ETV Bharat / state

ଉପର ମୁଣ୍ଡରେ ପ୍ରବଳ ବର୍ଷା: ଖୋଲିଲା 10ଟି ଗେଟ

ପ୍ରବଳ ବର୍ଷା ଯୋଗୁଁ ଡ୍ୟାମର ଜଳସ୍ତର ବଢୁଛି । ଆଗକୁ ଆହୁରି ବର୍ଷା ସମ୍ଭାବନା ରହିଛି । ଆଜି ସକାଳେ ଡ୍ୟାମର ମୋଟ ଜଳଧାରଣ କ୍ଷମତାର ପାଖାପାଖି ଜଳସ୍ତର ପହଞ୍ଚିଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 27, 2019, 8:21 AM IST

Updated : Aug 27, 2019, 9:28 AM IST

ସମ୍ବଲପୁର: ଉପର ମୁଣ୍ଡରେ ଜାରି ରହିଛି ପ୍ରବଳ ବର୍ଷା । ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥିପାଇଁ ଡ୍ୟାମର 10ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏବେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମର ଜଳସ୍ତର ବଢୁଛି । ଆଗକୁ ଆହୁରି ବର୍ଷା ସମ୍ଭାବନା ରହିଛି । ଏହାସହ ଆଜି ସକାଳେ ଡ୍ୟାମର ମୋଟ ଜଳଧାରଣ କ୍ଷମତାର ପାଖାପାଖି ଜଳସ୍ତର ପହଞ୍ଚିଯାଇଛି । ତେଣୁ ହୀରାକୁଦରୁ ଜଳ ଛାଡିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ସକାଳୁ 6ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ ବର୍ତ୍ତମାନ ସୂଚନାନୁସାରେ ଆଉ 4ଟି ଗେଟ ଖୋଲାଯାଇଛି ।

ସୂଚନାନୁସାରେ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ । ଆଜି ସକାଳ 6ଟା ସୁଦ୍ଧା ଜଳସ୍ତର 623.65 ଫୁଟ ରହିଛି । ଏହି ସମୟରେ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 1 ଲକ୍ଷ 88 ହଜାର 672 କ୍ୟୁସେକ ଜଳ ପ୍ରବେଶ କରୁଛି । ବର୍ତ୍ତମାନ ମୋଟ 10ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର 6 ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବା ତଥା ଆଗକୁ ଆହୁରି ବର୍ଷା ସମ୍ଭାବନା ଥିବା ରୁ ହୀରାକୁଦ ର ଜଳ ସ୍ଥର ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିରେ ବର୍ତମାନ 6 ଟି ଗେଟ ଦେଇ ଜଳ ନିଷ୍କାସନ ର କରାଯାଉଛି।

Body:ହୀରାକୁଦ ଜଳଭଣ୍ଡାର ର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ରହିଥିବା ବେଳେ ଆଜି ସକାଳ 6 ଟା ସୁଦ୍ଧା ଜଳସ୍ତର 623.65ଫୁଟ ରହିଛି। ଏହି ସମୟରେ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି 1,88,672 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାରରୁ 1,16,871 କ୍ୟୁସେକ ଜଳ ନିଷ୍କାସନ ହେଉଛି।

Conclusion:ବର୍ତମାନ ମିଳିଥିବା ସୂଚନା ଅନୁସାରେ ଆହୁରି 4 ଟି ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।
Last Updated : Aug 27, 2019, 9:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.