ETV Bharat / state

ଆନ୍ଦୋଳନରତ 15 ଚାଷୀ ଗିରଫ, ହଟିଲା ରାସ୍ତା ଅବରୋଧ - ଆନ୍ଦୋଳନରତ 15 ଚାଷୀ ଗିରଫ

ବିଭିନ୍ନ ଦାବି ନେଇ ସମ୍ବଲପୁରରେ ଜୋର ଧରିଛି ଚାଷୀ ଆନ୍ଦୋଳନ । ତେବେ ଆନ୍ଦୋଳନରତ ଚାଷୀଙ୍କୁ ହଟାଇ ୧୫ ଜଣ ଚାଷୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ ।

Western Odisha Farmers Protest, 15 Farmer arrested

author img

By

Published : Dec 5, 2020, 8:42 PM IST

ସମ୍ବଲପୁର: ଜିଲ୍ଲା ଚୌଧୁରୀ ଛକରେ ରାଜରାସ୍ତା ଅବରୋଧ କରିଥିବା ଆନ୍ଦୋଳନରତ ଚାଷୀଙ୍କୁ ହଟେଇଲା ସମ୍ବଲପୁର ପୋଲିସ । ଆନ୍ଦୋଳନ କରୁଥିବା ୧୫ ଜଣ ଚାଷୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଏନେଇ ସମ୍ବଲପୁର ଅତିରିକ୍ତ ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି ।

ଆନ୍ଦୋଳନରତ 15 ଚାଷୀ ଗିରଫ, ହଟିଲା ରାସ୍ତା ଅବରୋଧ

ଶନିବାର ସକାଳ ୧୦ଟା ୩୦ରୁ ସମ୍ବଲପୁରର ପଶ୍ଚିମ ଓଡିଶା କୄଷକ ସଂଗଠନ ସମ୍ମନ୍ୱୟ ସମିତି'ର ସଦସ୍ୟ ଚାଷୀ ଚୌଧୁରୀ ଛକ ଠାରେ ରାଜରାସ୍ତା ଅବରୋଧ କରି ଆନ୍ଦୋଳନ ଚଲାଇଥିଲେ । ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର ମହାନଗର ନିଗମର କମିଶନର ଅନିରୁଦ୍ଧ ପ୍ରଧାନ ଚାଷୀଙ୍କ ସହ ଆଲୋଚନା କରି ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରିଥିଲେ । ତେବେ ଚାଷୀମାନେ ନିଜ ଜିଦରେ ଅଟଳ ରହିବାରୁ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୫ ଜଣ ଚାଷୀଙ୍କୁ ଗିରଫ କରିଛି ।

ଏହାସହ ଅନ୍ୟ ଚାଷୀମାନଙ୍କୁ ଆନ୍ଦୋଳନ ସ୍ଥଳରୁ ହଟାଇଛି ।

ଆଜି ସମ୍ବଲପୁରରେ ବିଭିନ୍ନ ଦାବି ନେଇ ଚାଷୀମାନେ ଆନ୍ଦୋଳନରେ ବସିଥିଲେ । କ୍ବିଣ୍ଟାଲ ପିଛା ଧାନ ସଂଗ୍ରହ ପରିମାଣ ବୃଦ୍ଧି, ଟୋକନ ବ୍ୟବସ୍ଥାର ପ୍ରତ୍ୟାହାର ଓ ନୂଆ କୃଷି ନୀତିର ବିରୋଧ କରି ରାସ୍ତାରେ ଧାନ ଗାଡି ରଖି ରାସ୍ତା ରୋକ କରି ଚାଷୀ ଧାରଣାରେ ବସିଥିଲେ । ତେବେ କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଆହ୍ବାନରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ କୃଷି ଆନ୍ଦୋଳନ ଜୋର ଧରିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.