ETV Bharat / state

ମହାନଦୀ ବ୍ରିଜରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Mar 23, 2021, 7:12 AM IST

ବୁର୍ଲା ମହାନଦୀ ବ୍ରିଜରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

young man deadbody found in mahanadi bridge of sambalpur
ମହାନଦୀ ବ୍ରିଜରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ତେବେ ଏହା ଏକ ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇପାରିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବଲପୁର ବୁର୍ଲା ମହାନଦୀ ବ୍ରିଜ ତଳୁ ଜଣେ ଅଜଣା ଯୁବକର କ୍ଷତାକ୍ତ ମୃତ ଦେହ ଠାବ ହୋଇଛି। ଯୁବକଙ୍କ ବୟସ ୨୫ ରୁ ୩୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇପାରିନାହିଁ। ଯୁବକର ଶରୀରର ଏକାଧିକ ସ୍ଥାନରେ କ୍ଷତ ହୋଇ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ତେବେ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ବୁର୍ଲାର ମହାନଦୀ ବ୍ରିଜ ତଳେ କେତେବେଳେ ଆତ୍ମହତ୍ୟା ତ କେତେବେଳେ ହତ୍ୟା ହେଉଥିବା ଅଭିଯୋଗ ହେଉଥିବାରୁ ଏହି ଅଞ୍ଚଳରେ ରାତ୍ର ପାଟ୍ରୋଲିଂକୁ ଆହୁରି କଡାକଡି କରିବାକୁ ଦାବି ହୋଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.