ETV Bharat / state

ତ୍ରୁଟିପୂର୍ଣ୍ଣ କିଟ୍‌ ଘଟଣା, ଭୀମସାର କର୍ତ୍ତୃପକ୍ଷଙ୍କୁ ପ୍ରମାଣ ଦେଲା ଯୋଗାଣକାରୀ ସଂସ୍ଥା - kit supply agency gave proof to vimsar authorities

ବୁର୍ଲା VSSUT 25ରୁ ଊର୍ଦ୍ଧ୍ବ ଛାତ୍ର କୋରୋନା ପଜିଟିଭ ଓ ଘଟଣା, କିଏ କହୁଛି ସତ। ମୁହାଁ ମୁହିଁ ସ୍ଥିତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ RCMR। କିଟ କମ୍ପାନୀ ଦେଲା ଲାଇଭ ଡେମୋ ରିପୋର୍ଟ । ସତ ନା ଚାପରେ ମିଛ ଓଗାଳିଥିଲେ ସଚିବ । ଅଧିକ ପଢନ୍ତୁ...

ତ୍ରୁଟିପୂର୍ଣ୍ଣ କିଟ ଘଟଣା, ଭୀମସାର କତ୍ତୃପକ୍ଷଙ୍କୁ ପ୍ରମାଣ ଦେଲା କିଟ ଯୋଗାଣକାରୀ ସଂସ୍ଥା

author img

By

Published : Mar 7, 2021, 2:38 PM IST

ସମ୍ବଲପୁର: ବୁର୍ଲା ଭିସୁଟରେ 25ରୁ ଊର୍ଦ୍ଧ୍ବ ଛାତ୍ର କୋରୋନା ଆକ୍ରାନ୍ତ ଘଟଣାରେ ଘଡିକେ ଛୁଟୁଛି ଘୋଡା। କିଟ ଗୁଡିକ ତ୍ରୁଟିପୂର୍ଣ୍ଣ ଯୋଗୁଁ ନେଗେଟିଭ ଗୁଡିକ ପଜିଟିଭ ହୋଇଯାଇଛି ବୋଲି ଖୋଦ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏବେ ଏହି କିଟ ଘଟଣା ନାଟକୀୟ ମୋଡ଼ ନେବାକୁ ବସିଲାଣି ।

ତ୍ରୁଟିପୂର୍ଣ୍ଣ କିଟ ଘଟଣା, ଭୀମସାର କତ୍ତୃପକ୍ଷଙ୍କୁ ପ୍ରମାଣ ଦେଲା କିଟ ଯୋଗାଣକାରୀ ସଂସ୍ଥା
ତ୍ରୁଟିପୂର୍ଣ୍ଣ କିଟ ଘଟଣା, ଭୀମସାର କତ୍ତୃପକ୍ଷଙ୍କୁ ପ୍ରମାଣ ଦେଲା କିଟ ଯୋଗାଣକାରୀ ସଂସ୍ଥା

କିଟ ଯୋଗାଣକାରୀ ସଂସ୍ଥା ନୂଆଦିଲ୍ଲୀର ଓସ୍କାକର ପ୍ରାଇଭେଟ ଲିମିଟେଡ଼ ସନ୍ଦେହ ଉପୁଜି ଥିବା D 008 ଓ D 104 ବ୍ୟାଚର କିଟ ଭୁଲ ନାହିଁ ବୋଲି ବୁର୍ଲା VIMSAR କର୍ତ୍ତୃପକ୍ଷଙ୍କୁ ତଥ୍ୟ ପ୍ରମାଣ ଆଧାରରେ ଜଣାଇଛନ୍ତି । ଓଡିଶା ରାଜ୍ୟ ଔଷଧ ନିଗମ VIMSAR କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଚିଠି ଲେଖି , ICMR, ଭୁବନେଶ୍ବର ଆଞ୍ଚଳିକ ଶାଖାରେ ପରୀକ୍ଷା ହୋଇଥିବା ସେହି ବ୍ୟାଚ ଗୁଡିକର ଆଣ୍ଟିଜେନ ଓ RT-PCR ରିପୋର୍ଟ ପ୍ରଦାନ କରିଛି ।

ଏଥି ସହିତ କିଟ ଯୋଗାଣକାରୀ ସଂସ୍ଥା ପକ୍ଷରୁ VIMSAR କୋଭିଡ ନୋଡାଲ ହେଡ ଡାକ୍ତର ସୁଦର୍ଶନ ପୋଥାଳଙ୍କ ଉପସ୍ଥିତିରେ ହୋଇଥିବା ଲାଇଭ ଡେମୋର ଏକ ରିପୋର୍ଟ ମଧ୍ୟ ପଠାଯାଇଛି । କିଟ ଠିକ ନା ତ୍ରୁଟିପୂର୍ଣ୍ଣ ଜାଣିବା ପାଇଁ 60 ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ କରି ଭୁବନେଶ୍ବର RCMR ରେ ଗତ 4 ଓ 5 ରେ ପରୀକ୍ଷା କରାଯାଇଥିଲା ।

ଯେଉଁଥିରେ OSKAR କମ୍ପାନୀର 45 ଓ ଅଲପାଇନ କମ୍ପାନୀର 15ଟି କିଟ ବ୍ୟବହାର ହୋଇଥିଲା। କିଟ ଗୁଡିକର ରିପୋର୍ଟକୁ ଆଉଥରେ RT-PCR ଓ KOBAS 6800 ରେ ପରୀକ୍ଷା କରାଯାଇଥିଲା ଯେଉଁଥିରେ କି ଗୋଟିଏ ବି କିଟ ଖରାପ ନଥିବା ଜଣାପଡିଥିଲା । ତେଣୁ VIMSAR କର୍ତ୍ତୃପକ୍ଷ ପଠାଇଥିବା ଦୁଇଟି ସେଟ କିଟ ତ୍ରୁଟିପୂର୍ଣ୍ଣ ନଥିଲା ବୋଲି ଜଣାପଡିଛି । ତେବେ ଏଠି ପ୍ରଶ୍ନ ଉଠୁଛି କେଉଁ ଆଧାରକୁ ଭିତ୍ତି କରି ସ୍ୱାସ୍ଥ୍ୟ ସଚିବ କିଟ ତ୍ରୁଟିପୂର୍ଣ୍ଣ କଥା କହିଥିଲେ ?

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.