ETV Bharat / state

ଯୁବ ବିଜେପି କର୍ମକର୍ତ୍ତାଙ୍କୁ ଦିନ ଦ୍ଵିପ୍ରହରରେ ମରଣାନ୍ତକ ଆକ୍ରମଣ - ଯୁବ ବିଜେପି କର୍ମକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ

ସମ୍ବଲପୁର ସହରରେ ଯୁବ ବିଜେପି କର୍ମକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ । ବିଜେପି କର୍ମକର୍ତ୍ତା ପିଣ୍ଟୁ ଓରାମଙ୍କୁ ଏକ ଧାରୁଆ ଅସ୍ତ୍ରରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

ଯୁବ ବିଜେପି କର୍ମକର୍ତ୍ତାଙ୍କୁ ଦିନ ଦ୍ଵିପ୍ରହରରେ ମରଣାନ୍ତକ ଆକ୍ରମଣ

author img

By

Published : May 23, 2022, 9:54 PM IST

ସମ୍ବଲପୁର: ସହରର ଧନକଉଡାସ୍ଥିତ ବ୍ଲକ ଛକ ନିକଟରେ ଯୁବ ବିଜେପି କର୍ମକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ । ବିଜେପି କର୍ମକର୍ତ୍ତା ପିଣ୍ଟୁ ଓରାମଙ୍କୁ ଦିନ ଦ୍ଵିପ୍ରହରରେ ଏକ ଧାରୁଆ ଅସ୍ତ୍ରରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପିଣ୍ଟୁଙ୍କୁ ବୁର୍ଲା ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଯୁବ ବିଜେପି କର୍ମକର୍ତ୍ତାଙ୍କୁ ଦିନ ଦ୍ଵିପ୍ରହରରେ ମରଣାନ୍ତକ ଆକ୍ରମଣ

ସୋମବାର ଅପରାହ୍ଣ ପ୍ରାୟ ୩ଟାବେଳେ ସଦର ଥାନା ଅନ୍ତର୍ଗତ ଧନକଉଡ଼ା ବ୍ଲକ ଛକରେ ସ୍ଥାନୀୟ ଏଟିଏମକୁ ଟଙ୍କା କାଢ଼ିବା ସମୟରେ ୨ଟି କାର ଓ ଗୋଟିଏ ବାଇକରେ ୭ ଜଣ ଦୁର୍ବୃତ୍ତ ଆସି ପିଣ୍ଟୁ ଓରାମଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ପିଣ୍ଟୁଙ୍କୁ ଭୁଜାଲି ଓ ଲୁହା ରଡରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି । ପରିବାର ପକ୍ଷରୁ ଏହାକୁ ନେଇ ଅଭିଯୋଗ ହେବାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସମ୍ବଲପୁରରୁ ବାଦଶାହ ଜୁଶ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.