ସମ୍ବଲପୁର: ଭିଜିଲାନ୍ସ ଜାଲରେ ମହିଳା ଫରେଷ୍ଟ ଗାର୍ଡ । ସମ୍ବଲପୁର ଜିଲ୍ଲା ସଦର ରେଞ୍ଜ ଯୁଜୁମୁରାରେ କାର୍ଯ୍ୟରତ ମହିଳା ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ସେ ପର୍ଶୁରାମ ମିରଧା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ବେହେରାଣୀବାସା ବନ ସୁରକ୍ଷା ସମିତିର ବିଲଡିଂ ନିର୍ମାଣ ଓ ବୃକ୍ଷରୋପଣ ସମ୍ବନ୍ଧୀୟ ଏକ ବିଲ ପାସ କରିବା ପାଇଁ 36 ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେହି ସମୟରେ ସେ ସମ୍ବଲପୁର ଭିଜିଲାନ୍ସ ଦ୍ବାରା ଧରା ପଡିଛନ୍ତି। ତାଙ୍କ ଅଫିସ ଓ ସମ୍ବଲପୁରସ୍ଥିତ ଭଡା ଘରରେ ବର୍ତ୍ତମାନ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ