ସମ୍ବଲପୁର: ଖରା ଦିନ ଆରମ୍ଭରୁ ଶୁଖିଲାଣି ମହାନଦୀ । ଛତିଶଗଡ ସବୁ ବ୍ୟାରେଜ ବନ୍ଦ କରି ସାରିଛି l ବର୍ତମାନ ଓଡିଶାରେ ମହାନଦୀର ଗର୍ଭରେ ଉତ୍କଟ ଜଳ ସଙ୍କଟ ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି l ହୀରାକୁଦ ଡ୍ୟାମରେ ବର୍ତମାନ ସ୍ଥିତିରେ ଯେତିକି ଜଳସ୍ତର ରହିବା କଥା ତାଠୁ 5 ଫୁଟ କମ ପାଣି ଥିବା ଜଣାପଡିଛି l
ଏହା ସହ ମହାନଦୀ ଜଳ ବିବାଦ ପାଇଁ ଗଠିତ ଟ୍ରିବୁନାଲ କୁ 5 ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ନବାହାରିବାରୁ ଚିନ୍ତା ପ୍ରକଟ କରିଛନ୍ତି ଜଳ ମାନବ ତଥା ପରିବେଶବିତ ରଞ୍ଜନ ପଣ୍ଡା l ସେ କହିଛନ୍ତି, ‘‘କେବଳ ଟ୍ରିବୁନାଲ ଗଠନ କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ । ଏହି ସମସ୍ୟାର ସମାଧାନ ପାଇଁ ଉଭୟ ଛତିଶଗଡ଼ ଓ ଓଡିଶା ସରକାର ଆଗେଇ ଆସି ସମନ୍ବୟ ରକ୍ଷା କରି ବର୍ଷ ତମାମ ନଦୀ ପରିଚାଳନାର ଏକ ବୁଝାମଣା କରିବା ଉଚିତ ।’’
ଏହାବି ପଢନ୍ତୁ- Rahul Gandhi Conviction: ରାଜନାଥ କହିଲେ ଶବ୍ଦ ଅସ୍ତ୍ରଠାରୁ ମଧ୍ୟ ମାରାତ୍ମକ
ବର୍ତ୍ତମାନ ଉପର ମୁଣ୍ଡରୁ ହୀରାକୁଦ ଜଳ ଭଣ୍ତାରକୁ ଜଳ ପ୍ରବେଶ ବନ୍ଦ ହେଲାଣି । ଗ୍ରୀଷ୍ମ ଆରମ୍ଭରୁ ଛତିଶଗଡ ସମସ୍ତ ବ୍ୟାରେଜର ଗେଟ ବନ୍ଦ କରିଥିବା ବେଳେ ହୀରାକୁଦକୁ ଜଳ ପ୍ରବେଶ ହ୍ରାସ ପାଉଛି । ଜଳ ଭଣ୍ତାର ଜଳସ୍ତର ମଧ୍ୟ ଧିରେ ଧିରେ ହ୍ରାସ ପାଇବାରେ ଲାଗିଲାଣି । ଗତ ମାସକ ମଧ୍ୟରେ ଛତିଶଗଡ ରୁ ବହୁ କମ ଜଳ ପ୍ରବେଶ କରିଛି ବୋଲି ସୂଚନା ମିଳିଛି । ହୀରାକୁଦରେ ବର୍ତମାନ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରାୟ 5 ଫୁଟ ପାଣି କମଥିବାର ଜଣାପଡିଛି l ଏଥିପାଇଁ ଜଳଭଣ୍ତାର ସ୍ଥିତି ଆଗକୁ ସଙ୍କଟାପନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି l ଆଗକୁ ହୀରାକୁଦ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ଆକଳନ ହେଉଛି । ପ୍ରତିବର୍ଷ ପରି ଏଥର ମଧ୍ୟ ଗ୍ରୀଷ୍ମ ଆରମ୍ଭ ରୁ ହୀରାକୁଦ ଉପର ମୁଣ୍ତର ଛତିଶଗଡରେ ଥିବା ବ୍ୟାରେଜ ସବୁର ଗେଟ ବନ୍ଦ କରି ଓଡିଶା କୁ ଜଳ ପ୍ରବେଶ ବନ୍ଦ କଲାଣି । ଯାହା ଫଳରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ହୀରାକୁଦ ଡ୍ୟାମ ରେ 5 ଫୁଟ କମ ଜଳସ୍ତର ରହିଥିବା ତଥ୍ୟ ସାମ୍ନାକୁ ଆସିଛି । ମହାନଦୀ ବିବାଦ ପ୍ରସଙ୍ଗରେ ଟ୍ର୍ୟୁବନାଳ 5 ବର୍ଷ ଅବଧି ଶେଷ ହୋଇଛି । ଅବଧି ଶେଷ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ । ଏହା ମଧ୍ୟରେ ଛତିଶଗଡ ମହାନଦୀ ଉପର ମୁଣ୍ତରେ ନିର୍ମାଣ କରିଥିବା ବ୍ୟାରେଜ ଉପରେ ମଧ୍ୟ ଓଡିଶା ସରକାର ରୋକ ଲଗାଇ ପାରିଲେ ନାହିଁ ।
ବର୍ଷା ଋତୁ ଆସିଲେ ହେଲେ ଛତିଶଗଡ ଚାଲାକି ଦେଖାଇ ବ୍ୟାରେଜର ସମସ୍ତ ଗେଟ ଖୋଲି ଦେଇଥାଏ l ଏହା ଦ୍ୱାରା ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ । ଓଡିଶା ସରକାର ହାତରେ ମହାନଦୀ ପରିଚାଳନା ପାଇଁ ହୀରାକୁଦ ବ୍ୟତୀତ ଆଉ କୌଣସି ବ୍ୟବସ୍ଥା ନଥିବାରୁ ଗ୍ରୀଷ୍ମ ହେଉକି ବର୍ଷା ସବୁ ସମୟରେ ଅସହାୟ ହୋଇପଡିଛି ମହାନଦୀ । ହୀରାକୁଦର ଉପରମୁଣ୍ଡରୁ ଛତିଶଗଡରୁ ପାଣି ଆସୁନଥିବା ବେଳେ ଗତବର୍ଷଠୁ ଚଳିତ ବର୍ଷ ହୀରାକୁଦରେ ପ୍ରାୟ 5 ଫୁଟ ପାଣି ହ୍ରାସ ପାଇଥିବା ଜଣା ପଡିଛି । ଆଉ ଏବେ ଜଳଭଣ୍ଡାରର ସ୍ଥିତି ଯାହା ହେଲାଣି, ତାହା 2016 ସମୟର ଉତ୍କଟ ପରିସ୍ଥିତି ହେବା ଜଳ ଜଳ ଦେଖା ଗଲାଣି । ଗତ ବର୍ଷ ୨୧ ମାର୍ଚ୍ଚରେ ହୀରାକୁଦ ଡ୍ୟାମର ଜଳସ୍ତର 621.19 ଫୁଟ ଥିବା ବେଳେ ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାର ଜଳସ୍ତର 617.15 ଫୁଟ ରହିଛି । 2016ର ନିଅଣ୍ଟିଆ ସ୍ଥିତି ସାରା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଥିଲା । ଏଭଳି ସ୍ଥିତିରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଗତବର୍ଷ ଠାରୁ ପ୍ରାୟ 5 ଫୁଟରୁ ଉର୍ଦ୍ଧ୍ବ ହ୍ରାସ ହୋଇଥିବା ବେଳେ ମେ/ଜୁନ ବେଳକୁ ସ୍ଥିତି ଆହୁରି ଉତ୍କଟ ହେବାର ଆଶଙ୍କା ଦେଖାଦେଲାଣି ।
ଏହାବି ପଢନ୍ତୁ -Bjp New President: ଲଢେଇର ନେତୃତ୍ବ ନେବେ ମନମୋହନ, ଶକ୍ତି ଯୋଗାଇବେ ବରିଷ୍ଠ ନେତା
ସେପଟେ ଟ୍ରିବୁନାଲ ଅବଧି ସରିଥିବା ବେଳେ ଏବେ ଉଭୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାର ଆବଶ୍ୟକ ରହିଥିବା ବିଶେଷଜ୍ଞ କହିଛନ୍ତି । ମହାନଦୀର ଶାଖା ଓ ଉପନଦୀରେ ବି ଛୋଟ ବଡ ବହୁ ବ୍ୟାରେଜ କରିବାକୁ ସରକାର ଯୋଜନା କରିଥିଲେ । ହୀରାକୁଦ ତଳ ମୁଣ୍ତରେ 7 ଟି ବନ୍ଧ ପାଇଁ ମଧ୍ୟ ସରକାର ଘୋଷଣା କରିଥିଲେ । ଉଦ୍ଦେଶ୍ୟ ଥିଲା, ବର୍ଷା ବେଳେ ସମୁଦ୍ରକୁ ବହିଯାଉଥିବା 52% ପାଣିକୁ ଅଟକାଇ ଏହାକୁ ଖରାଦିନେ କାମରେ ବ୍ୟବହାର କରାଯିବ । ହେଲେ ବାସ୍ତବରେ ବ୍ୟାରେଜତ ଦୂରର କଥା, ଏଥିପାଇଁ ସ୍ଥାନ ନିରୁପଣ ମଧ୍ୟ ହୋଇ ପାରିନି । ସରକାରଙ୍କ ଘୋଷଣା କେବଳ କଥାରେ ସୀମିତ ହୋଇ ରହିଯାଇଛି।
ଇଟିଭି ଭାରତ, ସମ୍ବଲପୁର