ETV Bharat / state

ପଙ୍କରୁ ଫୁଟିଲା ପଦ୍ମ, NEET ପରୀକ୍ଷାରେ ଗରିବ ଆଦିବାସୀ ଛାତ୍ରୀ କୃତକାର୍ଯ୍ଯ

author img

By

Published : Jun 13, 2019, 11:24 PM IST

ପଙ୍କରୁ ପଦ୍ମ ଫୁଟିଲା ଭଳି ସମ୍ବଲପୁର ଜିଲ୍ଲାର ରଜନୀ ମୁଣ୍ଡା ସବୁ ବାଧାବିଘ୍ନ ସତ୍ତ୍ୱେ ନିଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ମନରେ ଆତ୍ମବିଶ୍ୱାସ ଓ ଦୃଢ ଇଛାଶକ୍ତି ଥିଲେ ହାର ମାନି ଥାଏ ସବୁପ୍ରକାର ପ୍ରତିବନ୍ଧକ। ଏହା ପ୍ରମାଣିତ କରିଛନ୍ତି ସମ୍ବଲପୁର ଚାରଭାଟି ଅଞ୍ଚଳର ଆଦିବାସୀ ଗରିବ ଝିଅ ରଜନୀ ମୁଣ୍ଡା । ତାଙ୍କ ମା ପର ଘରେ ମୂଲ ଲାଗି ଦୁଇ ପଇସା ରୋଜଗାର କରୁଥିବା ବେଳେ ସେ ନିଜ ପରିଶ୍ରମ ବଳରେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଟ (National eligibility and Entrance test) ପରୀକ୍ଷାରେ ଏସଟି ବର୍ଗରେ ସର୍ବ ଭାରତୀୟ ସ୍ଥରରେ 1303 ରାଙ୍କ ରଖି ପରିବାର ପାଇଁ ଗୌରବ ଆଣିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ପଙ୍କରୁ ପଦ୍ମ ଫୁଟିଲା ଭଳି ରଜନୀ ସବୁ ବାଧା ବିଘ୍ନ ସତ୍ତ୍ୱେ ନିଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । କଟକ କିମ୍ବା ସମ୍ବଲପୁରରେ ମେଡିକାଲ ପାଠ ପଢି ସେ ଚକ୍ଷୁ ଡାକ୍ତର ହେବାକୁ ଚାହାନ୍ତି । ସମ୍ବଲପୁର ଗଙ୍ଗାଧର ମେହେର କନିଷ୍ଠ ମହାବିଦ୍ୟାଳୟରେ ଯୁକ୍ତ 2 ବିଜ୍ଞାନରେ ପାସ ହେବା ପରେ ସେ ଗୋଟିଏ ବର୍ଷର ପ୍ରସ୍ତୁତି କରିଥିଲେ ରଜନୀ । ଏହାପରେ ନିଟ ପରୀକ୍ଷା ଦେଇ ପ୍ରଥମ ଥରରେ ହିଁ ସଫଳତା ହାସଲ କରିଛନ୍ତି । ତେବେ ତାଙ୍କର ସଫଳତାର ରାସ୍ତା ଏତେ ସହଜ ନଥିଲା । 2005-06ରେ ତାଙ୍କ ବାପା ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ମା ସବିତାଙ୍କ ମୁଣ୍ଡ ଉପରେ ପଡିଥିଲା 4 ଝିଅଙ୍କ ପାଳନ ପୋଷଣ କରିବା ଦାୟିତ୍ବ ।

ସେ ହାର ନମାନି ଅନ୍ୟ ଲୋକଙ୍କ ଘରେ ମଜୁରୀ କାମ କରି 3 ଝିଅଙ୍କୁ ପାଳିବା ସହ ହଷ୍ଟେଲରେ ରଖି ପାଠ ପଢାଇ ଥିଲେ । ରାଜନୀଙ୍କ ଘର ସମ୍ବଲପୁର ଜିଲ୍ଲା ପରମାନପୁର ଅଞ୍ଚଳର ବାରଡୁମ୍ବରିରେ ହୋଇଥିବା ବେଳେ ସେମାନେ ସମ୍ବଲପୁର ଚାରଭାଟି ଅଞ୍ଚଳରର ଏକ ବଖରା ବିଶିଷ୍ଟ ଖପର ଘରେ ଭଡ଼ାରେ ରୁହନ୍ତି । ମା ପ୍ରତ୍ୟକ ଦିନ ଅନ୍ୟ ଲୋକଙ୍କ ଘରେ ବାସନ ମାଜି ପରିବାର ଚଳାଉଥିବା ବେଳେ କିଛି ଦିନ ପାଇଁ ରଜନୀ ମଧ୍ୟ ଗୋଲ ବଜାରର ଏକ କପଡ଼ା ଦୋକାନରେ କାମ କରିଛନ୍ତି।

ଯୁକ୍ତ 2 ବିଜ୍ଞାନରେ 53 ପ୍ରତିଶତ ନମ୍ବର ରଖି ପାସ ହେବା ପରେ ସେ ମାତ୍ର ଗୋଟିର ବର୍ଷର ଚେଷ୍ଟା ପରେ ଏହି ସଫଳତା ପାଇଥିବାରୁ ଏବେ ରାଜନୀଙ୍କୁ ବହୁ ଶୁଭେଚ୍ଛା ମିଳୁଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଦୃଢ଼ ଇଛାଶକ୍ତି ଥିଲେ ହାର ମାନି ଥାଏ ସବୁପ୍ରକାର ପ୍ରତିବନ୍ଧକ।ଏହା ପ୍ରମାଣିତ କରିଛନ୍ତି ସମ୍ବଲପୁର ଚାରଭାଟି ଅଞ୍ଚଳର ଆଦିବାସୀ ଗରିବ ଝିଅ ରଜନୀ ମୁଣ୍ଡା।ତାଙ୍କ ମା ଅନ୍ୟ ଲୋକଙ୍କ ଘରେ ମଜୁରୀ କାମ କରୁଥିବା ବେଳେ ସେ ନିଜ ପରିଶ୍ରମ ବଳରେ ବିପରୀତ ପରିସ୍ଥିତିରେ ମଧ୍ୟ ନିଟ ପରୀକ୍ଷାରେ ଏସ ଟି ବର୍ଗରେ ସର୍ବ ଭାରତୀୟ ସ୍ଥରରେ 1303 ରେଂଙ୍କ ରଖି ନିଜ ପାଇଁ ଗୌରବ ଆଣିଛନ୍ତି।

Body:ପଙ୍କ ରୁ ପଦ୍ମ ଫୁଟିଲା ଭଳି ସମ୍ବଲପୁର ଚାରରଭାଟି ଅଞ୍ଚଳର ରଜନୀ ମୁଣ୍ଡା ସବୁ ବାଧା ବିଘ୍ନ ସତ୍ୱେ ନିଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି।ସେ ସର୍ବଭାରତୀୟ ସ୍ତରରେ ଏସ ଟି ବର୍ଗରର 1303 ରେଙ୍କ ରେ ଅଛନ୍ତି।କଟକ କିମ୍ବା ସମ୍ବଲପୁର ରେ ମେଡିକାଲ ପାଠ ପଢି ସେ ଚକ୍ଷୁ ଡାକ୍ତର ହେବାକୁ ଚାହାନ୍ତି।ସମ୍ବଲପୁର ଜି ଏମ ଜୁନିୟର କଲେଜ ରେ ଯୁକ୍ତ 2 ବିଜ୍ଞାନ ରେ ପାସ ହେବା ପରେ ସେ ଗୋଟିଏ ବର୍ଷର ପ୍ରସ୍ତୁତି ପରେ ପ୍ରଥମ ଥରରେ ଏହି ସଫଳତା ହାସଲ କରିଛନ୍ତି।ତେବେ ତାଙ୍କର ସଫଳତା ର ରାସ୍ତା ଏତେ ସହଜ ନଥିଲା ।2005-06 ରେ ତାଙ୍କର ବାପା ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କ ମା ସବିତା ମୁଣ୍ଡା ଙ୍କ ମୁଣ୍ଡରେ ସେତେବେଳେ 4 ଟି ଝିଅର ପାଳନ କରିବା ର ଦାୟିତ୍ବ ଥିଲା।ହେଲେ ସେ ହାର ନମାନି ଅନ୍ୟ ଲୋକଙ୍କ ଘରେ ମଜୁରୀ କାମ କରି 4 ଝିଅ ଙ୍କୁ ପାଲିବା ସହ ହଷ୍ଟେଲରେ ରଖି ପାଠ ପଢାଈ ଥିଲେ। ରାଜନୀଙ୍କ ଘର ସମ୍ବଲପୁର ଜିଲ୍ଲା ପରମାନପୁର ଅଞ୍ଚଳର ବାରଡୁମ୍ବରି ହୋଇଥିବା ବେଳେ ସେମାନେ ସମ୍ବଲପୁର ଚାରଭାଟି ଅଞ୍ଚଳରର ଏକ ବଖରା ବିଶିଷ୍ଟ ଖପର ଘରେ ଭଡ଼ାରେ ରୁହନ୍ତି। ମା ପ୍ରତ୍ୟକ ଦିନ ଅନ୍ୟ ଲୋକଙ୍କ ଘରେ ବାସନ ମାଂଜି ପରିବାର ଚଳାଉଥିବା ବେଳେ କିଛି ଦିନ ପାଇଁ ରଜନୀ ମଧ୍ୟ ଗୋଲ ବଜାର ର ଏକ କପଡ଼ା ଦୋକାନରେ କାମ କରିଛନ୍ତି।

ବାଇଟ-1-ରଜନୀ ମୁଣ୍ଡା,
ବାଇଟ-2- ରଶ୍ମିତା ମୁଣ୍ଡା, ରାଜନୀଙ୍କ ବଡ଼ ଭଉଣୀ।

Conclusion:ଯୁକ୍ତ 2 ବିଜ୍ଞାନ ରେ 53 ପ୍ରତିଶତ ନମ୍ବର ରଖି ପାସ ହେବା ପରେ ସେ ମାତ୍ର ଗୋଟିର ବର୍ଷର ଚେଷ୍ଟା ରେ ଏହି ସଫଳତା ପାଇଥିବାରୁ ଏବେ ରାଜନୀଙ୍କୁ ବହୁ ଶୁଭେଚ୍ଛା ମିଳୁଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.