ETV Bharat / state

କୋଭିଡ ରୋଗୀଙ୍କୁ ଭୁଲ ଚିକିତ୍ସା ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା - sambalpur burla covid hospital

କୋଭିଡ ରୋଗୀଙ୍କୁ ଭୁଲ ଚିକିତ୍ସା ଦିଆଯାଇଥିବା ନେଇ ସମ୍ବଲପୁରର ବୁର୍ଲା ଭୀମସାର କୋଭିଡ ହସ୍ପିଟାଲ ୧ ରେ ଉତ୍ତେଜନା । ତେବେ ଭୀମସାର କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ନର୍ସ କେଉଁ ଉଦ୍ଦେଶ୍ୟରେ ଓ କାହିଁକି ଏପରି ବଡ଼ ଭୁଲ କଲେ, ତାହାକୁ ନେଇ ବର୍ତ୍ତମାନ ଉଠିଛି ଅନେକ ପ୍ରଶ୍ନ । ଅଧିକ ପଢନ୍ତୁ...

କୋଭିଡ ରୋଗୀଙ୍କୁ ଭୁଲ ଚିକିତ୍ସା ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା

author img

By

Published : May 19, 2021, 12:40 PM IST

ସମ୍ବଲପୁର: କୋଭିଡ ରୋଗୀଙ୍କୁ ଭୁଲ ଚିକିତ୍ସା ଦିଆଯାଇଥିବା ନେଇ ସମ୍ବଲପୁରର ବୁର୍ଲା ଭୀମସାର କୋଭିଡ ହସ୍ପିଟାଲ ୧ ରେ ଉତ୍ତେଜନା । ତେବେ ଜଣେ କୋଭିଡ ଆକ୍ରାନ୍ତଙ୍କୁ ଭୁଲ ଇଞ୍ଜେକ୍ସନ ଦିଆଯାଉଥିବା ଅଭିଯୋଗ ପରେ ଉତ୍ୟକ୍ତ ହୋଇ ହସ୍ପିଟାଲ ଭିତରକୁ ଶତାଧିକ ଲୋକ ଧସେଇ ପଶିଥିବା ଅଭିଯୋଗ ହୋଇଛି ।

କୋଭିଡ ରୋଗୀଙ୍କୁ ଭୁଲ ଚିକିତ୍ସା ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା

ସୂଚନାମୁତାବିକ, ଭୀମସାର ହୃଦରୋଗ ବିଭାଗରେ କାର୍ଯ୍ୟରତ ଜଣେ ନର୍ସ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଭୀମସାର କୋଭିଡ ହସ୍ପିଟାଲ ୧ ରେ ଚିକିତ୍ସିତ କରାଯାଉଥିଲା । ତେବେ ତାଙ୍କୁ ଏକ ରେମଡେସିଭିର ନାମକ ଇଞ୍ଜେକ୍ସନ ଦିଆଯାଇଥିଲା । ପୁଣି ସନ୍ଧ୍ୟା ସମୟରେ ତାଙ୍କୁ ଆଉ ଜଣେ ନର୍ସ ସେହି ଇଞ୍ଜେକ୍ସନର ଅଧିକ ଆଉ ଗୋଟିଏ ଡୋଜ ଦେଉଥିବା ଅଭିଯୋଗ ହୋଇଛି । ଯାହାକି ତାଙ୍କୁ ଦିଆଯିବା ଉଚିତ ନୁହେଁ ବୋଲି ଖୋଦ ନର୍ସ ଜଣଙ୍କ ପ୍ରକାଶ କରିଛନ୍ତି ।

ଏନେଇ ନର୍ସ ଜଣଙ୍କ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ତାଙ୍କ ପରିବାର ଲୋକ ନିଜ ଅଞ୍ଚଳର ସମସ୍ତଙ୍କୁ ଏକଜୁଟ କରି କୋଭିଡ ହସ୍ପିଟାଲକୁ ଯାଇଥିଲେ । ସେଠାରେ ନିୟୋଜିତ ପୋଲିସ କର୍ମଚାରୀ ଓ ସୁରକ୍ଷା କର୍ମୀ ମଧ୍ୟ ସେମାନଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ । ପରେ ଘଟଣାସ୍ଥଳକୁ ବୁର୍ଲା ପୋଲିସ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଲୋକେ ବୁଝିନଥିଲେ । ଏବଂ ଅଭିଯୁକ୍ତ ନର୍ସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ।

ଗତ ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଭିଡ ହସ୍ପିଟାଲରେ ଉତ୍ତେଜନା ଲାଗିରହିଥିଲା । ତେବେ ଭୀମସାର କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ନର୍ସ କେଉଁ ଉଦ୍ଦେଶ୍ୟରେ ଓ କାହିଁକି ଏପରି ବଡ଼ ଭୁଲ କଲେ, ତାହାକୁ ନେଇ ବର୍ତ୍ତମାନ ଉଠିଛି ଅନେକ ପ୍ରଶ୍ନ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.