ETV Bharat / state

ବିଶ୍ବପ୍ରସିଦ୍ଧ ବକ୍ର ମନ୍ଦିର: ପ୍ରବଳ ଜାଡରେ ବି କମୁନି ଭକ୍ତଙ୍କ ଭିଡ - ସମ୍ବଲପୁରର ପ୍ରସିଦ୍ଧ ବକ୍ର ମନ୍ଦିର

ସମ୍ବଲପୁରର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ହେଉଛି ହୁମାସ୍ଥିତ ବିମଳେଶ୍ବର ବାବାଙ୍କ ମନ୍ଦିର। ଏହି ଶିବ ମନ୍ଦିରର ସବୁଠାରୁ ଆଶ୍ଚର୍ଯ୍ୟକର କଥା ଯାହା ଏହି ମନ୍ଦିରକୁ ଅନ୍ୟଙ୍କ ଠାରୁ ଭିନ୍ନ କରାଏ ତାହା ହେଉଛି ମନ୍ଦିରର ବକ୍ରତା।

world famous leaning temple, winter left no impact on piligrims, sambalpur's leaning temple, sambalpur latest spiritual news, ସମ୍ବଲପୁର ଲାଟେଷ୍ଟ ଆଧ୍ୟାତ୍ମକ ସ୍ଥଳୀ ଖବର, ସମ୍ବଲପୁରର ପ୍ରସିଦ୍ଧ ବକ୍ର ମନ୍ଦିର, ବିଶ୍ବ ପ୍ରସିଦ୍ଧ ବକ୍ର ମନ୍ଦିର
ବିଶ୍ବ ପ୍ରସିଦ୍ଧ ବକ୍ର ମନ୍ଦିର: ପ୍ରବଳ ଜାଡରେ ବି କମୁନି ଭକ୍ତଙ୍କ ଭିଡ
author img

By

Published : Dec 23, 2019, 8:31 PM IST

Updated : Dec 23, 2019, 9:42 PM IST

ସମ୍ବଲପୁର: ଜିଲ୍ଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ହେଉଛି ହୁମାସ୍ଥିତ ବିମଳେଶ୍ବର ବାବାଙ୍କ ମନ୍ଦିର। ଏହି ଶିବ ମନ୍ଦିରର ସବୁଠାରୁ ଆଶ୍ଚର୍ଯ୍ୟକର କଥା ଯାହା ଏହି ମନ୍ଦିରକୁ ଅନ୍ୟଙ୍କ ଠାରୁ ଭିନ୍ନ କରାଏ ତାହା ହେଉଛି ମନ୍ଦିରର ବକ୍ରତା । ମନ୍ଦିରଟି ଉତ୍ତର-ପୂର୍ବକୁ 46 ଡିଗ୍ରୀ ଢଳି ହୋଇ ରହିଥିବାର ଦେଖିବାକୁ ମିଳେ। ଏହା ଆଜି କି କାଲି ନୁହେଁ ବରଂ ଆରମ୍ଭରୁ ହିଁ ମନ୍ଦିରଟି ଏପରି ବକ୍ର। ଏହି ବକ୍ର ମନ୍ଦିର ଦୂର ଦୂରରୁ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ ।

ସହରରୁ ପ୍ରାୟ 30 କିଲୋମିଟର ଦୂରରେ ସ୍ଥିତ ଏହି ମନ୍ଦିରକୁ ବର୍ଷତମାମ ଲୋକଙ୍କ ସୁଅ ଛୁଟୁଥିବା ବେଳେ ଶୀତ ଦିନେ ବି କମିନି ଲୋକଙ୍କ ଭିଡ। କେବଳ ବକ୍ର ମନ୍ଦିର ଯେ ଏହାର ଆକର୍ଷଣର କେନ୍ଦ୍ର ବିନ୍ଦୁ ତାହା ନୁହେଁ, ଏହି ମନ୍ଦିରର ଅନ୍ୟତମ ଆକର୍ଷଣ ହେଉଛି ଏଠାରେ ଥିବା କୁଢ ପ୍ରଜାତିର ସ୍ବତନ୍ତ୍ର ମାଛ। କୁହାଯାଏ କି ଏହି ମାଛକୁ ସମସ୍ତେ ଖାଇବାକୁ ଦେଇପାରିବେ କିନ୍ତୁ କ୍ଷତି ପହଞ୍ଚାଇବାକୁ କେହି ସାହସ କରନ୍ତିନି। କାରଣ ଯିଏ ଏହି ମାଛକୁ କ୍ଷତି ପହଞ୍ଚାଏ ସେ ପରବର୍ତ୍ତୀ ସମୟରେ ପଥର ପାଲଟିଯାଏ।

ବିଶ୍ବ ପ୍ରସିଦ୍ଧ ବକ୍ର ମନ୍ଦିର: ପ୍ରବଳ ଜାଡରେ ବି କମୁନି ଭକ୍ତଙ୍କ ଭିଡ

ଏଥିସହ କିମ୍ବଦନ୍ତୀ କୁହେ କି ଏହି ମନ୍ଦିରରେ ଥିବା ଶିବ ଲିଙ୍ଗ ସ୍ବୟଂ ଉଭା ହୋଇଥିଲେ । ଯାହାଙ୍କୁ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂରଣ ହୁଏ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ମନ୍ଦିରରେ ନୌକା ବିହାରର ସୁବିଧା ମଧ୍ୟ ରହିଛି। 1546ରୁ 1560 ମଧ୍ୟରେ ସମ୍ବଲପୁର ରାଜା ବଳରାମ ଦେବ ଏହି ମନ୍ଦିରକୁ ନିର୍ମାଣ କରିଥିବା ଇତିହାସ କୁହେ। ଏହି ମନ୍ଦିରର ଦୈର୍ଘ୍ୟ 200 ଫୁଟ ହୋଇଥିବା ବେଳେ ପ୍ରସ୍ଥ 120 ଫୁଟ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ର ଆଉ ଏକ ପସିଦ୍ଧ ପର୍ଯ୍ୟଟନ ସ୍ଥଳ ହେଉଛି ହୁମା ସ୍ଥିତ ବିମଲେଶ୍ଵର ବାବା ଙ୍କ ମନ୍ଦିର।ଏହା ଏକ ଶିବ ମନ୍ଦିର ଅଟେ ତେବେ ସବୁଠାରୁ ବଡ଼ କଥା ହେଲା ଏଠିକାର ଏହି ମନ୍ଦିର କାଳ କାଳ ରୁ ବଙ୍କା ହୋଇକି ଅଛି।ଏହା ଉତ୍ତର ପୂର୍ବକୁ 46 ଡ଼ିଗ୍ରୀ ବଙ୍କା ହୋଇକି ଛିଡା ହୋଇଛି।ଏଥିପାଇଁ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।କିପରି ଆଉ କେମିତି ଏହି ମନ୍ଦିର ବକ୍ର ହୋଇକି ଅଛି ଏହି ଜିଜ୍ଞାସା ବହୁ ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ବାଧ୍ୟ କରିଥାଏ। ଆଉ ସହିତ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ।

Body:ସମ୍ବଲପୁର ଜିଲ୍ଲାର ହୁମା ଗାଁରେ ରହିଛି ଏହି ଐତିହାସିକ ବକ୍ର ମନ୍ଦିର।ସମ୍ବଲପୁର ସହରରୁ 30 କିମି ଦୁରତରେ ରହିଛି ଏହି ପର୍ଯ୍ୟଟନ ସ୍ଥଳୀ।ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତ୍ୟେକ ଦିନ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିଥାଏ।ଏଠାରେ ଥିବା ଶିବ ଲିଙ୍ଗ ନିଜେ ଉଭା ହୋଇଥିବା ବୋଲି ବିଶ୍ୱାସ କରାଯାଏ। ଏହି ସ୍ଥାନର ଧାର୍ମିକ ବିଶ୍ୱାସ ବି ଅନେକ ଭକ୍ତ ଶ୍ରଦ୍ଧାଳୁ କୁ ଆକର୍ଷିତ କରିଥାଏ। ଏଠାକୁ ଆସିଲେ ମନୋକାମନା ପୂର୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।ଏହି ମନ୍ଦିରର ନିକଟରେ ବହି ଯାଇଥିବା ମହାନଦୀ ରେ ଏଠାରେ ଏକ କୁଢ଼ ପ୍ରଜାତିର ସ୍ୱତନ୍ତ୍ର ମାଛ ଦେଖିବାକୁ ମିଳନ୍ତି।ଏହି ମାଛକୁ କେହି କିଛିବି କ୍ଷତି କରନ୍ତି ନାହିଁ।ଏଠାକୁ ଯିଏ ବି ଆସେ ଖାଇବାକୁ ଦିଅନ୍ତି ଓ ଏହି ମାଛଗୁଡିକୁ ବହୁ ସମୟ ଧରି ଦେଖନ୍ତି। ଏହି ମାଛ ଗୁଡିକର କ୍ଷତି କଲେ କ୍ଷଟି କରୁଥିବା ଲୋକ ପଥର ମୂର୍ତି ହୋଇଯାଏ ବୋଲି କିମ୍ବଦନ୍ତୀ ଅନୁସାରେ ବିଶ୍ୱାସ ରହିଛି। ଏହା ସହ ଏଠି ନୌକା ବିହାର ର ମଧ୍ୟ ବ୍ୟବସ୍ଥା ରହିଛି।

ବାଇଟ-1-ଇଶାନୀ ବୋଷ।ନୀଳ ଶାଢ଼ୀ, ପର୍ଯ୍ୟଟକ।
ବାଇଟ-2-ତପନ ବୋଷ,ସବୁଜ ସାର୍ଟ,ପର୍ଯ୍ୟଟକ।

Conclusion:ଏହି ମନ୍ଦିର କୁ 1546 ରୁ 1560 ମଧ୍ୟରେ ସମ୍ବଲପୁର ରାଜା ବଳରାମ ଦେବ ତିଆରି କରାଇଥିଲେ।ମନ୍ଦିର ଦୈର୍ଘ୍ୟ 200 ଫୁଟ ହୋଇଥିବା ବେଳେ ଏହାର ପ୍ରସ୍ଥ 120 ଫୁଟ।ଏହି ମନ୍ଦିରଟି ଉତ୍ତର ପୂର୍ବ ଦିଗକୁ 46 ଡିଗ୍ରୀ ବକ୍ର ହୋଇ ରହିଛି।

ବାଇଟ-3-ଗଜେନ୍ଦ୍ର ପୂଜାରୀ,ପୂଜକ, ହଳଦିଆ ଗାମୁଛା।
ବାଇଟ-4-ପର୍ଯ୍ୟଟକ,ନୀଳ ସାର୍ଟ।

ସମ୍ବଲପୁର ଏହି ମନ୍ଦିର କାହିଁକି ବକ୍ର ହୋଇକି ଅଛି କେହି ଜାଣି ନାହାଁନ୍ତି।ଆଉ ଏହି ବକ୍ରତାକୁ ଦେଖିବାକୁ ବହୁ ପର୍ଯ୍ୟଟକ ଏଠାକୁ ଆସନ୍ତି।
Last Updated : Dec 23, 2019, 9:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.