ETV Bharat / state

ହୀରାକୁଦରେ ହିଣ୍ଡାଲକୋକୁ ବିରୋଧ, କମ୍ପାନୀ ପାଚେରୀ ଭାଙ୍ଗିଲେ ସ୍ଥାନୀୟ ଲୋକ

ଝାଙ୍କରପଡାରେ ହିଣ୍ଡାଲକୋ କମ୍ପାନୀ(Hirakud Hindalco Company)ର ଜମି ଦଖଲକୁ କେନ୍ଦ୍ର କରି ଗତକାଲି କମ୍ପାନୀ ଓ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଅଧିକ ପଢନ୍ତୁ

author img

By

Published : Dec 28, 2021, 8:44 AM IST

ହୀରାକୁଦର ହିଣ୍ଡାଲକୋ କମ୍ପାନୀର ଜମି ଅଧିଗ୍ରହଣକୁ  ସ୍ଥାନୀୟ ଲୋକଙ୍କ ବିରୋଧ

ସମ୍ବଲପୁର: ହୀରାକୁଦ ସହର ସ୍ଥିତ ହିଣ୍ଡାଲକୋ କମ୍ପାନୀର ଜମି ଦଖଲକୁ ଗ୍ରାମବାସୀଙ୍କ ବିରୋଧ। ଝାଙ୍କରପଡାରେ ହିଣ୍ଡାଲକୋ କମ୍ପାନୀର ଜମି ଦଖଲକୁ କେନ୍ଦ୍ର କରି ଗତକାଲି କମ୍ପାନୀ ଓ ଗ୍ରାମବାସୀ ଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଏନେଇ କମ୍ପାନୀ ଦେଇଥିବା ପାଚେରୀ ଖୁଣ୍ଟକୁ ଗ୍ରାମବାସୀ ଭାଙ୍ଗି ପ୍ରତିବାଦ କରିଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦଖଲରେ ଥିବା ୪ ଏକର ୨୧ ଡିସିମିଲ ସରକାରୀ ତଥା ଗୋଚର ଜମିକୁ ହିଣ୍ଡାଲକୋ କମ୍ପାନୀ ନିଜ ଦଖଳକୁ ନେଇ ସେଠାରେ ପାଚେରୀ ଖୁଣ୍ଟ ଦେଉଥିବା ବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ।

କମ୍ପାନୀ ଚଞ୍ଚକତା କରି ଏହି ଜମି କୁ ହାତେଇବା ସହ ସେଠାରେ ନିଜର କମ୍ପାନୀକୁ ଆସୁଥିବା ଗାଡିକୁ ପାର୍କିଂ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ଜମିକୁ ବହୁବର୍ଷ ଧରି ଝାଙ୍କରପାଲି ଗ୍ରାମର ଜାତୀୟ ଯୁବକ ସଂଘ ନିଜ ଦଖଲରେ ରଖିବା ବେଳେ ଜମିପାଇଁ ମାଲଗୁଜାରୀ ମଧ୍ୟ ଦେଇଆସୁଛି । ତେଣୁ କମ୍ପାନୀ କିପରି ଏହି ଜମି ଦଖଲ କଲା ବୋଲି ଲୋକେ ପ୍ରଶ୍ନ କରିଥିଲେ । ଏହି ଜମି ଉପର ଦେଇ ଝାଙ୍କରପାଲି ଗ୍ରାମବାସୀ ନିକଟସ୍ଥ ପୋଖରୀ କୁ ଗୋଧୋଇବା ପାଇଁ ଯାଉଥିବା ସହ ପ୍ରତିଦିନ ସ୍ଥାନୀୟ ପିଲା ମାନେ ଏଠାରେ ଥିବା ଖେଲପଡିଆକୁ ବ୍ୟବହାର କରି ଆସୁଛନ୍ତି । ତେବେ କମ୍ପାନୀ ପାଚେରୀ ଖୁଣ୍ଟ ଦେବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବା ସହ ଗ୍ରାମବାସୀ ମାନେ ପାଚେରୀ ଖୁଣ୍ଟ କୁ ଭାଙ୍ଗି ବିରୋଧ କରିଥିଲେ । ଘଟଣା ସ୍ଥଳରେ ହୀରାକୁଦ ପୋଲିସ , କମ୍ପାନୀ କର୍ତ୍ତୃପକ୍ଷ ଓ ଲରପଙ୍କ ଏଆରଆଇ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିବା ବେଳେ ସ୍ଥାନୀୟ ଲୋକେ ଜମି ଛାଡିବାକୁ ବିରୋଧ କରିଥିଲେ । ଅପରପକ୍ଷରେ କମ୍ପାନୀ କତ୍ତୃପକ୍ଷ ଇଡକୋ ମାଧ୍ୟମରେ ଜମି ଅଧିଗ୍ରହଣ କରାଯାଇଥିବା କଥା କହିଛନ୍ତି । ତେବେ ଲୋକଙ୍କ ବିରୋଧ ପରେ ହିଣ୍ଡାଲକୋ କମ୍ପାନୀ ପାଚେରୀ ଖୁଣ୍ଟ ଦେବା କାର୍ଯ୍ୟ ବନ୍ଦ କରିବା ସହ ଆଗକୁ ଜନଶୁଣାଣୀ ପରେ ପାଚେରୀ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

ସମ୍ବଲପୁରରୁ ବାଦଶହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.