ETV Bharat / state

ବିଜୟା ଦଶମୀ: ସିନ୍ଦୁର ଖେଳରେ ମସଗୁଲ ବଙ୍ଗାଳୀ ମହିଳା

author img

By

Published : Oct 15, 2021, 8:57 PM IST

ସମ୍ବଲପୁରର ବିଭିନ୍ନ ମଣ୍ଡପ ଓ ପୀଠରେ ଦଶମୀ ପୂଜା ଅନୁଷ୍ଠିତ ହୋଇଛି । ସମ୍ବଲପୁରର ବଡ଼ବଜାର ବଙ୍ଗାଳି ପଡାରେ ମହିଳାମାନେ ସିନ୍ଦୁର ଖେଳ ଖେଳିଥିଲେ । ଅଧିକ ପଢନ୍ତୁ...

ବଡ଼ବଜାର ବଙ୍ଗାଳୀ ପଡାରେ ବିଜୟା ଦଶମୀ: ସିନ୍ଦୁର ଖେଳରେ ମସଗୁଲ ବଙ୍ଗାଳୀ ମହିଳା

ସମ୍ବଲପୁର: ଆଜି ହେଉଛି ବିଜୟା ଦଶମୀ । ଏହି ଅବସରରେ ସମ୍ବଲପୁରର ବିଭିନ୍ନ ମଣ୍ଡପ ଓ ପୀଠରେ ଦଶମୀ ପୂଜା ଅନୁଷ୍ଠିତ ହୋଇଛି । ସମ୍ବଲପୁରର ବଡ଼ବଜାର ବଙ୍ଗାଳୀ ପଡାରେ ମହିଳାମାନେ ସିନ୍ଦୁର ଖେଳ ଖେଳିଥିଲେ । ବର୍ଷକରେ ଥରେ ମା’ ଆସି ପୁଣି ବିଦାୟ ନେଉଥିବା ସମୟରେ ଏହି ସିନ୍ଦୁର ଖେଳ ଅନୁଷ୍ଠିତ ହେବାର ପରମ୍ପରା ରହିଛି।

ସମ୍ବଲପୁର ବଡ଼ବଜାର ବଙ୍ଗାଳୀ ପଡାରେ ମା’ ଦୁର୍ଗାଙ୍କ ଦଶମୀ ପୂଜା ସହ ଅନୁଷ୍ଠିତ ହୋଇଛି ସିନ୍ଦୁର ଖେଳ। ସିନ୍ଦୁର ଖେଳ ଖେଳି ମା’ଙ୍କୁ ବିଦାୟ ଦେଇଛନ୍ତି ଏହି ବଙ୍ଗାଳୀ ସମ୍ପ୍ରଦାୟର ମହିଳା ମାନେ।

ପ୍ରତ୍ୟେକ ବର୍ଷ ବିଜୟା ଦଶମୀ ତିଥିରେ ସଧବା ମହିଳା ମାନେ ମା’ ଦୁର୍ଗାଙ୍କୁ ନିଜ ଝିଅ ଭାବେ ବିଦାୟ ଦେଇ ପୁଣି ଆସନ୍ତା ବର୍ଷ ଶୀଘ୍ର ଆସିବାକୁ କାମନା କରନ୍ତି । ଏହି ଅବସରରେ ସଧବା ମହିଳା ମାନେ ପରସ୍ପରକୁ ସିନ୍ଦୁର ଲଗାଇବା ସହ ନିଜ ଘର ପରିବାରର ସୁଖ ସମୃଦ୍ଧି ଓ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସିନ୍ଦୁର ଖେଳ ଖେଳିବାର ପରମ୍ପରା ରହିଛି ।

ଚଳିତ ବର୍ଷ ମା’ ବିଦାୟ ନେବାର ସମୟ ଆସିଥିବାରୁ ନିଜ ଝିଅ ଶାଶୁ ଘରକୁ ଯିବା ସମୟରେ ଯେଉଁ ରୀତିନୀତିରେ ବିଦାୟ ଦିଆଯାଇଥାଏ, ସେହି ରୀତିନୀତିରେ ମା’ ଦୁର୍ଗାଙ୍କୁ ବିଦାୟ ଦିଆଯାଇଥିଲା।

ସମ୍ବଲପୁର ବଡ଼ବଜାରର ବଙ୍ଗାଳୀପଡାରେ ପ୍ରତ୍ୟେକ ବର୍ଷ ବଙ୍ଗୀୟ ପରିବାର ମାନେ ଦୁର୍ଗା ପୂଜା ସମୟରେ ଏହି ସିନ୍ଦୁର ଖେଳର ଆୟୋଜନ କରିଥାନ୍ତି।

ସମ୍ବଲପୁୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.