ETV Bharat / state

ନିଶାସକ୍ତ ୱାର୍ଡରଙ୍କ ଆକ୍ରମଣରେ 2 ସହକର୍ମୀ ଆହତ - Sambalpur jail ward attack news

ନିଶାସକ୍ତ ୱାର୍ଡରଙ୍କ ନିସ୍ତୁକ ମାଡରେ ଜେଲର ଦୁଇ ଜେଲ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଧନୁପାଲି ଥାନାରେ ଜେଲ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ନିଶାସକ୍ତ ୱାର୍ଡରଙ୍କ ଉନ୍ମୁକ୍ତ କାଣ୍ଡ
ନିଶାସକ୍ତ ୱାର୍ଡରଙ୍କ ଉନ୍ମୁକ୍ତ କାଣ୍ଡ
author img

By

Published : Feb 28, 2021, 5:01 PM IST

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ ଘଟିଛି ଅଭାବନୀୟ ଘଟଣା । ନିଶାସକ୍ତ ୱାର୍ଡରଙ୍କ ନିସ୍ତୁକ ମାଡରେ ଜେଲର ଦୁଇ ଜେଲ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଧନୁପାଲି ଥାନାରେ ଜେଲ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି ।

ନିଶାସକ୍ତ ୱାର୍ଡରଙ୍କ ଉନ୍ମୁକ୍ତ କାଣ୍ଡ

ଶନିବାର ରାତିରେ ଜେଲ ୱାର୍ଡର ଅଶୋକ ଥାଟି ନିଶାସକ୍ତ ଅବସ୍ଥାରେ ଡ୍ୟୁଟିକୁ ଆସିଥିଲେ । ତାଙ୍କୁ ବାରଣ କରିବାରୁ ସେ ଉତ୍ୟକ୍ତ ହୋଇ ଜେଲର ଆଲୋକ କରଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ଓ ଜେଲର ଅନ୍ୟ ଜଣେ କର୍ମଚାରୀଙ୍କୁ ମାଡ ମାରି ତାଙ୍କର ମୁହଁ ଫଟାଇ ଦେଇଥିବା ଅଭିଯୋଗ ହୋଇଛି ।

ଜେଲର ଅନ୍ୟ କର୍ମଚାରୀଙ୍କ ସହଯୋଗରେ ନିଶାସକ୍ତ ୱାର୍ଡରକୁ କାବୁ କରାଯିବା ସହ ଧନୁପାଲି ପୋଲିସକୁ ଖବର ଦିଆଯାଇଥିଲା । ଧନୁପାଲି ପୋଲିସ ଜେଲ ପହଞ୍ଚି ୱାର୍ଡରକୁ ଥାନାକୁ ଆଣିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛନ୍ତି ।

ସମ୍ବଲପୁର ସର୍କଲ ଜେଲରେ 900 ପାଖାପାଖି କୁଖ୍ୟାତ ଅପରାଧୀ ରୁହନ୍ତି । ଏଭଳି ସ୍ଥିତିରେ ଜେଲ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ଡ୍ୟୁଟି କରିବା ଓ ନିଜ ନିଜ ମଧ୍ୟରେ ଏଭଳି କାଣ୍ଡ ଘଟାଇବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.