ETV Bharat / state

VIMSARରେ ଦୁଇ ଛାତ୍ରଗୋଷ୍ଠୀ ଗଣ୍ଡଗୋଳ ଘଟଣା, ମାମଲା ରୁଜୁ - medical student conflict at VIMSAR

ଭିମସାରରେ ଦୁଇ ମେଡିକାଲ ଛାତ୍ରଗୋଷ୍ଠୀ ଗଣ୍ଡଗୋଳ ଘଟଣା । VIMSARରେ ଏମକେସିଜି ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

VIMSARରେ ଦୁଇ ଛାତ୍ରଗୋଷ୍ଠୀ ଗଣ୍ଡଗୋଳ ଘଟଣା
VIMSARରେ ଦୁଇ ଛାତ୍ରଗୋଷ୍ଠୀ ଗଣ୍ଡଗୋଳ ଘଟଣା
author img

By

Published : Jul 5, 2023, 10:15 AM IST

Updated : Jul 5, 2023, 2:35 PM IST

VIMSARରେ ଦୁଇ ଛାତ୍ରଗୋଷ୍ଠୀ ଗଣ୍ଡଗୋଳ ଘଟଣା

ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାର ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ରେ ଦୁଇ ମେଡିକାଲ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା । ଯୁଫୋରିଆ ଉତ୍ସବ ପାଳନ ସମୟରେ 2 ମେଡିକାଲ ଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ଭିମସାର ଡିନ୍‌ ଜୟଶ୍ରୀ ଡୋରାଙ୍କ ଅଭିଯୋଗ ଆଧାରରେ ବୁର୍ଲା ଥାନାରେ ଏତଲା କ୍ରମେ ମାମଲା ରୁଜ୍ଜୁ ହୋଇଛି । ମାମଲା ରୁଜୁ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗତକାଲି(ମଙ୍ଗଳବାର) ସକାଳେ ଯୁଫୋରିଆ ଉତ୍ସବ ପାଳନ ସମୟରେ ଭିମ୍‌ସାର ଓ ଏମକେସିଜି ମେଡିକାଲ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । 2 ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏହି ଘଟଣା ଘଟିବା ପାରେ ବୁର୍ଲା ଭିମସାର ମେଡିକାଲ କଲେଜର ନିର୍ଦ୍ଦେଶକ ବର୍ଷା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ବସିଥିଲା । ଏହି ବୈଠକ ପରେ ଆଜି (ବୁଧବାର) ସକାଳୁ ମେଡିକାଲ କଲେଜ ଡିନ୍‌ ଜୟଶ୍ରୀ ଡୋରାଙ୍କ ଅଭିଯୋଗ କ୍ରମେ ବୁର୍ଲା ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । କର୍ତ୍ତୃପକ୍ଷଙ୍କ ଏତଲା ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମେଡିକାଲ କଲେଜ ନିର୍ଦ୍ଦେଶକ ବର୍ଷା ଟୁଡୁ କହିଛନ୍ତି ଯେ, "ଏହି ଘଟଣାଟି ମେଡିକାଲ କଲେଜ ରୋଡ଼ରେ ହୋଇଥିବାରୁ ଏଥିରେ କିଛି ବାହାରିଆ ଅଣ ଛାତ୍ରଙ୍କ ସମ୍ପୃକ୍ତି ଥିବାର ସନ୍ଦେହ କରାଯାଉଛି । ତେଣୁ ପୋଲିସକୁ ସେହି ଦିଗରେ ତଦନ୍ତ କରିବାକୁ ଅନୁରୋଧ କରାଯାଇଛି । ଏମକେସିଜି ମେଡିକାଲ ଛାତ୍ର ଓ ଆମ ଛାତ୍ରଙ୍କ ମଧ୍ୟ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।''

ଏହା ବି ପଢନ୍ତୁ...ଭୀମସାର ମେଡ଼ିକାଲ ଛାତ୍ରଙ୍କ ଦୌରତ୍ମ୍ୟ, ବ୍ରହ୍ମପୁର MKCG ଛାତ୍ରଙ୍କ ଉପରେ ଆକ୍ରମଣ କଲେ VIMSAR ଛାତ୍ର

ଜୁଲାଇ 4 ରୁ 10 ତାରିଖ ପର୍ଯ୍ୟନ୍ତ ବୁର୍ଲା ମେଡିକାଲରେ ଯୁଫୋରିଆ ଉତ୍ସବ ହେବାର ଥିଲା । ଯୁଫୋରିଆ ଉତ୍ସବ ଯୋଗ ଦେବାକୁ ଏମକେସିଜିର 50ଜଣ ଛାତ୍ର ବସରେ ବୁର୍ଲା ଭୀମସାରରେ ପହଞ୍ଚିଥିଲେ । ସେଠାରେ ତାଙ୍କ ବସ ଉପରକୁ ପଥରମାଡ ସହ ଝରକା ବନ୍ଦ କରି ଅଗ୍ନି ନିର୍ବାପକ ଯନ୍ତ୍ରରୁ ଧୂଆଁ ଛାଡିଥିବାରୁ ଅଭିଯୋଗ ହୋଇଥିଲା । ଉଭୟ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସ୍ଥିତି ଉପୁଜିଥିଲା । ଏହି ଘଟଣାରେ 9ଜଣ ଛାତ୍ର ଆହତ ହୋଇଥିଲେ । ପୂର୍ବରୁ ମଧ୍ୟ ଅନେକ ସମୟରେ ବୁର୍ଲା ଭୀମସାରରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଭୀମସାରରେ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରୁଥିବା ଘଟଣା ସାମ୍ନାକୁ ଆସିଛି । କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ଆସିଥିବା ବିଦ୍ୟାର୍ଥୀଙ୍କ ପ୍ରତି ଉକ୍ତ କଲେଜ ଛାତ୍ରଙ୍କ ଏଭଳି ମନୋଭାବକୁ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Jul 5, 2023, 2:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.