ସମ୍ବଲପୁର: ସ୍ୱାମୀ ବିରୁଦ୍ଧରେ ଅଭିଯୋଗ ଆଣିଲେ ସ୍ତ୍ରୀ । ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ନଦେଇ ଜଣେ ବ୍ୟକ୍ତି ଦ୍ଵିତୀୟ ବିବାହ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ । ସମ୍ବଲପୁର ସାକ୍ଷୀପଡା ଅଞ୍ଚଳର ଜଣେ ମହିଳା ଏପରି ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ୱାମୀଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ।
ଛାଡପତ୍ର ନଦେଇ ସ୍ୱାମୀ କରୁଥିଲେ ଦ୍ଵିତୀୟ ବିବାହ, ଥାନାରେ ମାମଲା ସାକ୍ଷୀପଡା ଅଞ୍ଚଳର ଗୀତାଞ୍ଜଳିଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ତାଙ୍କୁ ଛାଡପତ୍ର ନଦେଇ ଦ୍ଵିତୀୟ ବିବାହ କରିଥିବା ସେ ଅଭିଯୋଗ କରିଛନ୍ତି । ଗତ 2016 ଏପ୍ରିଲରେ ତାଙ୍କ ବିବାହ ହୀରାକୁଦ ବାସିନ୍ଦା ଗଣେଶ୍ୱର ଜେନାଙ୍କ ପୁଅ ରକି ଜେନାଙ୍କ ସହ ହୋଇଥିଲା । ତେବେ ବିବାହର ଗୋଟିଏ ମାସ ପରଠାରୁ ତାଙ୍କର ଶ୍ୱଶୁର ଘର ଲୋକେ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରି ସେ ମହିଳା ଥାନାରେ ମାମଲା ଦାଏର କରିଥିଲେ । ପରବର୍ତ୍ତୀ ସମୟରେ ମାମଲା ଯାଇ ସମ୍ବଲପୁର ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲା । ତେବେ ମାମଲାର ସମାଧାନ ହୋଇ ନ ଥିବାବେଳେ ତାଙ୍କ ସ୍ୱାମୀ ରକି ଅନ୍ୟତ୍ର ବିବାହ କରୁଥିବା ଅଭିଯୋଗ କରିଛନ୍ତି ଗୀତାଞ୍ଜଳି । ଅନ୍ୟପଟେ ସେ ଏନେଇ ଶ୍ୱଶୁର ଘର ଲୋକଙ୍କୁ ମଧ୍ୟ ଦାୟୀକରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ