ETV Bharat / state

ଆସନ୍ତା 14ରେ ଖୋଲିବ ହୀରାକୁଦ ଗେଟ - ହୀରାକୁଦ ଜଳ ଭଣ୍ଡାର

ଆସନ୍ତା 14ରେ ଖୋଲିବ ହୀରାକୁଦ ଗେଟ । ମହାନଦୀରେ ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ପାରମ୍ପରିକ ପୂଜାର୍ଚ୍ଚନା ପରେ ବାଜିବ ସାଇରନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 10, 2019, 8:21 PM IST

ସମ୍ବଲପୁର: ଶେଷରେ ଖୋଲିବ ହୀରାକୁଦ ଜଳ ଭଣ୍ଡାର । ବିଳମ୍ବରେ ହେଲେ ମଧ୍ୟ ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଏଥିପାଇଁ ଦିନ ମଧ୍ୟ ନିର୍ଧାରଣ କରାଯାଇଛି ।

ଗତ କିଛିଦିନ ଧରି ମୌସୁମୀର ଲୁଚକାଳି ଖେଳକୁ ନେଇ ଦେଖାଦେଇଥିଲା ଆଶଙ୍କା । ଆବଶ୍ୟକତା ଅନୁସାରେ ବର୍ଷା ନହେବା ଚିନ୍ତାରେ ପକାଇଥିଲା ହୀରାକୁଦ ଜଳ ଭଣ୍ଡାର କର୍ତ୍ତୃପକ୍ଷଙ୍କୁ । ଆଉ ଯାହାର ସିଧାସଳଖ ପ୍ରଭାବ ପଡିଥିଲା ହୀରାକୁଦ ଜଳ ଭଣ୍ଡାରରେ । ବିଜୁଳି ଉତ୍ପାଦନ ହେଉକି ଜଳ ସେଚନ ସବୁଠି ଦେଖାଦେଇଥିଲା ଜଳ ନିଅଣ୍ଟ । ଫଳରେ ନିର୍ଦ୍ଧାରିତ ଜୁଲାଇ 31 ସୁଦ୍ଧା ଲକ୍ଷ୍ୟ ହାସଲ ହୋଇପାରିନଥିଲା । ପ୍ରାୟ 18 ବର୍ଷ ପରେ ଦେଖାଦେଇଥିଲା ଏମିତି ଜଳ ସଂକଟ । ଯାହାକୁ ନେଇ ଚଳିତ ବର୍ଷ ନଦୀବନ୍ଧର ଗେଟ ଖୋଲିବା ନେଇ ଆରମ୍ଭ ହୋଇଥିଲା ସଂଶୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ହେଲେ ବିଳମ୍ବରେ ହେଲେ ମଧ୍ୟ ମୌସୁମୀ ଦେଖାଇଲା ତାର ରୂପ । ମହାନଦୀର ଉପର ମୁଣ୍ଡରେ ବର୍ଷା ହେବା ପରେ ଫୁଲିଛି ଏବେ ଜଳ ଭଣ୍ଡାର । ହୀରାକୁଦ ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା 631 ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ଆସି ପହଞ୍ଚିଯାଇଛି 611.62ଫୁଟ ରେ । ଯଦ୍ବାରା ଆସନ୍ତା 14 ତାରିଖ ପୂର୍ବାହ୍ନ 11 ଟାପରେ ଯେ କୌଣସି ମୁହୁର୍ତ୍ତରେ ପ୍ରଥମେ 7 ନଂ ସ୍ଲୁଇସ ଗେଟ ଖୋଲିବ । ପାରମ୍ପରିକ ପୂଜାର୍ଚନା ପରେ ଗେଟ ଖୋଲାଯିବ ।

ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ସରିବାକୁ ତଳିଆ ଅଞ୍ଚଳର ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇଛି । ତେବେ କେତୋଟି ଗେଟ୍‌ ଖୋଲାଯିବ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଅବଗତ ହୋଇନାହିଁ ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:ଆସନ୍ତା ଅଗଷ୍ଟ 14 ତାରିଖରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ। ଅଗଷ୍ଟ 14 ତାରିଖରେ ପୂର୍ବାହ୍ନ ପ୍ରାୟ 11 ଟା ସମୟରେ ପରମ୍ପରିକ ପୂଜାର୍ଚ୍ଚନା ପରେ ବନ୍ୟାଜଳ ନିଷ୍କାସନ ପାଇଁ ଚଳିତ ବର୍ଷ ପ୍ରଥମ ଥର ଖୋଲିବ ସ୍କୁଇସ ଗେଟ।ତେବେ ପର୍ଯ୍ୟାୟ କ୍ରମରେ କେତୋଟି ଗେଟ ଖୋଲାଯିବ ସେହି ଦିନ ନିଷ୍ପତି ନିଆଯିବ ବୋଲି କହିଛନ୍ତି କତୃକକ୍ଷ।

Body:ବିଳମ୍ବରେ ହେଲେବି ଖୋଲିବ ସମ୍ବଲପୁର ହୀରାକୁଦ ଡ୍ୟାମର ଗେଟ। ବିଗତ କିଛି ଦିନ ହେଲା ଉପର ମୁଣ୍ଡରେ ବର୍ଷା ବହୁ ପରିମାଣରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରର ଇନ ଫ୍ଲୋ ବହୁତ କମିଯାଇଥିଲା।ଫଳରେ ଡ୍ୟାମ ଭର୍ତ୍ତି ହେବ ନା ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।ଏଭଳି ପରିସ୍ଥିତିରେ ବିଦ୍ୟୁତ ଶକ୍ତି ଉତ୍ପାଦନ ଓ ଜଳସେଚନ ପ୍ରଭାବିତ ହୋଇଥିଲା ତେବେ ବିଗତ କୁଛି ଦିନ ହେଲା ହୀରାକୁଦ ର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଡ୍ୟାମର ଇନ ଫ୍ଲୋ ବଢିବା ସହ ବର୍ତ୍ତମାନ ଜଳସ୍ଥର 611.62ଫୁଟ ରେ ପହଂଚିଛି। ଫଳରେ ଆଗାମୀ ଅଗଷ୍ଟ 14 ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯାଇଛି।

ବାଇଟ-1-ନିରାକାର ବିଶି, ନିର୍ବାହୀ ଯନ୍ତ୍ରୀ, ହୀରାକୁଦ ଡ୍ୟାମ।

ଅଗଷ୍ଟ 14 ତାରିଖରେ ଦିନ 10 ଟା ସମୟରେ ପରମ୍ପରିକ ପୂଜାର୍ଚ୍ଚନା ସହ ସଂକୀର୍ତ୍ତନ ହେବ।ଏହା ପରେ 11 ଟା ସମୟରେ ଗେଟ ଖୋଲାଯିବ।ତେବେ ପର୍ଯ୍ୟାୟ କ୍ରମରେ କେତୋଟି ଗେଟ ଖୋଲାଯିବ ସେହି ଦିନର ସ୍ଥିତି କୁ ଦେଖି ନିଷ୍ପତ୍ତି ନିଆଯିବ। ପରମ୍ପରା ଅନୁସାରେ 7 ନମ୍ବର ଗେଟ ଖୋଳାଯିବାର ପରମ୍ପରା ରହିଛି। ଏଥିପାଇଁ ହୀରାକୁଦ ର ତଳ ମୁଣ୍ଡରେ ଥିବା 12 ଟି ଜିଲ୍ଳାର ଜିଲ୍ଲାପାଳ ଙ୍କୁ ସତର୍କ ସୂଚନା ଦିଆଯାଇଛି

ବାଇଟ-2-ଭକ୍ତ ରଞ୍ଜନ ମହାନ୍ତି,ଅଧିକ୍ଷଣ ଯନ୍ତ୍ରୀ,ହୀରାକୁଦ ଡ୍ୟାମ।

Conclusion:ଗତ ବର୍ଷ ଜୁଲାଇ 24 ତାରିଖରର ଗେଟ ଖୋଲା ଯାଇଥିଲା ଏଥର କିନ୍ତୁ ବର୍ଷା ଅଭାବ ଯୋଗୁଁ ବିଳମ୍ବରେ ଗେଟ ଖୋଲୁଛି।

story ends with PTC.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.