ETV Bharat / state

ଜମି ବିବାଦକୁ ନେଇ ଧନୁପାଲି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ, ଦୁଇ ଗୁରୁତର - ଧନୁପାଲିରେ ଗୋଷ୍ଠୀ ସଂଘର୍ଶ

ଧନୁପାଲି ଥାନା ଅଞ୍ଚଳରେ ଜମିବାଡ଼ି ବିବାଦକୁ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଉଭୟ ଗୋଷ୍ଠୀ ଧାରୁଆ ଅସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ । ଅଧିକ ପଢନ୍ତୁ

ଜମି ବିବାଦକୁ ନେଇ ଧନୁପାଲି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଶ, ଦୁଇ ଗୁରୁତର

author img

By

Published : Dec 22, 2021, 10:39 PM IST

ସମ୍ବଲପୁର: ଧନୁପାଲି ଥାନା ଅଞ୍ଚଳରେ ଜମିବାଡ଼ି ବିବାଦକୁ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଉଭୟ ଗୋଷ୍ଠୀ ଧାରୁଆ ଅସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ । ଫଳରେ ଉଭୟ ପକ୍ଷରୁ ଜଣେ ଲେଖାଏଁ ଗୁରୁତର ଭାବରେ ଆହତ ହୋଇଛନ୍ତି । ମୋତିଜିରା ଭିଜିଲାନ୍ସ ଅଫିସ ନିକଟରେ ମହମ୍ମଦ ୟୁସୁଫ ନାମକ ଜଣେ ବ୍ୟକ୍ତି ରହୁଛନ୍ତି । ନିକଟରେ ଥିବା ଏକ ଜମିକୁ ନେଇ ତାଙ୍କର ମହମ୍ମଦ କାସିମ ଓ ତାଙ୍କ ପୁଅ ମାନଙ୍କ ସହ ବିବାଦ ଲାଗି ରହିଥିଲା ।

ଏହି ବିବାଦକୁ ନେଇ ଆଜି(ବୁଧବାର) ଉଭୟଙ୍କ ମଧ୍ୟରେ ପୁନଃ ବଚସା ହୋଇଥିଲା । ଏହା ଧୀରେଧୀରେ ଏହା ଉଗ୍ର ରୂପ ଧାରଣ କରି ଗୋଷ୍ଠୀ ସଂଘର୍ଷରେ ପରିଣତ ଥିଲା । ଉଭୟ ପକ୍ଷ ଶେଷରେ ଧାରୁଆ ଅସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିବାକୁ ଲାଗିଲା ।

ୟୁସୁଫଙ୍କୁ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଥିବା ବେଳେ ଅନ୍ୟପକ୍ଷର ମନୀଷ ସାହୁଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ସବୁଠାରୁ ବଡ଼କଥା ହେଲା ଧନୁପାଲି ଥାନାର 50 ମିଟର ଦୂରତାରେ ଘଟିଛି ଏହି ଘଟଣା । ସମ୍ବଲପୁର ଧନୁପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.