ETV Bharat / state

ମିଳୁନାହାଁନ୍ତି ନିର୍ଦେଶକ, ସଂକଟରେ ଭିମସାର !

ଭିମସାରକୁ ଭଗବାନ ଭରଷା । ମିଳୁନାହାଁନ୍ତି ସ୍ଥାୟୀ ନିର୍ଦ୍ଦେଶକ । ଅସ୍ଥାୟୀ ନିର୍ଦେଶକରେ ଚାଲିଛି କାମ । ରୋଗୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ ।

author img

By

Published : Aug 17, 2019, 10:37 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ମୁଖିଆ ବିହୀନ ବୀର ସୁରନ୍ଦ୍ରେ ସାଏ ମେଡିକାଲ କଲେଜ । ପଶ୍ଚିମ ଓଡିଶାବାସୀଙ୍କ ଏକମାତ୍ର ଜୀବନ ରକ୍ଷାକାରୀ ଅନୁଷ୍ଠାନ ଭିମସାର ଏବେ ବିପଦରେ । ଗତ ଆଠମାସ ହେଲା ନାହାଁନ୍ତି ଏହି ଅନୁଷ୍ଠାନର ମୁଖିଆ । ଫଳରେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଭିମସାର ହେଉଛି ସମଗ୍ର ପଶ୍ଚିମାଞ୍ଚଳର ଏକ ପ୍ରତିଷ୍ଠିତ ମେଡିକାଲ । ଏଠାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଆସିଥାନ୍ତି । ହେଲେ ଗତ ଜାନୁୟାରୀ ମାସରେ ବିବାଦ ଘେରକୁ ଆସିବା ପରେ ସେତେବେଳର ନିର୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଡା.ପ୍ରକାଶ ଚନ୍ଦ୍ର ମହାପାତ୍ର, ଡା. ବିଜୟ ଦତ୍ତ 2 ଜଣ ଆସ୍ଥାୟୀ ନିର୍ଦେଶକରେ ଚାଲିଲା ଭିମସାର । ପରେ ଜୁନ ମାସରେ ଡା. ଡି ଏନ ମହାରଣାଙ୍କୁ ପୁଣି ଅସ୍ଥାୟୀ ନିର୍ଦେଶକ ଭାବେ ସରକାର ନିଯୁକ୍ତି ଦେଇଛନ୍ତି । କିନ୍ତୁ ଦୁର୍ଭାଗ୍ୟ ଏହି ଦୁଇଜଣଙ୍କ ମଧ୍ୟରୁ କେହିବି ବୁର୍ଲାରେ ସ୍ଥାୟୀ ଭାବେ ରହୁନଥିବା ଅଭିଯୋଗ ହୋଇଛି । ଫଳରେ ଭିମସାରରେ ପୁଣିଥରେ ଅଚଳାବସ୍ଥା ପରିସ୍ଥିତିକୁ ଆସିବା ବଡ କଥା ନୁହେଁ ।

ଆଉ ସ୍ଥାୟୀ ନିର୍ଦେଶକ ନରହିବା ଦ୍ବାରା ଦରମା, ନିଯୁକ୍ତି ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅଟକିଥିବା ଡାକ୍ତରୀ ଛାତ୍ର ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ରୋଗୀ ସେବା ମଧ୍ୟ ପ୍ରଭାବିତ ହେଉଥିବା ତଥା ଡାକ୍ତର ମାନେ ଠିକ ସମୟରେ ଆସୁନଥିବା ଅଭିଯୋଗ କରଛନ୍ତି ରୋଗୀଙ୍କ ସଂର୍ପକୀୟ ।

ଏପଟେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜର ଅସହାୟତା ପ୍ରକାଶ କରିବା ସହ କହିଛନ୍ତି ସ୍ଥାୟୀ ନିର୍ଦ୍ଦେଶକ ପଦବୀ ନିଯୁକ୍ତି ପାଇଁ ସରକାର ପ୍ରକ୍ରିୟା ଜାରି ରଖିଥିବା ବେଳେ ଏହି ପଦବୀ ପାଇଁ କେହି ଆବେଦନ କରୁ ନାହାଁନ୍ତି । ଫଳରେ ଆବେଦନ ପାଇଁ ପୁଣିଥରେ ବିଜ୍ଞାପନ ପ୍ରକାଶ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ

Intro:ଦୀର୍ଘ 8 ମାସ ହେଲା ନିର୍ଦେଶକ ବିହୀନ ବୁର୍ଲା ମେଡିକାଲ। ପଶ୍ଚିମ ଓଡ଼ିଶାର ଏକମାତ୍ର ସହାରା କୁହାଯାଉଥିବା ବୁର୍ଲା ମେଡିକାଲ ରେ ଗତ ଜାନୁଆରୀ ମାସ ପରଠାରୁ ସ୍ଥାୟୀ ନିର୍ଦେଶକ ନାହାନ୍ତି। ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜେ କହୁଛନ୍ତି ବୁର୍ଲା ମେଡିକାଲ କୁ ମିଳୁନାହାନ୍ତି ନିର୍ଦେଶକ। ଏଭଳି ପରିସ୍ଥିତିରେ ରୋଗୀ ମାନଙ୍କ ସେବା ଓ ସୁବିଧା ପ୍ରଭାବିତ ହୋଇଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ଅଟକି ଯାଇଛି।

Body:ସମସ୍ୟା ଘେରରେ ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ। ପଶ୍ଚିମ ଓଡିଶା ଓ ପୂର୍ବ ଛତିଶଗଡ଼ର ରୋଗୀଙ୍କ ପାଇଁ ଥିବା ଏକମାତ୍ର ସହାରା ଏହି ହସ୍ପିଟାଲରେ ରେ ସବୁବେଳେ କୁଛି ନା କିଛି ସମସ୍ୟା ଲାଗିରହିଥିବା ବେଳେ ଏବେ ଏହି ସମସ୍ୟା ସ୍ଥାନୀୟ ଜନସାଧାରଣ ଚିନ୍ତାର କାରଣ ପାଲଟିଛି।ବୁର୍ଲା ମେଡିକାଲ କୁ ସ୍ୱାୟତ୍ତତା ଦେବା ସହ ଏଠାରେ ଏକ ନିର୍ଦେଶକ ପଦବୀ ରଖିଥିଲେ ସରକାର।ଏଥିରେ ପ୍ରଫେସର ଆଶ୍ୱିନୀ ପୂଜାହାରୀ ପ୍ରଥମ ନିର୍ଦେଶକ ଭାବେ ଯୋଗ ଦେଇ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଥିଲେ।ତେବେ ପରବର୍ତ୍ତୀ ସମୟରେ ତାଙ୍କର ବିବାଦୀୟ ଚିକିତ୍ସା ପଦ୍ଧତି ର ଭିଡିଓ ଭାଇରଲ ହେବ ପରେ ତାଙ୍କୁ ଗତ ଡିସେମ୍ବର ମାସରେ ସରକାର ବାଧ୍ୟତାମୂଳକ ଛୁଟିରେ ପଠେଇଥିଲେ।ଏହାପରେ ସେ ଜାନୁଆରୀ ମାସରେ ନିଜେ ଇସ୍ଥପା ଦେଇ ଚାଲିଗଲେ।ଏହା ପରେ ପ୍ରକାଶ ଚନ୍ଦ୍ର ମହାପାତ୍ର, ବିଜୟ ଦତ୍ତ 2 ଜଣ ଆସ୍ଥାୟୀ ନିର୍ଦେଶକ ପଦ ଚଳାଇଲେ। ଏହାପରେ ଗତ ଜୁନ ମାସରେ ଡି ଏନ ମହାରଣା ଙ୍କୁ ପୁଣି ଅସ୍ଥାୟୀ ନିର୍ଦେଶକ ଭାବେ ସରକାର ନିଯୁକ୍ତି ଦେଇଛନ୍ତି। ଆଉ ଏମନଙ୍କ ମଧ୍ୟରୁ କୌଣସି ଜଣେ ବି ବୁର୍ଲାରେ ନିୟମିତ ରହୁନଥିବା ଅଭିଯୋଗ ହୁଏ। ଆଉ ସ୍ଥାୟୀ ନିର୍ଦେଶକ ନରହିବା ଦ୍ୱାରା ଦରମା,ନିଯୁକ୍ତି ସହ ବିଭିନ ଉନ୍ନୟନ ମୂଳକ କାର୍ଯ୍ୟ ଅଟକି ଯାଇଥିବା ନିଜେ ଡାକ୍ତରୀ ଛାତ୍ର କୁହନ୍ତି।ଅନ୍ୟପଟେ ରୋଗୀ ସେବା ମଧ୍ୟ ପ୍ରଭାବୀ ହେଉଥିବା ତଥା ଡାକ୍ତର ମାନେ ସମୟରେ ଆସୁନଥିବା ଅଭିଯୋଗ କରନ୍ତି ସ୍ଥାନୀୟ ଲୋକେ।

ବାଇଟ-1-ଚିନ୍ମୟ ପ୍ରଧାନ,ସଭାପତି, ହାଉସ ସର୍ଜନ ଡାକ୍ତର ସଂଘ, ଭୀମସାର।
ବାଇଟ-2- ସରୋଜ କୁମାର ଦେଓ, ବୁର୍ଲାର ସଚେତନ ନାଗରିକ।

ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ପ୍ରସଙ୍ଗରେ ନିଜର ଅସହାୟତା ପ୍ରକଟ କରିବା ସହ କହିଛନ୍ତି ଯେ ସ୍ଥାୟୀ ନିର୍ଦେଶକ ପଦବୀ ନିଯୁକ୍ତି ପାଇଁ ସରକାର ପ୍ରକ୍ରିୟା ଜାରି ରଖିଥିବା ବେଳେ ଏହି ପଦବୀ ପାଇଁ କେହିବି ଆବେଦନ କରି ନାହାନ୍ତି। ଏଥିପାଇଁ ଆବେଦନ କରିବାର ସମୟସୀମା କୁ ସରକାର ବେଢ଼େଇଦେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ବାଇଟ-3-ନବ କିଶୋର ଦାସ, ସ୍ୱାସ୍ଥ୍ୟମନ୍ତ୍ରୀ।

Conclusion:ଏପଟେ ସ୍ଥାନୀୟ ସଚେତନ ନାଗରିକ ମହଲରେ ଗୋଟିଏ ଚର୍ଚ୍ଚା ଆଉ କେତେଦିନ ଲାଗିବ ଏହି ପଦବୀ ପୂରଣ ପାଇଁ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.