ETV Bharat / state

Violence in Burla Vssut: 4 ଛାତ୍ରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭିସୁଟ ପୁଲହ ଛାତ୍ରାବାସରେ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କୁଳପତି । ଅଧିକ ପଢନ୍ତୁ

Veer Surendra Sai University
Veer Surendra Sai University
author img

By

Published : Jan 12, 2023, 5:35 PM IST

Veer Surendra Sai University

ସମ୍ବଲପୁର: ବୁର୍ଲା ଭିସୁଟରେ ଛାତ୍ର ଗଣ୍ଡଗୋଳ ଘଟଣା । ଶୃଙ୍ଖଳା କମିଟିର ତଦନ୍ତ ପରେ ୪ ଛାତ୍ରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କୁଳପତି । ଘଟଣାରେ ସମ୍ପୃକ୍ତ ଚାରି ଛାତ୍ର ହେଉଛନ୍ତି ପ୍ରତ୍ୟୁଷ ରଞ୍ଜନ ମହାନ୍ତି, ତୁଷାର ଦାସ,ଅଭିଜିତ ସାମଲ ଓ ମୃତ୍ୟୁଞ୍ଜୟ ସାହୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏମାନଙ୍କ ମଧ୍ୟରୁ ଦୁଇଜଣ ଛାତ୍ର ପ୍ରତ୍ୟୁଷ ରଞ୍ଜନ ମହାନ୍ତି ଏବଂ ତୁଷାର ଦାସଙ୍କୁ ଏକବର୍ଷ ପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯିବା ସହିତ ଜଣକୁ ୨୫ହଜାର ଟଙ୍କା ଲେଖାଏଁ ଫାଇନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଜରିମାନା ରାଶି ଚଳିତ ମାସ ୨୦ ତାରିଖ ସୁଦ୍ଧା ହଷ୍ଟେଲ୍ ଉନ୍ନୟନ ଫାଣ୍ଠିରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଉଭୟ ଛାତ୍ରଙ୍କୁ ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ହେବାକୁ ଥିବା ଇଭେନ ସେମିଷ୍ଟାର ପରୀକ୍ଷା ପାଇଁ ପଞ୍ଜୀକରଣ କରି ପାରିବେ ନାହିଁ । ସେହିପରି ଅନ୍ୟ ଦୁଇ ଶେଷ ବର୍ଷର ଛାତ୍ର ଅଭିଜିତ ସାମଲ ଏବଂ ମୃତ୍ୟୁଞ୍ଜୟ ସାହୁଙ୍କୁ ମଧ୍ୟ ସମାନ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି ।

ସୂଚନା ଅନୁଯାୟୀ ଗତ ୭ ତାରିଖ ବିଳମ୍ବିତ ରାତିରେ ଭିସୁଟ ପୁଲହ ଛାତ୍ରାବାସରେ ରହୁଥିବା ଜଣେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ଶେଷବର୍ଷର ସନ୍ଦୀପ ସିଂ ନାମକ ଜଣେ ଛାତ୍ରଙ୍କୁ ଅନ୍ୟ ବିଭାଗର ୪ ଜଣ ଶେଷ ବର୍ଷର ଛାତ୍ର ମାରପିଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଚାଉଳ ବଣ୍ଟନରେ ସ୍ୱଚ୍ଛତା ଲାଗି କେନ୍ଦ୍ର ଆଣିବ ରସିଦ ବ୍ୟବସ୍ଥା, ବିଜେଡି କହିଲା ଠିକ ହେବନାହିଁ

ତେବେ ଏହା ପୂର୍ବରୁ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟରେ ରାଗିଂ ଅଭିଯୋଗ ସାମ୍ନାକୁ ଆସିଥିଲା । ଡିସିପ୍ଲିନ ଓ ଆଣ୍ଟି ରାଗିଂ କମିଟି ୭ ଜଣ ଛାତ୍ରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ୭ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ବିଶ୍ୱ ବିଦ୍ୟାଳୟରୁ ବହିଷ୍କାର କରାଯାଇଥିବା ବେଳେ ୪ ଜଣଙ୍କୁ ଆର୍ଥିକ ଦଣ୍ଡ ଦିଆଯାଇଥିଲା ।

ନଭେମ୍ବର ୨୪ ତାରିଖରେ ଜଣେ ଜୁନିଅର ଛାତ୍ରଙ୍କୁ ଏହି ସାତ ଜଣ ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଭିସୁଟର କୁଳପତି କହିଥିଲେ ଯେ ଯଦି ରାଗିଂ ହୋଇଥିବା ପ୍ରମାଣିତ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଯାହାର ତଦନ୍ତ କରାଯିବା ପରେ କଲେଜର ଡିସିପ୍ଲିନ ଓ ଆଣ୍ଟି ରାଗିଂ କମିଟି ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.