ETV Bharat / state

ସମ୍ବଲପୁର ଭିସୁଟରୁ RAM ଚୋରି କରି ବାଙ୍ଗାଲୋରରୁ ଗିରଫ ଅଭିଯୁକ୍ତ

author img

By

Published : Aug 29, 2021, 5:05 PM IST

ଭିସୁଟର ଇ-ଲର୍ଣ୍ଣିଂ ସେଣ୍ଟରର କମ୍ପ୍ୟୁଟର RAM ଚୋରି ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ବାଙ୍ଗାଲୋର ପୋଲିସ । ଅଧିକ ପଢନ୍ତୁ...

vssut e learing center computer device stolen case accused arrested from bangalore
ଭିସୁଟର ଇ-ଲର୍ଣ୍ଣିଂ ସେଣ୍ଟରରୁ କମ୍ପ୍ୟୁଟର RAM ଚୋରି ମାମଲାରେ ଅଭିଯୁକ୍ତ ବାଙ୍ଗାଲୋରରୁ ଗିରଫ

ସମ୍ବଲପୁର: ଭିସୁଟର ଇ-ଲର୍ଣ୍ଣିଂ ସେଣ୍ଟରରୁ କମ୍ପ୍ୟୁଟର ଚୋରି ମାମଲାର ଅଭିଯୁକ୍ତ ବାଙ୍ଗାଲୋରରୁ ଗିରଫ। ସେ ବାଙ୍ଗାଲୋରରେ ଅନ୍ୟ ଏକ ମାମଲାରେ ଗିରଫ ହୋଇଥିବାବେଳେ ଭିସୁଟର କମ୍ପ୍ୟୁଟର ଚୋରି ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି। ଭିସୁଟର ଲର୍ଣ୍ଣିଂ ସେଣ୍ଟରରୁ 55 ଟି କମ୍ପ୍ୟୁଟର ଚୋରି ହୋଇଥିବା ବୁର୍ଲା ଥାନାରେ ଅଭିଯୋଗ ହୋଇଥିଲା ।

ଗତ 11 ତାରିଖରେ ବୁର୍ଲା ଭିସୁଟର ଇ-ଲର୍ଣ୍ଣିଂ ସେଣ୍ଟରରୁ 55 ଟି କମ୍ପ୍ୟୁଟରର RAM ଚୋରି ହୋଇଥିବା ନେଇ ଭିସୁଟ କର୍ତ୍ତୃପକ୍ଷ ବୁର୍ଲା ଥାନାରେ ଏତଲା ଦେଇଥିଲେ। ଏନେଇ ବୁର୍ଲା ପୋଲିସ ତଦନ୍ତ ଜାରି ରଖିଥିଲା। ଏହି କମ୍ପ୍ୟୁଟର RAMରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଥିବା ଜଣାପଡିଛି । ବାଙ୍ଗାଲୋରରେ ଏକ ଚୋରି ଘଟଣାରେ ଅଭିଯୁକ୍ତ ରାଜ ପତ୍ର ନାମକ ଜଣେ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ତେବେ ଗତକାଲି ବାଙ୍ଗାଲୋର ପୋଲିସ ଉକ୍ତ ଯୁବକକୁ ବାଙ୍ଗାଲୋରର ଏକ କମ୍ପ୍ୟୁଟର RAM ଚୋରି ଘଟଣାରେ ଗିରଫ କରିଛି। ଅଭିଯୁକ୍ତକୁ ପଚରା ଉଚରା ସମୟରେ ବୁର୍ଲା ଭିସୁଟ ଚୋରି ଘଟଣାର ଲିଙ୍କ ବାହାରିବା ପରେ ବୁର୍ଲା ପୋଲିସକୁ ଏନେଇ ସୂଚନା ଦିଆଯାଇଥିଲା।

ସେ ପୂର୍ବରୁ ସମ୍ବଲପୁର ଭିସୁଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ସମୟରେ ବୁର୍ଲା ଭିସୁଟ ଇ-ଲର୍ଣ୍ଣିଂ ସେଣ୍ଟରରୁ ଚୋରି କରିଥିବା ଜଣାପଡିଛି । ତେବେ ଅଭିଯୁକ୍ତ କେଉଁ ଉଦ୍ଦେଶ୍ୟରେ ଏହାକୁ ଚୋରି କରିଥିଲା ତାହା ତଦନ୍ତ ପରେ ଜଣାପଡିବ।

ବାଙ୍ଗାଲୋର ପୋଲିସ ସମ୍ବଲପୁର ବୁର୍ଲା ପୋଲିସକୁ ଯୋଗାଯୋଗ କରିବା ପରେ ସମ୍ବଲପୁର ପୋଲିସର ଏକ ସ୍ବତନ୍ତ୍ର ଟିମ ବାଙ୍ଗାଲୋର ଯାଇ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ପଚରା ଉଚରା କରିବ ବୋଲି ସୂଚନା ମିଳିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.