ETV Bharat / state

ମାଟି ତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - khetarajpur news

ସମ୍ବଲପୁରରେ ଅଭାବନୀୟ ଘଟଣା । ମାଟି ତଳୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ଏକ ପରିତ୍ୟକ୍ତ ତେଲ ମିଲ ଭିତରେ ଯୁବକଙ୍କୁ ହତ୍ୟା କରି ପୋତି ଦିଆଯାଇଥିଲା । ଅଧିକ ପଢ଼ନ୍ତୁ

ମାଟି ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Sep 7, 2022, 8:04 AM IST

ସମ୍ବଲପୁର: ମାଟି ତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଜଣେ ଯୁବକଙ୍କୁ ହତ୍ୟା କରି ଏକ ପରିତ୍ୟକ୍ତ ଜାଗାରେ ମାଟି ଖୋଳି ପୋତି ଦେଇଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହରର ଖେତରାଜପୁର ଥାନା ଅଞ୍ଚଳରେ । ମୃତ ଯୁବକ ଜଣକ ହେଲେ ଖେତରାଜପୁର ଥାନା ତାଲଭଟାପଡାର ଗୋଲୁ ବିଭାର ।

ଗତକାଲି (ମଙ୍ଗଳବାର) ପୋଲିସ ଗୋଲୁଙ୍କ ମୃତଦେହକୁ ମୁଙ୍ଗାପଡା ସ୍ଥିତ ଧରସାପଡା ଠାରେ ଥିବା ଏକ ପରିତ୍ୟକ୍ତ ତେଲ ମିଲର ମାଟି ତଳୁ ଉଦ୍ଧାର କରିଛି । ଗୋଲୁୁ ଗତ ରବିବାରରୁ ନିଖୋଜ ଥିବା ବେଳେ କିଛି ଲୋକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି କୂଅରେ ଫିଙ୍ଗି ଦେଇଥିବାର ଚର୍ଚ୍ଚା ହେଉଥିଲା । ତେବେ କୂଅରେ ଖୋଜା ଖୋଜି କଲାପରେ ପୋଲିସ ସୋମବାର କିିଛି ପାଇନଥିଲା । ହେଲେ ମଙ୍ଗଳବାର ମାଟି ତଳୁ ପୋଲିସ ମୃତଦେହ ବାହାର କରିଛି । ଏହି ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଗୋଲୁଙ୍କୁ କିଏ ହତ୍ୟା କରିଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ ।

ମାଟି ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଏ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । "ମୃତକଙ୍କ ପରିବାର ଲୋକେ ଏହା ଏକ ହତ୍ୟା ବୋଲି ଅଭିଯୋଗ କରିଛନ୍ତି" । ସେମାନେ କହିଛନ୍ତି "କେହି ଯୋଜନାବଦ୍ଧ ଭାବେ ଆମ ପୁଅକୁ ହତ୍ୟା କରି ମାଟି ତଳେ ପୋତି ଦେଇଛି " । ତେବେ ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ ତଦନ୍ତ ଜାରି ରଖିଛି ।

ଏହାସହ ଖୁବଶୀଘ୍ର ହତ୍ୟାକାରୀଙ୍କୁ ଧରାଯିବ ବୋଲି କହିଛି । ସେପେଟେ ମୃତଦେହଟି ୨-୪ଦିନର ହେବାରୁ ଘଟଣାସ୍ଥଳରେ ଦୁର୍ଗନ୍ଧ ସୃଷ୍ଟି ହୋଇଛି । ମୃତଦେହକୁ ଉଦ୍ଧାର କରିବା ବି ମୁସ୍କିଲ ହୋଇପଡ଼ିଥିଲା । ମୃତଦେହ ଉପରେ ହତ୍ୟାକାରୀମାନେ ଲୁଣ ଏବଂ ବ୍ଲିଚିଙ୍ଗ ପାଉଡର ପକାଇଥିଲେ । ତେବେ କେଉଁ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଲା ତାହାର ସୁରାକ ଖୋଜୁଛି ପୋଲିସ ।

ଯେଉଁମାନେ ଏହି ଘଟଣାରେ ସାମିଲ ଥିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପ୍ରତିଶୃତି ଦେଇଛି । ସେପଟେ ପରିବାର ଲୋକ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୁଅକୁ ହରାଇ ମାଆ ଆଖିରୁ ଲୁହ ଶୁଖୁନି । ସାଙ୍ଗ ସାଥୀ ମଧ୍ୟ ଏକ ପ୍ରକାରର ସ୍ତବ୍ଧ ହୋଇ ପଡ଼ିଛନ୍ତି । କିଏ ଓ କାହିଁକି ଏଭଳି ଘଟଣା ଘଟାଇଛି ତାକୁ ନେଇ ଚାଲିଛି ତର୍ଜମା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.