ସମ୍ବଲପୁର: ଆଜି ସମ୍ବଲପୁରରେ ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନରେ ପହଞ୍ଚିଛି କୋଭିଡ ଟୀକାକରଣ । ଗତ ଶନିବାର ଦ୍ଵତୀୟ ପର୍ଯ୍ୟାୟର ପ୍ରଥମ ଦିନର ଟୀକାକରଣ ଆରମ୍ଭ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଳାପାଳ, ଏସ.ପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଆଦି ପ୍ରମୁଖ ପଦାଧିକାରୀ ଟୀକା ନେଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଜେ ତଦାରଖ କରିଛନ୍ତି । ଟୀକା ନେଇ ସରିଥିବା ଅଧିକାରୀ ମାନେ ବେଶ ଆଶ୍ୱସ୍ତ ଥିବା ସହ ନିଜର ସମୟ ଆସିଲେ ସମସ୍ତେ ଟୀକା ନିଅନ୍ତୁ ବୋଲି ଆବେଦନ କରିଛନ୍ତି । ସମ୍ବଲପୁର ଜିଲ୍ଲାରର 22 ଟି ସ୍ଥାନରେରେ ଟୀକାକରଣ ଜାରି ରହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ