକ ହୋଇପାରିଛନ୍ତି । ସେ ଏବେ ଜର୍ମାନରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି ।
ବିପରୀତ ପରିସ୍ଥିତିରେ ମଧ୍ୟ ଦୃଢ଼ ଇଛା ଶକ୍ତି ବଳରେ କିପରି ସଫଳତା ପାଇ ହୁଏ ତାହାର ଉତ୍କର୍ଷ ନମୁନା ହେଉଛନ୍ତି ସମ୍ବଲପୁରର ଶେଷଦେବ କିଷାନ l ନିଜ ଗ୍ରାମର ମଧ୍ୟ ଅନେକ ପିଲାଙ୍କର ପାଠପଢାର ଦାୟିତ୍ବ ନେଇଥିବା ନେଇ ମଧ୍ୟ ସୂଚନା ରହିଛି ।
ଇଟିଭି ଭାରତ, ସମ୍ବଲପୁର