ETV Bharat / state

ସମ୍ବଲପୁରରେ ଅବିଶ୍ରାନ୍ତ ବର୍ଷା, ୫ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ତୁହାକୁ ତୁହା ବର୍ଷାରେ ବେହାଲ ସମ୍ବଲପୁର ଜିଲ୍ଲା । ପ୍ରବଳ ବର୍ଷା ଯୋଗୁଁ ରେଢ଼ାଖୋଲ ବ୍ଲକର ବିଭିନ୍ନ ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଦୁଇମୁହାଣୀ ପୋଲର ଆପ୍ରୋଚ୍‌ ରାସ୍ତାରେ ଘାଇ ସୃଷ୍ଟି ହୋଇଛି । ୫ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

heavy rainfall in sambalpur
ବର୍ଷାରେ ବେହାଲ ସମ୍ବଲପୁର
author img

By

Published : Aug 2, 2023, 8:06 PM IST

ବର୍ଷାରେ ବେହାଲ ସମ୍ବଲପୁର

ସମ୍ବଲପୁର: ଲଘୁଚାପ ଜନିତ ବର୍ଷାରେ ବେହାଲ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ । ଗତକାଲିଠାରୁ ଲାଗି ରହିଥିବା ଲଗାଣ ବର୍ଷା ଅଞ୍ଚଳ ପାଇଁ ବଡ଼ ଦୁର୍ଦ୍ଦଶା ଆଣିଛି । ପାଣି ଘେରରେ ରହିଛି ପୁରା ଅଞ୍ଚଳ । ରାସ୍ତା ଉପରେ ତିନିରୁ ଚାରି ଫୁଟର ପାଣି ଲହଡ଼ି ଭାଙ୍ଗୁଛି । ଫଳରେ ସାଧାରଣ ଯାତାୟତ ଠପ୍ ହୋଇଛି । ରେଢାଖୋଲ+ଠାରୁ ମାତ୍ର ୧୦ରୁ ୧୨ କିଲୋମିଟର ଦୂରରେ ଥିବା ଟାଲ୍‌, ବଣିଆବନ୍ଧ, ଝାଙ୍କରପଡା, କେନ୍ଦୁମୁଣ୍ତା ଓ ପାଣ୍ତିରିପଥର ଆଦି ୫ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ।

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ଟାଲ ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଦୁଇମୁହାଣୀ ନାଳର ଆପ୍ରୋଚ୍‌ ରାସ୍ତାର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ବେଳେ ଅପର ପାର୍ଶ୍ଵ ମଧ୍ୟ ଧୋଇ ହୋଇଯାଇଛି । ଫଳରେ ସ୍ଥାନୀୟ ଗ୍ରାମବାସୀଙ୍କ ଯାତାୟତ ବନ୍ଦ ହୋଇଯାଇଛି । ଏପରିକି ସଦର ମହକୁମାକୁ ଆସିବା ଦୂରର କଥା ନିଜ ପଞ୍ଚାୟତ କାର୍ଯ୍ୟାଳୟକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି । ବିଗତବର୍ଷ ମାନଙ୍କରେ ମଧ୍ୟ ଏହି ପୋଲର ଉଭୟ ପଟ ରାସ୍ତା ଧୋଇ ହୋଇଯାଇଥିବା ବେଳେ, ସମ୍ପୃକ୍ତ ବିଭାଗ ପକ୍ଷରୁ କେବଳ ମରାମତି କରି ରାସ୍ତାକୁ ସ୍ବାଭାବିକ କରାଯାଇଥାଏ । ହେଲେ ଏହାର ସ୍ଥାୟୀ ସମାଧାନ କରାଯାଉ ନଥିବାରୁ ପୁଣି ସେଇ ଅନୁରୂପ ଘଟଣା ଦେଖିବାକୁ ମିଳିଛି ବୋଲି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରବଳ ବର୍ଷାରେ ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମଗ୍ନ, ମୁକାବିଲା ପାଇଁ ପ୍ରଶାସନ ସଜାଗ

ଏହି ଅଞ୍ଚଳର ଲୋକେ ପ୍ରତିବର୍ଷ ବର୍ଷା ଦିନେ ହଇରାଣ ହେଉଥିବାରୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ୫ଟି ଗ୍ରାମବାସୀ ବର୍ଷା ଦିନ ଆସିଲେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ସେହିପରି ବ୍ଲକର ବଡ଼ମାଳ ପଞ୍ଚାୟତ ପଲସାମାଲ ଓ ଚେମଟି ନାଳ, ମୋଚିବାହାଳ ପଞ୍ଚାୟତର ଓରାମପଡା ମୋଚିବାହାଳ ରାସ୍ତା, ରେଙ୍ଗାଲି ପଞ୍ଚାୟତର ସାତସମା ଗୋପାଳପୁର ରାସ୍ତାର ପୋଲ, ଚାରମାଳ-ମୁଗପାଳ ରାସ୍ତାର ପୋଲ ଉପରେ ଦୁଇରୁ ଚାରି ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି । ଯାତାୟତ ବାଧାପ୍ରାପ୍ତ ହେବାସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ଅଞ୍ଚଳର ବହୁ ଚାଷଜମି ବନ୍ୟାପାଣିରେ ବାଲିଚର ହୋଇଥିବା ଦେଖା ଦେଇଛି । ଗତକାଲିଠାରୁ ଚାଲିଥିବା ଲଗାଣ ବର୍ଷା ପାଇଁ ବ୍ଲକର ବହୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି ।

ସହରର ବିଭିନ୍ନ ତଳିଆ ଅଞ୍ଚଳରେ ମଧ୍ଯ ବନ୍ୟାଜଳ ପଶିଥିବା ଦେଖିବାକୁ ମିଳିଛି । ସମ୍ବଲପୁର ସହର ନିକଟସ୍ଥ ମାନେଶ୍ଵରର ମାନ୍ଧାତା ବାବା ଶିବ ମନ୍ଦିର ଭିତରକୁ ବନ୍ୟା ଜଳପଶି ଯାଇଛି l ଗତ ୨୪ ଘଣ୍ଟାରେ ଜୁଯୁମୁରାରେ ୩୬୧.୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ରେଢ଼ାଖୋଲରେ ୩୪୮.୦ ମିମି, ନାକଟିଦେଉଳରେ ୧୪୦ମିମି ଓ ଜମନକିରାରେ ୧୧୨.୬ମିମି ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି l ଏଭଳି ପରିସ୍ଥିତିରେ ଜିଲ୍ଲାର କୌଣସି ସରକାରୀ ଅଧିକାରୀ ଛୁଟିରେ ଜିଲ୍ଲା ମୁଖ୍ୟାଳୟ ଛାଡି ଯାଇ ପାରିବେନି ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କାରିଛନ୍ତି l ଏହା ସହ ଜିଲ୍ଲାର ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.